Posted inUncategorized

ହରିଣଛାଲ ଜବତ, ୨ ଗିରଫ

ରାଜନଗର, ୫।୧(ଡି.ଏନ.ଏ.):ଭିତରକନିକା ଜାତୀୟଉଦ୍ୟାନରେ ବସବାସ କରୁଥିବା ବନ୍ୟଜନ୍ତୁଙ୍କ ଜୀବନ ଏବେ ବିପନ୍ନ ମୁହଁା ହେବାରେ ଲାଗିଛି। ନୂଆବର୍ଷରେ ମଉଜ ମଜଲିସ ପାଇଁ ଜାତୀୟ ଉଦ୍ୟାନ ସୀମା ସରହଦରେ ବସବାସ କରୁଥିବା ଶିକାରୀମାନେ ହରିଣକୁ ଶିକାର କରିଥିଲେ। ତାହାର ଛାଲକୁ ବିକ୍ରି କରିବାକୁ ସୋମବାର ଅପରାହ୍ନରେ ଯାଉଥିବା ବେଳେ ଦୁଇଜଣଙ୍କୁ ବନ ବିଭାଗର କର୍ମଚାରୀ ଗିରଫ କରିବା ସହ ଛାଲକୁ ଜବତ କରିଛନ୍ତି। ଶିକାରୀ ଦ୍ୱୟ ହେଲେ ରାଜନଗର ବ୍ଲକ କନକନଗର ଗାଁର ଶିକାରୀ ବିଶ୍ୱଜିତ ମଣ୍ଡଳ, ଶୈଳେନ୍ଦ୍ରନଗର ଗାଁର ମିଥୁନ ପରିଡା। ସେମାନେ ବାଇକ୍‌ (ନଂ. ଓଡି୨୯ଡି ୦୬୮୯)ରେ ହରିଣ ଛାଲ ନେଇ କେନ୍ଦ୍ରାପଡାକୁ ବିକ୍ରି କରିବାକୁ ଯାଉଥିଲେ। ହରିଣ ଛାଲକୁ ୧୫ ହଜାର ଟଙ୍କାରେ ବିକ୍ରି କରିବାର ସେମାନଙ୍କ ଯୋଜନା ଥିଲା। ଖବରପାଇ ଫରେଷ୍ଟର କପିଳେନ୍ଦ୍ର ପ୍ରଧାନ, ଫରେଷ୍ଟ ଗାର୍ଡ ସୁନିଲ ରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ଜାତୀୟଉଦ୍ୟାନ ସୀମାରେ ଥିବା ଡାଙ୍ଗମାଳ ପଞ୍ଚାୟତର ଢୋଢୋଇଆ କାଠୁଆ ଛକ ନିକଟରେ ବାଇକ୍‌କୁ ଅଟକାଇ ବନ୍ଧା ଯାଇଥିବା ଜାଲରୁ ହରିଣ ଛାଲ ଜବତ କରିଥିଲେ। ଜବତ ହରିଣ ଛାଲ ୪ ଫୁଟ ଲମ୍ବ ୧ ଫୁଟ ୪ ଇଞ୍ଚ ଚଉଡା ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ଦୁଇ ଶିକାରୀଙ୍କ କହିବା ଅନୁଯାୟୀ ୧୦ ଦିନ ତଳେ ସେମାନେ ଭିତରକନିକା ଜାତୀୟ ଉଦ୍ୟାନର ନର୍ଥ ମହିଁଷାମୁଣ୍ଡା ଫରେଷ୍ଟ ବ୍ଲକ ଅଞ୍ଚଳରୁ ହରିଣ ଶିକାର କରିଥିଲେ। ସେମାନେ ହରିଣ ଶିକାର କରିବା ପରେ ତାର ମାଂସକୁ ବଜାରରେ ବିକ୍ରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

ଡିଜିପି ଚୟନ: ୨୨ ଶୁଣାଣିକୁ ଅପେକ୍ଷା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର): ଓଡ଼ିଶା ଡିଜିପି ଚୟନ ନେଇ ଆସନ୍ତା ୨୨ ତାରିଖ ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଗୁରୁବାର ଏହି ବାବଦରେ ସର୍ବୋଚ୍ଚ ନ୍ୟାୟଳୟରେ ଶୁଣାଣି ହେବାର…

ପୃଥିବୀ ଭୂଗର୍ଭରେ ରହିଛି ବିପୁଳ ଜଳରାଶି, ୨,୯୦୦ କିମି ଗଭୀରରେ ବଡ଼ ରହସ୍ୟ

ଲଣ୍ଡନ,୧୮ା୯: ‘ଜଳ ହିଁ ଜୀବନ’। ପୃଥିବୀରେ ସମସ୍ତ ଜୀବଜଗତର ସୃଷ୍ଟି ଓ ସ୍ଥିତି ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେବଳ ଭୂପୃଷ୍ଠରେ ନୁହେଁ, ପୃଥିବୀର ଭୂଗର୍ଭୀୟ…

ମା’ ରାମଚଣ୍ଡୀଙ୍କ ମନ୍ଦିରରେ ୧ ହଜାର ଦୀପ ପ୍ରଜ୍ଜ୍ୱଳନ, ବିଧାୟକ ପହଞ୍ଚି…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ଅଞ୍ଚଳର ବିଭିନ୍ନ ଧର୍ମାନୁଷ୍ଠନରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ୭୬ତମ ଜନ୍ମ ଦିବସ ଅବସରରେ ମା’ ରାମଚଣ୍ଡୀ ମନ୍ଦିର ପରିସରରେ ଏକ…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?