ଅଭିଯୁକ୍ତ ରାଜେଶ ର’ ଅଫିସର

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ୮୦କୋଟିର ନକଲି କାର୍ଯ୍ୟାଦେଶ ଦେଇ ଜଣେ ବ୍ୟବସାୟୀଙ୍କଠାରୁ ୧କୋଟି ୧୭ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଦ୍ୱାରା ଗିରଫ ହୋଇଥିବା ରାଜେଶ କୁମାର ଓରଫ ରାଜେଶ ଗେହେଲଟ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଉଇଙ୍ଗ(ର’)ର ଅଧିକାରୀ ବୋଲି ଜଣାପଡ଼ିଛି। ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପରିଚୟ ପତ୍ରରେ ରାଜେଶ କୁମାର ‘ରିଶର୍ଚ୍ଚ ଅଧିକାରୀ’ ବୋଲି ଲେଖାଥିବା ଏକ ଆଇଡେଣ୍ଟିଟି କାର୍ଡ କୋର୍ଟରେ ଦାଖଲ ହୋଇଛି ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ବୁଧବାର କହିଛନ୍ତି। ରାଜେଶଙ୍କୁ ଗତ ୧୮ ତାରିଖରେ ଭୁବନେଶ୍ୱର ଇଓଡବ୍ଲ୍ୟୁ ଦ୍ୱାରକା ଥାନା ଅନ୍ତର୍ଗତ ସେକ୍ଟର -୨୧ରୁ ଗିରଫ କରି ୧୯ତାରିଖରେ ଦ୍ୱାରକା ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟଙ୍କ ନିକଟରେ ହାଜର କରିଥିଲା। କୋର୍ଟଙ୍କ ଅନୁମତି କ୍ରମେ ରାଜେଶ ଏବେ ୫ଦିନିଆ ଟ୍ରାନ୍‌ଜିଟ ବେଲ୍‌ରେ ଥିବାବେଳେ ଆସନ୍ତା ୨୪ରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ଗତ ଅକ୍ଟୋବର ୩୦ରେ ଏହି ମାମଲାରେ ଅନ୍ୟ ୨ ଅଭିଯୁକ୍ତ ନକିଲ ଆଇଏଏସ୍‌ ଅଫିସର ସୂର୍ଯ୍ୟମଣି ତ୍ରିପାଠୀ ଓ ଓଡ଼ିଶା ପୂର୍ତ୍ତବିଭାଗ(ପିଡବ୍ଲ୍ୟୁଡି)ର ନକଲି ଇଞ୍ଜିନିୟର ଅମିତ କୁମାର ଗିରଫ ହୋଇଥିଲେ। ଉକ୍ତ ମାମଲାରେ ସମ୍ପୃକ୍ତ ଥିବା ଜଣେ ନକଲି ମହିଳା ଟ୍ରେଜେରି ଅଫିସର ଫେରାର ଅଛନ୍ତି। ର’ କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା। ଅଭିଯୁକ୍ତ ରାଜେଶ ଜଣେ ର’ ଅଫିସର ହୋଇ କିପରି ଏତେ ବଡ଼ ଠକାମି କରିବାକୁ ମନ ବଳାଇଥିଲେ ତାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ପୂର୍ବରୁ ସେ ଏକାଧିକ ଠକେଇ କରିଥାଇ ପାରନ୍ତି ବୋଲି ଇଓଡବ୍ଲ୍ୟୁ ସନ୍ଦେହ କରୁଛି। ଏନେଇ ଇଓଡବ୍ଲ୍ୟୁ ଅଧିକ ତଦନ୍ତ ଜାରି ରଖିଛି।
ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ କମ୍ପାନୀର ମାଲିକ ମୁକେଶ ଜୈନଙ୍କର ଭୁବନେଶ୍ୱର କଳିଙ୍ଗନଗରରେ ଏକ ଶାଖା ରହିଥିବାବେଳେ ତାଙ୍କ ପୁଅ ଅକ୍ଷୟ ଜୈନ ଏହାକୁ ପରିଚାଳନା କରନ୍ତି। ବାପାପୁଅଙ୍କ ସହ ସମ୍ପର୍କ ହେବା ପରେ ରାଜେଶ ନିଜକୁ ର’ ଅଧିକାରୀ ବୋଲି କହିଥିଲେ। ପରେ ତାଙ୍କ ସହ ଥିବା ସୂର୍ଯ୍ୟମଣିଙ୍କୁ ପରିଚିତ କରାଇ ସେ ପୂର୍ତ୍ତ ବିଭାଗର ଜଣେ ଅତିରିକ୍ତ ସଚିବ ଥିବା ଜଣାଇଥିଲେ। ସେମାନେ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରୋଜେକ୍ଟର କଣ୍ଟ୍ରାକ୍ଟ ୱାର୍କ ଅର୍ଡର ଦେବାକୁ କହି ୨୦୧୮ରେ ନିର୍ମାଣ ସୌଧକୁ ଡାକିଥିଲେ। ସେଠାରେ ଅମିତଙ୍କୁ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ବୋଲି ପରିଚୟ କରାଇଥିଲେ। ପ୍ରଥମେ ଏକ ଫାର୍ମ ପଞ୍ଜୀକୃତ କରିବାକୁ ୨୫ ଲକ୍ଷ ଟଙ୍କା ଟ୍ରେଜେରିରେ ଜମା କରିବାକୁ କହିଥିଲେ। ଏଥିପାଇଁ ଜଣେ ମହିଳାଙ୍କୁ ଟ୍ରେଜେରି ଅଧିକାରୀ ବୋଲି ଦର୍ଶାଇଥିଲେ। ଟଙ୍କା ପାଇବାପରେ ଉଭୟ ବାପପୁଅଙ୍କୁ ଅଭିଯୁକ୍ତମାନେ ୮୦କୋଟି ଟଙ୍କାର ନକଲି ଓ୍ବାର୍କଅର୍ଡର(କାର୍ଯ୍ୟାଦେଶ) ଧରାଇ ତାଙ୍କ ଠାରୁ ବାକି ଟଙ୍କା ନେଇଯାଇଥିଲେ। ହେଲେ କୌଣସି କାମ ନ ହେବାରୁ ମୁକେଶ ଓ ତାଙ୍କ ପୁଅ ଆର୍‌ଟିଆଇର ସହାୟତା ନେବାରୁ ଟ୍ରେଜେରି ରସିଦ୍‌ ସହ ସମସ୍ତ ଦସ୍ତାବିଜ ଜାଲ୍‌ ବୋଲି ଜାଣିବାକୁ ପାଇଥିଲେ। ଏନେଇ ସେମାନେ ଇଓଡବ୍ଲ୍ୟୁରେ ଅଭିଯୋଗ କରିବା ପରେ ୨୮ ଅକ୍ଟୋବରରେ (ନଂ.୧୪/୨୧) ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri