ନୂଆ ଘରେ ଦୀପିକା-ରଣବୀର

ମୁମ୍ବାଇ: ନୂଆ ଘରକୁ ପ୍ରବେଶ କଲେ ବଲିଉଡ୍‌ ଅଭିନେତା ରଣବୀର ସିଂ ଓ ସ୍ତ୍ରୀ ପାଦୁକୋନ। ଏ ନେଇ ରଣବୀର ଇନ୍‌ଷ୍ଟାଗ୍ରମରେ ଗୃହପ୍ରବେଶ ପାଇଁ କରାଯାଇଥିବା ସ୍ବତନ୍ତ୍ର ପୂଜାର ଫଟୋ ଶେୟାର କରିଛନ୍ତି। ରଣବୀର, ଦୀପିକା ଧଳା ରଙ୍ଗର କପଡ଼ା ପିନ୍ଧିଥିବାବେଳେ ପୂଜାରେ ଦୁହେଁ ବସିଥିବା ଫଟୋରେ ଦେଖିବାକୁ ମିଳିଛି। ୧୧୯ କୋଟି ଟଙ୍କାରେ ମୁମ୍ବାଇରେ ଏହି ଲକ୍‌ଜୁରି ଆପାର୍ଟମେଣ୍ଟ କିଣିଥିବା କୁହାଯାଉଛି। ଜୁଲାଇରେ ରଣବୀର ଓ ତାଙ୍କ ବାପାଙ୍କ କମ୍ପାନୀ ମିଶି ବାନ୍ଦ୍ରାରେ ସାଗର ରେଶମ କର୍ପୋରେଟିଭ୍‌ ହାଉସିଂ ସୋସାଇଟିରେ ୪ ମହଲା ଆପାର୍ଟମେଣ୍ଟ କିଣିଥିଲେ। ରୋହିତ ସେଟ୍ଟିଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ସର୍କସ’ ରିଲିଜ୍‌ ଅପେକ୍ଷାରେ ଥିବାବେଳେ ଏଥିରେ ମୁଖ୍ୟ ଭୂମିକାରେ ରଣବୀର ଅଭିନୟ କରିଛନ୍ତି। ଅନ୍ୟପଟେ ଆଲିଆ ଭଟ୍ଟଙ୍କ ସହ କରିଥିବା ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ୍‌ କାହାନୀ’ ମଧ୍ୟ ଆଗକୁ ରିଲିଜ୍‌ ହେବାର ଅଛି। ଫିଲ୍ମ ‘ଗେହରାୟା’ରେ ଦୀପିକାଙ୍କୁ ଶେଷଥର ପାଇଁ ବଡ଼ ପରଦାରେ ଦେଖାଯାଇଥିବାବେଳେ ଫିଲ୍ମ ‘ପଠାନ୍‌’ରେ ଶାହରୁଖ ଓ ଦୀପିକାଙ୍କ ଯୋଡ଼ି ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେବେ କମେଡି କୁଇନ୍‌ !

ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲାମ୍ବାଚିଆ ଖୁବ୍‌ଶୀଘ୍ର ପ୍ରଶଂସକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ପ୍ରାୟତଃ ତାଙ୍କ ପ୍ରଶଂସକମାନେ...

ବଲିଉଡର ସବୁଠାରୁ ଲମ୍ବା ଚୁମ୍ବନ: ଏହି ଅଭିନେତ୍ରୀଙ୍କୁ ଦେଇଥିଲେ…

ବଲିଉଡରେ ସିରିଏଲ କିସର ଭାବରେ ଇମ୍ରାନ ହାସ୍‌ମି ବେଶ ଜଣାଶୁଣା । ସେ ଫିଲ୍ମ ‘ଫୁଟ୍‌ପାଥ’ରୁ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ। ପରେ ଇମ୍ରାନ ୨୦୦୪...

ପ୍ରଥମ ସ୍ତ୍ରୀଙ୍କଠାରୁ ଅନୁମତି ନେଇ ଦ୍ୱିତୀୟ ବିବାହ କରିଥିଲେ ଏହି ଅଭିନେତା

ବେଳେ ବେଳେ ସିରିଏଲ୍‌ରେ ରୋମାନ୍ସ କରୁଥିବା କଳାକାର ବାସ୍ତବ ଜୀବନରେ ଜଣେ ଅନ୍ୟଜଣଙ୍କୁ ଭଲପାଇ ବସନ୍ତି। ପରେ ଏହି ଯୋଡ଼ି ବିବାହ ପାଇଁ ନିଷ୍ପତ୍ତି ନେଇଥାନ୍ତି।...

ଟିନା ମୁନିମ୍‌ ରୁ ଟିନା ଅମ୍ବାନୀ ପର୍ଯ୍ୟନ୍ତ ଯାତ୍ରା…

ମୁମ୍ବାଇ,୧୧।୨: ବଲିଉଡ ଅଭିନେତ୍ରୀ ଟିନା ଅମ୍ବାନୀଙ୍କୁ ଗୁରୁବାର ୬୪ ବର୍ଷ ପୂରଣ ହୋଇଛି। ସେ ୧୯୫୭ ଫେବୃୟାରୀ ୧୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ...

୩୫ ବର୍ଷ ପୂର୍ବେ ୩ ପିଲାର ବାପାଙ୍କୁ ବିବାହ କରିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ: ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ସ୍ତ୍ରୀର ମାନ୍ୟତା

ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଜୟା ପ୍ରଦାଙ୍କୁ ଇତିମଧ୍ୟରେ ୫୯ ବର୍ଷ ହୋଇଛି। ୩ ଏପ୍ରିଲ, ୧୯୬୨ରେ ଆନ୍ଧ୍ରପ୍ରଦେଶରେ ସେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍‌ ସାଙ୍ଗକୁ ସେ...

ଏହି ପ୍ରସିଦ୍ଧ ଅଭିନେତାଙ୍କ ସହ ନୂଆ ଫିଲ୍ମ ଶୁଟିଂ କରୁଛନ୍ତି ଦୀପିକା: ବକ୍ସ ଅଫିସ୍‌ରେ ସୁପର ହିଟ୍‌ ଯୋଡି ଭାବେ ଜଣାଶୁଣା

ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ କିଛି ଦିନ ପୂର୍ବରୁ ଶକୁନ ବତ୍ରାଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ ଡ୍ରାମା ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିଲେ। ବର୍ତ୍ତମାନ ସେ ଅଭିନେତା...

ପ୍ରେମିକଙ୍କ ମୃତ୍ୟୁକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି ସଞ୍ଜୟ ଦତ୍ତଙ୍କ ଝିଅ, କହିଲେ ‘ଦେହରେ ଜୀବନ ନ ଥିବା ଭଳି ଲାଗୁଛି’

ବମ୍ବେ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ଫିଲ୍ମଜଗତ ସହ ତାଙ୍କର କୌଣସି ସମ୍ପର୍କ ନ ଥିଲେ ହେଁ...

ହସ୍ପିଟାଲ ବାହାରେ ନଜର ଆସିଲେ ଦୀପିକା: ପ୍ରଶଂସକ ଲେଖିଲେ ଏମିତି

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରାୟତଃ କିଛି ନା କିଛି ଘଟଣା ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଦୀପିକା ବଲିଉଡର ଜଣେ ପ୍ରମୁଖ ଅଭିନେତ୍ରୀ ଯିଏ କଠିନ...

Advertisement
Archives

Model This Week