ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ନିକଟରେ ନିର୍ବାଚନ ପାଇଁ ଟଙ୍କା ନାହିଁ: ପ୍ରତିରକ୍ଷା ମନ୍ତ୍ରୀ

ଇସଲାମାବାଦ,୨୬ ।୩: ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି, ଦେଶରେ ଅର୍ଥ ମନ୍ତ୍ରଣାଳୟ ନିକଟରେ ନିର୍ବାଚନ କରିବାକୁ ଟଙ୍କା ନାହିଁ । ସେ ସୂଚନା ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କ ସହ ଏକ ପ୍ରେସବାର୍ତ୍ତାରେ ଅନ୍ତରାଷ୍ଟ୍ରୀୟ ମିଡିଆକୁ ସମ୍ବୋଧନ କରିବା ସମୟରେ ଏହା କହିଛନ୍ତି । ପାକିସ୍ତାନ ନିର୍ବାଚନ କମିଶନ ପଞ୍ଜାବରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ କରିବାକୁ ଘୋଷଣା କରିବା ପରେ ଆସିଫଙ୍କ ଏହି ବୟାନ ସାମ୍ନାକୁ ଆସିଛି ।
ଖ୍ୱାଜା ଆସିଫ ପିଟିଆଇ ମୁଖ୍ୟ ଇମ୍ରାନ ଖାଁଙ୍କ ଆଲୋଚନା କରି କହିଛନ୍ତି, ତାଙ୍କୁ ହତ୍ୟା କରାଯିବାକୁ ଚେଷ୍ଟା କରାଯାଉଛି ବୋଲି ଯେଉଁ ଅଭିଯୋଗ ଆସିଛି ତାହା ମିଛ । ସେ କହିଛନ୍ତି, ଇମ୍ରାନ ଖାଁ ପ୍ରଧାନମନ୍ତ୍ରୀ ଥିବା ସମୟରେ ହିଁ ପୂର୍ବତନ ସେନାଧ୍ୟକ୍ଷ ଜନରାଲ କମର ଜାଭେଦ ବାଜୱାଙ୍କ କାର୍ଯ୍ୟକାଳ ବଢାଇଥିଲେ ଆଉ ଏବେ ତାଙ୍କ ଉପରେ ଅଭିଯୋଗ ଆଣୁଛନ୍ତି । ଆସିଫ କହିଛନ୍ତି, ଇମ୍ରାନ ପ୍ରତିଦିନ ସଙ୍କଟ ସୃଷ୍ଟି କରୁଛନ୍ତି, ହେଲେ ସରକାର ଏହି ସଙ୍କଟର ସମାଧାନ କରୁଛନ୍ତି ଓ ପାକିସ୍ତାନ ଖୁବଶୀଘ୍ର ଏହି ସଙ୍କଟକୁ ଦୂରେଇ ଦେବ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟର ୪ ଜିଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୩୦।୭: ଆଜି ରାଜ୍ୟର ୪ଟି ଜିଲାରେ ସ୍କୁଲ ଛୁଟି ଘୋଷଣା। ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ କଳାହାଣ୍ଡିରେ ସ୍କୁଲ ଛୁଟି। ସବୁ ସରକାରୀ ଓ ଘରୋଇ ସ୍କୁଲ…

ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ଅଖାରେ ପଶି ମାଟି ତଳେ ୩ ଦିନ ରହିବା ପରେ ଘଟିଲା…

ଚଣ୍ଡିଗଡ଼,୩୦ା୭:ଏକ ପାରମ୍ପରିକ ଗ୍ରାମ ସର୍କସ ଦଳର ଜଣେ ୨୭ ବର୍ଷୀୟ ଯୁବକ ପୂର୍ବରୁ ଅନେକ ଥର ଜୀବନ୍ତ ସମାଧି ଷ୍ଟଣ୍ଟ ଦେଖାଇଥିଲେ। ତେବେ ହରିୟାଣାର ନୁହ ଜିଲାରେ…

ବସ୍‌ ଡ୍ରାଇଭରଙ୍କ ଘରୁ ମିଳିଲା ୨୦ କୋଟି ଟଙ୍କା, ୧୫ କେ.ଜି. ସୁନା: ପୋଲିସ ତାଜୁବ

କୋଲକାତା,୩୦।୭:ପୂର୍ବରୁ ସରକାରୀ ବସ୍‌ ଡ୍ରାଇଭର ଭାବେ କାମ କରୁଥିବା ପଶ୍ଚିମବଙ୍ଗ ବୀରଭୂମ ଜିଲାର ମିନାର ମଣ୍ଡଳଙ୍କ ଘରୁ ପୋଲିସ ୨୦ କୋଟି ନଗଦ ଟଙ୍କା ଏବଂ ୧୫…

ଭୁଶୁଡ଼ିଲା ପଥରଗଡ଼ ଡ୍ୟାମ୍‌ ହୁଡ଼ା: ୧ଶହ ଏକର ଚାଷ ଜମି ବାଲିଚର

ଲୋଇସିଂହା,୩0୦।୭(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ରେକର୍ଡ ପରିମାଣର ବର୍ଷା ହୋଇଛି। ବୁଧବାର ଦିନକ ଭିତରେ ୨୬୪ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ଜିଲାରେ ସର୍ବାଧିକ…

୩ ମନ୍ତ୍ରୀଙ୍କୁ ବନ୍ୟା ମୁକାବିଲା ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୭ (ସୁନିତ୍‌ ମିଶ୍ର): ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଲଗାଣ ବର୍ଷା ଓ କେତେକ ନଦୀରେ ସୃଷ୍ଟି ହୋଇଥିବା…

ପ୍ରେମିକା ପାଇଁ ମନ୍ଦିର ଉପରେ ପ୍ରେମିକ: ଆଉ ତା’ପରେ ଘଟିଲା…

କେନ୍ଦୁଝର,୩୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍‌ ଅନ୍ତର୍ଗତ ହରିଚନ୍ଦନପୁରରେ ବୁଧବାର ଏକ ହାଇଡ୍ରାମା ଦେଖିବାକୁ ମଳିଛି। ପ୍ରେମିକାଙ୍କୁ ପାଇବା ପାଇଁ କାଳିଆଦୁମା ଗ୍ରାମର ପ୍ରେମିକ ଏକ…

ବକ୍ସ କଣ୍ଡୁଇଟ୍‌ ଅଧୁରା, କୂଳ ଲଙ୍ଘୁଛି କେନାଲ: ସତ ହେଲା ଆଶଙ୍କା

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ):ବରଗଡ଼-ଭେଡ଼େନ କେନାଲରେ ବକ୍ସ କଣ୍ଡୁଇଟ୍‌ (କେନାଲ ସୌନ୍ଦର୍ଯ୍ୟ ପାଇଁ କରାଯାଇଥିବା କାର୍ଯ୍ୟ)ନିର୍ମାଣରେ ହୋଇଥିବା ଅନିୟମିତତା ଘଟଣାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉ ନାହିଁ। ମଙ୍ଗଳବାର…

ଜିମ୍ବାୱେରେ ମିଳିଲା ୨୧ କୋଟି ବର୍ଷ ପୁରୁଣା ଡାଇନୋସର କଙ୍କାଳ

ହାରାରେ, ୩୦ା୭ (ଏଜେନ୍ସି): ଜିମ୍ବାଓ୍ବେରେ ୨୧ କୋଟି (୨୧୦ ନିୟୁତ) ବର୍ଷ ପୁରୁଣା ନୂତନ ପ୍ରଜାତିର ଡାଇନୋସର କଙ୍କାଳ ଆବିଷ୍କୃତ ହୋଇଛି। ଏହି ପ୍ରାଚୀନ ଆବିଷ୍କାର ପୃଥିବୀରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri