ପ୍ରତିରକ୍ଷା ବ୍ୟୟ ୨ ଟ୍ରିଲିୟନ ଡଲାର ଟପିଲା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୨୬ା୪: କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ପ୍ରତିରକ୍ଷା ବ୍ୟୟ ବୃଦ୍ଧି ପାଇଛି। ୨୦୨୧ରେ ବିଶ୍ୱର ମୋଟ ସାମରିକ ବ୍ୟୟ ୨.୧ ଟ୍ରିଲିୟନ ଡଲାର ଟପିଛି। ଲଗାତର ୭ମ ବର୍ଷ ପାଇଁ ମିଲିଟାରୀ ଏକ୍ସପେଣ୍ଡିଚର ବଢ଼ିଥିବାବେଳେ ଆମେରିକା ସର୍ବାଧିକ ବ୍ୟୟକାରୀ ରାଷ୍ଟ୍ର ପାଲଟିଛି। ଏହା ତଳକୁ ଚାଇନା ଏବଂ ତୃତୀୟରେ ଭାରତ ରହିଛି। ଆମେରିକା ଗତ ବର୍ଷ ୮୦୧ ବିଲିୟନ ଡଲାର ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିଥିବାବେଳେ ଭାରତର ବ୍ୟୟ ୭୬.୬ ବିଲିୟନ ଡଲାର ରହିଥିବା ସ୍ବିଡେନ୍‌ସ୍ଥିତ ଷ୍ଟକ୍‌ହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇପିଆର୍‌ଆଇ) ଏକ ରିପୋର୍ଟ ପ୍ରକାଶ କରିଛନ୍ତି।
ଅନୁସାରେ, ଆମେରିକା, ଚାଇନା, ଭାରତ, ବ୍ରିଟେନ ଏବଂ ରୁଷିଆର ପ୍ରତିରକ୍ଷା ବ୍ୟୟ ମୋଟ ଖର୍ଚ୍ଚର ୬୨%। ବିଶ୍ୱସ୍ତରରେ ସମୁଦାୟ ସାମରିକ ବ୍ୟୟ ୦.୭% ବଢ଼ିଛି। ୨୦୨୦ ତୁଳନାରେ ଭାରତର ପ୍ରତିରକ୍ଷା ବ୍ୟୟ ୦.୯ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୨ରେ ନୂଆଦିଲ୍ଲୀର ଡିଫେନ୍ସ ବଜେଟ ଗତବର୍ଷଠାରୁ ୩୩ ପ୍ରତିଶତ କମ୍‌ ଥିଲା। ସୀମାରେ ଚାଇନା ଓ ପାକିସ୍ତାନ ମଧ୍ୟରେ ବିବାଦ ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତ ସଶସ୍ତ୍ର ବାହିନୀର ଆଧୁନିକୀକରଣ ସହ ଅସ୍ତ୍ରଶସ୍ତ୍ର ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବାକୁ ପ୍ରାଥମିକତା ଦେଉଛି। ବିଶ୍ୱସ୍ତରରେ ମୋଟ ପ୍ରତିରକ୍ଷା ବ୍ୟୟ ମଧ୍ୟରୁ ଆମେରିକାର ଭାଗ ୩୮% ଏବଂ ଚାଇନା ଖର୍ଚ୍ଚ ୧୪% ବୋଲି ରିପୋର୍ଟରୁ ଜଣାପଡ଼ିଛି। ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଥିବା ଚାଇନା ଗତ ବର୍ଷ ପ୍ରାୟ ୨୯୩ ବିଲିୟନ ଡଲାର ଏହି କ୍ଷେତ୍ରରେ ବ୍ୟୟ କରିଛି। ବ୍ରିଟେନ୍‌ ୨ ସ୍ଥାନ ଉପରକୁ ଉଠି ଗତବର୍ଷ ୪ ନମ୍ବରରେ ପହଞ୍ଚିଛି। ୨୦୨୧ରେ ବ୍ରିଟେନ୍‌ ୬୮.୪ ବିଲିୟନ ଡଲାର ଖର୍ଚ୍ଚ କରିଛି। ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିବା ରୁଷିଆର ପ୍ରତିରକ୍ଷା ଖର୍ଚ୍ଚ ବଢ଼ି ୬୫.୯ ବିଲିୟନ ଡଲାର ରହିଛି। ରୁଷିଆ ଜିଡିପିର ୪.୧% ସାମରିକ ବ୍ୟୟରେ ଲାଗୁଛି। ୟୁକ୍ରେନ୍‌ ଯୁଦ୍ଧ କାରଣରୁ ମସ୍କୋ ଏହାର ଖର୍ଚ୍ଚ ବଢ଼ାଇଥିବା କୁହାଯାଇଛି। ୨୦୧୪ରେ ରୁଷିଆ କ୍ରିମିଆ ଉପଦ୍ୱୀପ କବ୍‌ଜା କରିବା ପରଠାରୁ ୟୁକ୍ରେନ୍‌ର ପ୍ରତିରକ୍ଷା ବ୍ୟୟ ୭୨% ବଢ଼ିଛି। ତେବେ ୨୦୨୧ରେ ୟୁକ୍ରେନ୍‌ର ଖର୍ଚ୍ଚ ୮% ଖସି ୫.୯ ବିଲିୟନ ଡଲାରରେ ପହଞ୍ଚିଥିଲେ ମଧ୍ୟ ଏହି ଅର୍ଥ ଏହାର ମୋଟ ଜିଡିପିର ୩.୨%। ଏଥିସହ ନାଟୋ ସଦସ୍ୟ ଦେଶଗୁଡ଼ିକ ମଧ୍ୟ ସେମାନଙ୍କ ପ୍ରତିରକ୍ଷା ବ୍ୟୟ ବୃଦ୍ଧି କରିଛନ୍ତି। ଏହାର ୮ ସଦସ୍ୟ ରାଷ୍ଟ୍ର ଗତବର୍ଷ ସେମାନଙ୍କ ଜିଡିପିର ୨% ସାମରିକ ଖର୍ଚ୍ଚରେ ଲଗାଇବାର ଟାର୍ଗେଟ ପୂରଣ କରିଛନ୍ତି। ଦଶନ୍ଧି ଧରି ଆମେରିକା ଗବେଷଣା ଓ ବିକାଶ ଦିଗରେ ଏହାର ଖର୍ଚ୍ଚ ବୃଦ୍ଧି କରିଛି। ଏହି କ୍ଷେତ୍ରରେ ଓ୍ବାଶିଂଟନ୍‌ର ବ୍ୟୟ ୨୪% ବଢ଼ିଥିବାବେଳେ ଅସ୍ତ୍ରଶସ୍ତ୍ର କ୍ରୟ ୬.୪% ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri