ପ୍ରତିରକ୍ଷା ବ୍ୟୟ ୨ ଟ୍ରିଲିୟନ ଡଲାର ଟପିଲା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୨୬ା୪: କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ପ୍ରତିରକ୍ଷା ବ୍ୟୟ ବୃଦ୍ଧି ପାଇଛି। ୨୦୨୧ରେ ବିଶ୍ୱର ମୋଟ ସାମରିକ ବ୍ୟୟ ୨.୧ ଟ୍ରିଲିୟନ ଡଲାର ଟପିଛି। ଲଗାତର ୭ମ ବର୍ଷ ପାଇଁ ମିଲିଟାରୀ ଏକ୍ସପେଣ୍ଡିଚର ବଢ଼ିଥିବାବେଳେ ଆମେରିକା ସର୍ବାଧିକ ବ୍ୟୟକାରୀ ରାଷ୍ଟ୍ର ପାଲଟିଛି। ଏହା ତଳକୁ ଚାଇନା ଏବଂ ତୃତୀୟରେ ଭାରତ ରହିଛି। ଆମେରିକା ଗତ ବର୍ଷ ୮୦୧ ବିଲିୟନ ଡଲାର ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିଥିବାବେଳେ ଭାରତର ବ୍ୟୟ ୭୬.୬ ବିଲିୟନ ଡଲାର ରହିଥିବା ସ୍ବିଡେନ୍‌ସ୍ଥିତ ଷ୍ଟକ୍‌ହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ଏସ୍‌ଆଇପିଆର୍‌ଆଇ) ଏକ ରିପୋର୍ଟ ପ୍ରକାଶ କରିଛନ୍ତି।
ଅନୁସାରେ, ଆମେରିକା, ଚାଇନା, ଭାରତ, ବ୍ରିଟେନ ଏବଂ ରୁଷିଆର ପ୍ରତିରକ୍ଷା ବ୍ୟୟ ମୋଟ ଖର୍ଚ୍ଚର ୬୨%। ବିଶ୍ୱସ୍ତରରେ ସମୁଦାୟ ସାମରିକ ବ୍ୟୟ ୦.୭% ବଢ଼ିଛି। ୨୦୨୦ ତୁଳନାରେ ଭାରତର ପ୍ରତିରକ୍ଷା ବ୍ୟୟ ୦.୯ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୨ରେ ନୂଆଦିଲ୍ଲୀର ଡିଫେନ୍ସ ବଜେଟ ଗତବର୍ଷଠାରୁ ୩୩ ପ୍ରତିଶତ କମ୍‌ ଥିଲା। ସୀମାରେ ଚାଇନା ଓ ପାକିସ୍ତାନ ମଧ୍ୟରେ ବିବାଦ ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତ ସଶସ୍ତ୍ର ବାହିନୀର ଆଧୁନିକୀକରଣ ସହ ଅସ୍ତ୍ରଶସ୍ତ୍ର ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବାକୁ ପ୍ରାଥମିକତା ଦେଉଛି। ବିଶ୍ୱସ୍ତରରେ ମୋଟ ପ୍ରତିରକ୍ଷା ବ୍ୟୟ ମଧ୍ୟରୁ ଆମେରିକାର ଭାଗ ୩୮% ଏବଂ ଚାଇନା ଖର୍ଚ୍ଚ ୧୪% ବୋଲି ରିପୋର୍ଟରୁ ଜଣାପଡ଼ିଛି। ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ଥିବା ଚାଇନା ଗତ ବର୍ଷ ପ୍ରାୟ ୨୯୩ ବିଲିୟନ ଡଲାର ଏହି କ୍ଷେତ୍ରରେ ବ୍ୟୟ କରିଛି। ବ୍ରିଟେନ୍‌ ୨ ସ୍ଥାନ ଉପରକୁ ଉଠି ଗତବର୍ଷ ୪ ନମ୍ବରରେ ପହଞ୍ଚିଛି। ୨୦୨୧ରେ ବ୍ରିଟେନ୍‌ ୬୮.୪ ବିଲିୟନ ଡଲାର ଖର୍ଚ୍ଚ କରିଛି। ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ଆକ୍ରମଣ କରିଥିବା ରୁଷିଆର ପ୍ରତିରକ୍ଷା ଖର୍ଚ୍ଚ ବଢ଼ି ୬୫.୯ ବିଲିୟନ ଡଲାର ରହିଛି। ରୁଷିଆ ଜିଡିପିର ୪.୧% ସାମରିକ ବ୍ୟୟରେ ଲାଗୁଛି। ୟୁକ୍ରେନ୍‌ ଯୁଦ୍ଧ କାରଣରୁ ମସ୍କୋ ଏହାର ଖର୍ଚ୍ଚ ବଢ଼ାଇଥିବା କୁହାଯାଇଛି। ୨୦୧୪ରେ ରୁଷିଆ କ୍ରିମିଆ ଉପଦ୍ୱୀପ କବ୍‌ଜା କରିବା ପରଠାରୁ ୟୁକ୍ରେନ୍‌ର ପ୍ରତିରକ୍ଷା ବ୍ୟୟ ୭୨% ବଢ଼ିଛି। ତେବେ ୨୦୨୧ରେ ୟୁକ୍ରେନ୍‌ର ଖର୍ଚ୍ଚ ୮% ଖସି ୫.୯ ବିଲିୟନ ଡଲାରରେ ପହଞ୍ଚିଥିଲେ ମଧ୍ୟ ଏହି ଅର୍ଥ ଏହାର ମୋଟ ଜିଡିପିର ୩.୨%। ଏଥିସହ ନାଟୋ ସଦସ୍ୟ ଦେଶଗୁଡ଼ିକ ମଧ୍ୟ ସେମାନଙ୍କ ପ୍ରତିରକ୍ଷା ବ୍ୟୟ ବୃଦ୍ଧି କରିଛନ୍ତି। ଏହାର ୮ ସଦସ୍ୟ ରାଷ୍ଟ୍ର ଗତବର୍ଷ ସେମାନଙ୍କ ଜିଡିପିର ୨% ସାମରିକ ଖର୍ଚ୍ଚରେ ଲଗାଇବାର ଟାର୍ଗେଟ ପୂରଣ କରିଛନ୍ତି। ଦଶନ୍ଧି ଧରି ଆମେରିକା ଗବେଷଣା ଓ ବିକାଶ ଦିଗରେ ଏହାର ଖର୍ଚ୍ଚ ବୃଦ୍ଧି କରିଛି। ଏହି କ୍ଷେତ୍ରରେ ଓ୍ବାଶିଂଟନ୍‌ର ବ୍ୟୟ ୨୪% ବଢ଼ିଥିବାବେଳେ ଅସ୍ତ୍ରଶସ୍ତ୍ର କ୍ରୟ ୬.୪% ହ୍ରାସ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri