ରଣବୀରଙ୍କ ଯୋଗୁ ମାଆ ହୋଇ ପାରିବେ ନାହିଁ ଦୀପିକା!

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଇଣ୍ଡଷ୍ଟ୍ରିର ପାୱାର କପୁଲ ବୋଲି କୁହାଯାଏ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି କପୁଲ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ବେଳେ ବେଳେ କିଛି ଫଟୋ ଓ ଭିଡିଓ ଶେୟାର କରିଥାଆନ୍ତି । ଏହାକୁନେଇ ଏବେ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠୁଛି କି ବିବାହର ୪ ବର୍ଷ ପରେ ବି ଏମାନେ କାହିଁକି ପ୍ୟାରେଣ୍ଟସ୍ ହୋଇନାହାନ୍ତି । ଏବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଦୀପିକା । ଆଉ ଉତ୍ତର ଶୁଣି ପ୍ରଶଂସକଙ୍କ ହୋସ ଉଡିଯାଇଛି । ସୋସିଆଲ ମିଡିଆ ୟୁଜର୍ସ ଉତ୍ତର ଶୁଣି ଭି୍‌ନ୍ନ ଭିନ୍ନ ପ୍ରକାର ମତ ବି ଦେଉଛନ୍ତି ।
ଦୀପିକା କହିଛନ୍ତି ରଣବୀରଙ୍କ ଯୋଗୁ ସେମାନେ ପ୍ୟାରେଣ୍ଟସ୍ ହୋଇପାରୁ ନାହାନ୍ତି । ଦୀପିକାଙ୍କ ମତରେ ଯେବେଠାରୁ ତାଙ୍କର ବିବାହ ହେଲାଣି ସେବେଠାରୁ ରଣବୀର ଫିଲ୍ମରେ ବ୍ୟସ୍ତ ରହିଛନ୍ତି । କାହିଁକି ନା ସେ ଜଣେ ଧନୀ ବ୍ୟକ୍ତି ହେବାକୁ ଚାହୁଛନ୍ତି । ତେଣୁ ବେବି ପ୍ଲାନିଂ ପାଇଁ ତାଙ୍କ ନିକଟରେ ସମୟ ନାହିଁ । ଏହା ଶୁଣିବା ପରେ ସୋସିଆଲ ମିଡିଆ ୟୁଜର୍ସ ରଣବୀରଙ୍କୁ ପର୍ସନାଲ ଲାଇଫରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।
ଏହାପୂର୍ବରୁ ରଣବୀରଙ୍କ ବୟାନ ସାମ୍ନାକୁ ଆସିଥିଲା । ଅଭିନେତାଙ୍କ ଅପକମିଂ ଫିଲ୍ମ ‘ଜୟଶଭାଇ ଜୋରଦାର’ର ଟ୍ରେଲର ସାମ୍ନାକୁ ଆସିବା ପରେ ଏକ ଇଭେଣ୍ଟରେ ରଣବୀର ତାଙ୍କ ବେବି ପ୍ଲାନିଂକୁ ନେଇ କଥା ହୋଇଥିଲେ । ତାଙ୍କୁ ପଚରାଯାଇଥିଲା ସେ ପୁତ୍ର ଅବା କନ୍ୟା ସନ୍ତାନ ମଧ୍ୟରୁ କେଉଁଟା ଚାହୁଁଛନ୍ତି । ଉତ୍ତରରେ ରଣବୀର କହିଥିଲେ ମନ୍ଦିରରେ ଭିନ୍ନ ପ୍ରକାରର ପ୍ରସାଦ ମିଳିଥାଏ । ଆଉ ଏହାକୁ ସମସ୍ତେ ଗ୍ରହଣ କରିଥାଆନ୍ତି । କାରଣ ତାହା ପ୍ରସଦେ ହୋଇଥାଏ । ସେହିଭଳି ଭଗବାନ ମୋତେ ଯାହା ଦେବେ ତାକୁ ମୁଁ ମନ୍ଦିରର ପ୍ରସାଦ ଭାବି ଗ୍ରହଣ କରିନେବି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri