‘ଧୁମ ୪’ରେ ନଜର ଆସିବେ ଦୀପିକା!

ମୁମ୍ବାଇ: ୟଶରାଜ ଫିଲ୍ମର ସବୁଠାରୁ ଷ୍ଟାଇଲିଷ୍ଟ ଆକ୍ସନ ଫ୍ରଞ୍ଚାଇଜ୍ ‘ଧୁମ’ର ୪ ନମ୍ବର ମୁଭିକୁ ଦର୍ଶକେ ବେଶ୍ କିଛିଦିନ ହେବ ଅପେକ୍ଷା ରଖିଛନ୍ତି । ‘ଧୁମ୍ ୪’ କୁ ନେଇ ୨୦୨୦ରେ କେତେ କଥା ଶୁଣିବାକୁ ମିଳିଥିଲା । କେଉଁମାନେ ଏଥିରେ ଅଭିନୟ କରିବେ ତାହା ବି ଚର୍ଚ୍ଚା ହୋଇଥିଲା । ହେଲେ ଶେଷରେ ଏହାସବୁ ଭୁଲ ପ୍ରମାଣିତ ହୋଇଥିଲା । କାରଣ ଫିଲ୍ମ ମେକର୍ସ କୌଣସି ଗୋଟିଏ କଥାରେ ମୋହର ମାରି ନ ଥିଲେ । ଏବେ ‘ଧୁମ୍ ୪’କୁ ନେଇ ଆସିଥିବା ଏକ ଖବରରୁ ଜଣାପଡିଛି କି ଏଥର ଦର୍ଶକେ ଏଥିରେ ମେଲ୍ ଚୋର ନୁହେଁ ବରଂ ଜଣେ ଫିମେଲ ଚୋରକୁ ଦେଖିବାକୁ ପାଇବେ । ତେବେ ୟଶରାଜ ବ୍ୟାନର ଏଥର ବଲିଉଡ୍ ବିୟୁଟି ଦୀପିକା ପାଦୁକୋନଙ୍କୁ ଏଥିରେ ଜଣେ ଷ୍ଟାଇଲିସ୍ ଚୋରଣୀ ଭୂମିକାରେ ଉପସ୍ଥାପନ କରିବାକୁ ଯାଉଛି । ଏହାକୁ ନେଇ ଦୀପିକା ଓ ୟଶରାଜ ବ୍ୟାନର ମଧ୍ୟରେ କଥା ଚାଲିଥିବା ବେଳେ ଦୀପିକା ତାଙ୍କ କ୍ୟାଲେଣ୍ଡରରେ ଏଥିପାଇଁ ଡେଟ୍ ଫିଟ୍ କରିବାରେ ଲାଗିଛନ୍ତି । ଯଦି ସବୁକିଛି ଠିକ୍ ଥିବ ତେବେ ‘ଧୁମ୍ ୪’ ଚଳିତ ବର୍ଷ ଶେଷ ବେଳକୁ ତା’ର ଶୁଟିଂ ଆରମ୍ଭ କରିବ । ପୂର୍ବରୁ କିଛି ଆକ୍ସନ ସିନ୍ କରିଥିବା ଦୀପିକା କିନ୍ତୁ ଏଥିରେ ସମ୍ପୂର୍ଣ୍ଣ ଭାବେ ଏକ ଭିନ୍ନ ଚରିତ୍ରରେ ଦେଖାଦେବେ ବୋଳି କୁହାଯାଉଛି । ଯାହାକୁ ତାଙ୍କ ପ୍ରଶଂସକ ନିଶ୍ଚିତ ଭାବେ ପସନ୍ଦ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri