ଅଭିଯୁକ୍ତ ରାଜେଶ ର’ ଅଫିସର

ଭୁବନେଶ୍ୱର,୨୩।୧୨(ବ୍ୟୁରୋ): ୮୦କୋଟିର ନକଲି କାର୍ଯ୍ୟାଦେଶ ଦେଇ ଜଣେ ବ୍ୟବସାୟୀଙ୍କଠାରୁ ୧କୋଟି ୧୭ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଦ୍ୱାରା ଗିରଫ ହୋଇଥିବା ରାଜେଶ କୁମାର ଓରଫ ରାଜେଶ ଗେହେଲଟ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଉଇଙ୍ଗ(ର’)ର ଅଧିକାରୀ ବୋଲି ଜଣାପଡ଼ିଛି। ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପରିଚୟ ପତ୍ରରେ ରାଜେଶ କୁମାର ‘ରିଶର୍ଚ୍ଚ ଅଧିକାରୀ’ ବୋଲି ଲେଖାଥିବା ଏକ ଆଇଡେଣ୍ଟିଟି କାର୍ଡ କୋର୍ଟରେ ଦାଖଲ ହୋଇଛି ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ବୁଧବାର କହିଛନ୍ତି। ରାଜେଶଙ୍କୁ ଗତ ୧୮ ତାରିଖରେ ଭୁବନେଶ୍ୱର ଇଓଡବ୍ଲ୍ୟୁ ଦ୍ୱାରକା ଥାନା ଅନ୍ତର୍ଗତ ସେକ୍ଟର -୨୧ରୁ ଗିରଫ କରି ୧୯ତାରିଖରେ ଦ୍ୱାରକା ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟଙ୍କ ନିକଟରେ ହାଜର କରିଥିଲା। କୋର୍ଟଙ୍କ ଅନୁମତି କ୍ରମେ ରାଜେଶ ଏବେ ୫ଦିନିଆ ଟ୍ରାନ୍‌ଜିଟ ବେଲ୍‌ରେ ଥିବାବେଳେ ଆସନ୍ତା ୨୪ରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ଗତ ଅକ୍ଟୋବର ୩୦ରେ ଏହି ମାମଲାରେ ଅନ୍ୟ ୨ ଅଭିଯୁକ୍ତ ନକିଲ ଆଇଏଏସ୍‌ ଅଫିସର ସୂର୍ଯ୍ୟମଣି ତ୍ରିପାଠୀ ଓ ଓଡ଼ିଶା ପୂର୍ତ୍ତବିଭାଗ(ପିଡବ୍ଲ୍ୟୁଡି)ର ନକଲି ଇଞ୍ଜିନିୟର ଅମିତ କୁମାର ଗିରଫ ହୋଇଥିଲେ। ଉକ୍ତ ମାମଲାରେ ସମ୍ପୃକ୍ତ ଥିବା ଜଣେ ନକଲି ମହିଳା ଟ୍ରେଜେରି ଅଫିସର ଫେରାର ଅଛନ୍ତି। ର’ କେନ୍ଦ୍ର ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍ଥା। ଅଭିଯୁକ୍ତ ରାଜେଶ ଜଣେ ର’ ଅଫିସର ହୋଇ କିପରି ଏତେ ବଡ଼ ଠକାମି କରିବାକୁ ମନ ବଳାଇଥିଲେ ତାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ପୂର୍ବରୁ ସେ ଏକାଧିକ ଠକେଇ କରିଥାଇ ପାରନ୍ତି ବୋଲି ଇଓଡବ୍ଲ୍ୟୁ ସନ୍ଦେହ କରୁଛି। ଏନେଇ ଇଓଡବ୍ଲ୍ୟୁ ଅଧିକ ତଦନ୍ତ ଜାରି ରଖିଛି।
ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ କମ୍ପାନୀର ମାଲିକ ମୁକେଶ ଜୈନଙ୍କର ଭୁବନେଶ୍ୱର କଳିଙ୍ଗନଗରରେ ଏକ ଶାଖା ରହିଥିବାବେଳେ ତାଙ୍କ ପୁଅ ଅକ୍ଷୟ ଜୈନ ଏହାକୁ ପରିଚାଳନା କରନ୍ତି। ବାପାପୁଅଙ୍କ ସହ ସମ୍ପର୍କ ହେବା ପରେ ରାଜେଶ ନିଜକୁ ର’ ଅଧିକାରୀ ବୋଲି କହିଥିଲେ। ପରେ ତାଙ୍କ ସହ ଥିବା ସୂର୍ଯ୍ୟମଣିଙ୍କୁ ପରିଚିତ କରାଇ ସେ ପୂର୍ତ୍ତ ବିଭାଗର ଜଣେ ଅତିରିକ୍ତ ସଚିବ ଥିବା ଜଣାଇଥିଲେ। ସେମାନେ ଓଡ଼ିଶା ସରକାରଙ୍କ ବିଭିନ୍ନ ପ୍ରୋଜେକ୍ଟର କଣ୍ଟ୍ରାକ୍ଟ ୱାର୍କ ଅର୍ଡର ଦେବାକୁ କହି ୨୦୧୮ରେ ନିର୍ମାଣ ସୌଧକୁ ଡାକିଥିଲେ। ସେଠାରେ ଅମିତଙ୍କୁ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ବୋଲି ପରିଚୟ କରାଇଥିଲେ। ପ୍ରଥମେ ଏକ ଫାର୍ମ ପଞ୍ଜୀକୃତ କରିବାକୁ ୨୫ ଲକ୍ଷ ଟଙ୍କା ଟ୍ରେଜେରିରେ ଜମା କରିବାକୁ କହିଥିଲେ। ଏଥିପାଇଁ ଜଣେ ମହିଳାଙ୍କୁ ଟ୍ରେଜେରି ଅଧିକାରୀ ବୋଲି ଦର୍ଶାଇଥିଲେ। ଟଙ୍କା ପାଇବାପରେ ଉଭୟ ବାପପୁଅଙ୍କୁ ଅଭିଯୁକ୍ତମାନେ ୮୦କୋଟି ଟଙ୍କାର ନକଲି ଓ୍ବାର୍କଅର୍ଡର(କାର୍ଯ୍ୟାଦେଶ) ଧରାଇ ତାଙ୍କ ଠାରୁ ବାକି ଟଙ୍କା ନେଇଯାଇଥିଲେ। ହେଲେ କୌଣସି କାମ ନ ହେବାରୁ ମୁକେଶ ଓ ତାଙ୍କ ପୁଅ ଆର୍‌ଟିଆଇର ସହାୟତା ନେବାରୁ ଟ୍ରେଜେରି ରସିଦ୍‌ ସହ ସମସ୍ତ ଦସ୍ତାବିଜ ଜାଲ୍‌ ବୋଲି ଜାଣିବାକୁ ପାଇଥିଲେ। ଏନେଇ ସେମାନେ ଇଓଡବ୍ଲ୍ୟୁରେ ଅଭିଯୋଗ କରିବା ପରେ ୨୮ ଅକ୍ଟୋବରରେ (ନଂ.୧୪/୨୧) ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଦରବାରରେ ଓଡ଼ିଆ ପୁଅ: ଜାପାନରେ ପ୍ରଶଂସିତ ହୋଇ ଜନ୍ମମାଟି ପାଇଁ ଗୌରବ ଆଣିଲେ ଗୋଡ଼ଭଗାର ଡାକ୍ତର ଅଭିଷେକ

ଅତାବିରା,୧୦ା୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ଗୋଡ଼ଭଗାର ଡା. ଅଭିଷେକ ନାଏକ। ଜନ୍ମମାଟି ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ। ସେ ବିଏଚ୍‌ୟୁସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ…

IND vs WI: ବୋଲରଙ୍କ କ୍ୟାରିୟର ବରବାଦ…! କାହା ଉପରେ ରାଗି ଏମିତି କହିଲେ ଗୌତମ ଗମ୍ଭୀର? ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଦଶ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ, ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ପିଚକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଗତ ରାତିରେ ଭାରତ…

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

CJPକୁ ନେଇ ବଡ଼ ବୟାନ ଦେଲେ ଚିରାଗ ପାସୱାନ, କହିଲେ କେହି ଅଟକାଇ ପାରିବେ ନାହିଁ…

ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଶୁକ୍ରବାର କହିଛନ୍ତି ଯେ ଟ୍ରେନ ବାତିଲ କରି ଭାରତର ଯୁବପିଢ଼ିଙ୍କୁ ଅଟକାଯାଇ ପାରିବ ନାହିଁ। ସେ ନିର୍ୱାଚନ ଆୟୋଗ ବିରୋଧରେ ବିକ୍ଷୋଭ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?