ନାସ୍‌ଡାକ୍‌ ବଜାର ମୂଲ୍ୟ ୧ ଟ୍ରିଲିୟନ ଡଲାର ହ୍ରାସ

ଓ୍ବାଶିଂଟନ,୨୯।୧: ଚାଇନାର ଷ୍ଟାର୍ଟଅପ୍‌ କମ୍ପାନୀ ଡିପ୍‌ସିକ୍‌ ଏକ ଗେମ୍‌ ଚେଞ୍ଜିଙ୍ଗ୍‌ ଏଆଇ ମଡେଲ୍‌ ଉନ୍ମୋଚନ କରିଛି। କମ୍ପାନୀର ଏହି ସ୍ବଳ୍ପ ମୂଲ୍ୟ ଏବଂ ଉଚ୍ଚ ପ୍ରଦର୍ଶନକାରୀ ଟେକ୍‌ନୋଲୋଜି ଓ୍ବାଲ୍‌ଷ୍ଟ୍ରିଟ୍‌ରେ ଆତଙ୍କ ଖେଳାଇଛି। ମଙ୍ଗଳବାର ଗୋଟିଏ ଦିନରେ ଆମେରିକୀୟ ଷ୍ଟକ୍‌ ଏକ୍ସଚେଞ୍ଜ ନାସ୍‌ଡାକ୍‌ର ବଜାର ମୂଲ୍ୟ ୧ ଟ୍ରିଲିୟନ ଡଲାର ହ୍ରାସ ପାଇଛି। ଏଆଇରେ ରହିଆସିଥିବା ଆମେରିକା ଆଧିପତ୍ୟର ସ୍ଥାୟିତ୍ୱକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭିତ୍ତିଭୂମିର କେନ୍ଦ୍ର ବିବେଚନା କରାଯାଉଥିବା ଆମେରିକୀୟ ଚିପ୍‌ ନିର୍ମାତା ଏନ୍‌ଭିଡିଆକୁ ସବୁଠୁ ବଡ଼ ଝଟ୍‌କା ଲାଗିଛି। ଗୋଟିଏ ଦିନରେ ଏହି କମ୍ପାନୀର ଶେୟାର ମୂଲ୍ୟ ୧୭ ପ୍ରତିଶତ ହ୍ରାସ ପାଇବାରୁ ଏହା ପାଖାପାଖି ୬୦୦ ବିଲିୟନ ଡଲାର ହରାଇଛି, ଯାହା କି ଷ୍ଟକ୍‌ମାର୍କେଟ ଇତିହାସରେ ଗୋଟିଏ ଦିନରେ ସର୍ବାଧିକ ବଜାର ମୂଲ୍ୟ ହ୍ରାସ। ନାସ୍‌ଡାକ୍‌ କମ୍ପୋଜିଟ୍‌ ୩.୧ ପ୍ରତିଶତ ହ୍ରାସ ପାଇଥିବାବେଳେ ଗୁଗଲର ମୂଳ କମ୍ପାନୀ ଆଲ୍‌ଫାବେଟ୍‌ ୧୦୦ ବିଲିୟନ ଡଲାର ଏବଂ ମାଇକ୍ରୋସଫ୍ଟ ୭ ବିଲିୟନ ଡଲାର ହରାଇଛି। ଏଆଇ ଆଧିପତ୍ୟ ପାଇଁ ଆମେରିକା ଏବଂ ଚାଇନା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାର ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ବୋଲି କୁହାଯାଉଛି।
ଚାଇନାର ଡିପ୍‌ସିକ୍‌ ଗତ ସପ୍ତାହରେ ମାଗଣା ଏଆଇ ଆସିଷ୍ଟାଣ୍ଟ ଲଞ୍ଚ୍‌ କରିଥିଲା। ବର୍ତ୍ତମାନ ଉପଲବ୍ଧ ସେବା ମୂଲ୍ୟର ତୁଳନାରେ ଡିପ୍‌ସିକ୍‌ର ଏହି ସେବା ଯଥେଷ୍ଟ କମ୍‌ ମୂଲ୍ୟରେ ମିଳିବା ସହ ଖୁବ୍‌ କମ୍‌ ଡେଟା ବ୍ୟବହାର ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା, ଯାହାକି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଏପରିକି ଓପନ୍‌ଏଆଇ ସିଇଓ ସାମ୍‌ ଅଲ୍‌ଟମାନ୍‌ ମଧ୍ୟ ଡିପ୍‌ସିକ୍‌ର ପ୍ରଶଂସା କରିଛନ୍ତି। ଏହା ଏକ ପ୍ରଭାବଶାଳୀ ମଡେଲ ବୋଲି ଅଲ୍ଟମାନ୍‌ କହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ସେଠାର ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ଜାଗରଣର ଏକ ଆହ୍ବାନ ବୋଲି କହିଛନ୍ତି। ନୂଆ ପ୍ରତିଦ୍ୱନ୍ଦ୍ୱୀ ଆସିଥିବାରୁ ଆମକୁ ନିଶ୍ଚିତ ଭାବେ ଏହାଠାରୁ ଉନ୍ନତ ମଡେଲ ଆଣିବାକୁ ହେବ ବୋଲି ଚାଟ୍‌ଜିପିଟି ପଛରେ ଥିବା ଏଆଇ ସଂସ୍ଥାର ମୁଖ୍ୟ ଅଲ୍ଟମାନ୍‌ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି।
ଡିପ୍‌ସିକ୍‌ର ଏଆଇ ଆସିଷ୍ଟାଣ୍ଟ ଲଞ୍ଚ ହେବା ପରେ ଏହି ଫ୍ରି ଆପ୍‌ ସୋମବାର ଆପଲ୍‌ ଆଇଫୋନ୍‌ ଷ୍ଟୋରରେ ସର୍ବାଧିକ ଡାଉନ୍‌ଲୋଡ ହୋଇଛି। ଏଆଇ ଟେକ୍ନୋଲୋଜି ବିକାଶରେ ଆମେରିକା ଏବଂ ଚାଇନା ମଧ୍ୟରେ ଅର୍ଥନୈତିକ ଏବଂ ଭୂରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ବିତର୍କ ଜୋର୍‌ଦାର ହୋଇଛି। ଆମେରିକୀୟ ଏଆଇ ଅଧିକ ବ୍ୟୟସାପେକ୍ଷ ହୋଇଥିବାବେଳେ ଚାଇନାର ଏହି ସେବା କମ୍‌ ମୂଲ୍ୟରେ ଉପଲବ୍ଧ ହେବାକୁ ଯାଉଛି। ଏହା ଆମେରିକୀୟ ପ୍ରଯୁକ୍ତି କମ୍ପାନୀଗୁଡ଼ିକୁ ଚିନ୍ତାରେ ପକାଇଛି। ଏଆଇକୁ ଅଧିକ ଆଧୁନିକ କରିବା ଦିଗରେ ସେମାନେ ବ୍ୟାପକ ପୁଞ୍ଜିନିବେଶ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?