ଆଉ ହଲିଉଡ୍‌ ଫେରିବେନି ଦୀପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା। ସେ ଆଜି ଯେଉଁଠାରେ ଅଛନ୍ତି ସେଠାରେ ପହଞ୍ଚିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ଦୀପିକା ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ଦୀପିକା ତାଙ୍କର ପ୍ରତ୍ୟେକ ଭୂମିକାରେ ଏପରି ଅଭିନୟ କରନ୍ତି ଯେ, ଏହି ଚରିତ୍ରଟି କେବଳ ତାଙ୍କ ପାଇଁ ତିଆରି ହୋଇଥିବା ଜଣାପଡ଼ିଛି। ତାଙ୍କ ବୃତ୍ତିଗତ ଜୀବନ ବ୍ୟତୀତ ଦୀପିକା ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ବହୁତ ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକମାନେ ମଧ୍ୟ ଅଭିନେତ୍ରୀଙ୍କ ସହ ଜଡ଼ିତ ସମସ୍ତ ବିଷୟ ଜାଣିବାକୁ ଆଗ୍ରହୀ ଅଟନ୍ତି। ଏଥିସହିତ ବର୍ତ୍ତମାନ ଦୀପିକା ହଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ଏହି ଅଭିନେତ୍ରୀ ଭାରତୀୟଙ୍କ ପାଇଁ ଓଲିଉଡ୍‌ରେ ଘଟୁଥିବା ଜାତିଗତ ବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଜାତିଗତ ଷ୍ଟେରିଓଟାଇପ ସମ୍ବନ୍ଧରେ ଦୀପିକା ନିଜର ଅନୁଭୂତି ବାଣ୍ଟିଛନ୍ତି।

ଦୀପିକା ହଲିଉଡ୍‌ ବିଷୟରେ ଏକ ବଡ଼ ଖୁଲାସା କରିଥିଲେ। ଦୀପିକା ୨୦୧୭ରେ ଅଭିନେତା ଭିନ ଡିଜେଲଙ୍କ ବିପକ୍ଷରେ ହଲିଉଡରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ପରେ ଦୀପିକା ବହୁତ ଚର୍ଚ୍ଚାକୁ ଆସିଥିଲେ। ହଲିଉଡ୍‌ରେ ଦୀପିକା ନିଜର ଦୃଢ଼ ଅଭିନୟ ଦକ୍ଷତା ପ୍ରଦର୍ଶନ କରି ବିଶ୍ୱ ଅଭିନେତ୍ରୀ ତାଲିକାରେ ଯୋଗ ଦେଇଥିଲେ। ନିକଟରେ ଏକ ସାକ୍ଷାତକାରରେ ଦୀପିକା ସାହସର ସହିତ ହଲିଉଡ୍‌ର ଜାତିଗତ ଷ୍ଟେରିଓଟାଇପ ସମ୍ବନ୍ଧରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି। ସେମାନେ ବାହ୍ୟ ଦେଶର କଳାକାରମାନଙ୍କୁ କିପରି ବ୍ୟବହାର କରନ୍ତି ଏବଂ ସେମାନଙ୍କୁ କିପରି ଦେଖନ୍ତି ତାହା ଜଣାଇଛନ୍ତି। ତେଣୁ ସେ ଆଉ ହଲିଉଡ୍‌ ଫିଲ୍ମ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତା ବିଶାଲ ଆନନ୍ଦଙ୍କ ପରଲୋକ

ମୁମ୍ବାଇ,୫ା୧୦: ବଲିଉଡ୍‌ ଅଭିନେତା ବିଶାଲ ଆନନ୍ଦଙ୍କ ପରଲୋକ ହୋଇଛି। ବିଶାଲ ‘ଚଲ୍‌ତେ ଚଲ୍‌ତେ’, ‘ସାରେ ଗାମା’ ‘ଦିଲ୍‌ ସେ ମିଲେ ଦିଲ୍‌’ ଏବଂ ‘ଟ୍ୟାକ୍ସି ଡ୍ରାଇଭର’...

କେବଳ ଗ୍ରୀନ୍‌ କାର୍ଡ ପାଇଁ ବିଦେଶୀ ମହିଳାଙ୍କୁ ବିବାହ କରି ଛାଡ଼ିଦେଲେ ଏହି ଅଭିନେତା !

ବମ୍ବେ: ଏକତା କପୁରଙ୍କ ଧାରାବାହିକ ‘କସୌଟି ଜିନ୍ଦେଗୀ କେ’ରେ ନାୟକ ଭୂମିକାରେ ନଜର ଆସିଥିଲେ ଅଭିନେତା ସିଜେନ୍‌ ଖାନ୍‌। ଶ୍ୱେତା ତିଓ୍ବାରୀଙ୍କ ସହ ତାଙ୍କର ଯୋଡ଼ିକୁ...

ଏବେ ଏପରି ଦେଖାଯାଉଛନ୍ତି ‘କୌନ ବନେଗା କରୋଡପତି’ର ପ୍ରଥମ କୋଟିପତି; ଏକଦା ବ୍ଲେଡରେ ଆକ୍ରମଣ ଯୋଗୁ…

ବମ୍ବେ: ‘କୌନ ବନେଗା କରୋଡପତି’ ଦେଶର ସବୁଠାରୁ ବଡ ରିଆଲିଟି ଶୋ’। ଏଥିରେ ଭାଗନେଇ ଅନେକ ରାତାରାତି କୋଟିପତି ହୋଇଛନ୍ତି। ୨୦୦୦ ମସିହାରେ ପ୍ରଥମ ଥର...

୩୫୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ ହେଉଛନ୍ତି ଏହି ଲୋକପ୍ରିୟ ଗାୟକ: ଭବ୍ୟ ବଙ୍ଗଳା ସାଙ୍ଗକୁ ଦାମୀ ଗାଡ଼ି…

ବମ୍ବେ: ନିଜର ସୁମଧୁର ସ୍ବରରେ କୋଟି କୋଟି ଶ୍ରୋତାଙ୍କ ମନରେ ପ୍ରେମର ବୀଜ ଅଙ୍କୁରିତ କରିଥାନ୍ତି ସୋନୁ ନିଗମ। ଆଜି ସେ ନିଜର ୩୮ତମ ଜନ୍ମଦିନ...

ହଜାରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇଲେ ସ୍ବରା

ମୁମ୍ବାଇ: କରୋନା ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଗୋଟିଏ ପଟେ...

‘ମିଶନ ମଙ୍ଗଲ’ ତୃତୀୟ ଦିନରେ ଆୟକଲା ୫୦ କୋଟି

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିଶନ ମଙ୍ଗଲ’ ଏଥର ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଥିଲା। ସ୍ବାଧୀନତା ଦିବସରେ ରିଲିଜ୍‌ ହୋଇଥିବା...

ସୋନମଙ୍କ ପୁଅଙ୍କୁ ଦେଖି ଭାବପ୍ରବଣ ହେଲେ ରିଆ

ବଲିଉଡ ଅଭିନେତ୍ରୀ ସୋନମ କପୁର ନିକଟରେ ପୁତ୍ର ସନ୍ତାନର ଜନନୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜେ ସୋନମ କପୁର ଇନଷ୍ଟାଗ୍ରାମରେ ଏହି ଖୁସି ଖବରକୁ...

ସବୁ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଆର୍‌ଆର୍‌ଆର୍‌

ମୁମ୍ବାଇ: ଚଳିତ ସପ୍ତାହ ଫିଲ୍ମ ପ୍ରେମୀଙ୍କ ପାଇଁ ବଡ ଖୁସିର ସପ୍ତାହ ଥିଲା । କାରଣ ଏସଏସ ରାଜମୌଳିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଶେଷରେ...

Advertisement
Archives

Model This Week