ଦୀପିକାଙ୍କ ଆଖିରେ ୩ଥର ଆସିଥିଲା ଲୁହ

ବଲିଉଡର କିଛି କଳାକାର ଏବେ ଡ୍ରଗ୍ସକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନାର୍କୋଟିକ୍ସ କଣ୍ଡ୍ରୋଲ ବ୍ୟୁରୋ(ଏନସିବି) ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କୁ ଆକ୍ସନ ମୋଡରେ ପଚରାଉଚରା କରିଛି। ଏହାସହ ଏହି ୩ ଅଭିନେତ୍ରୀଙ୍କ ମୋବାଇଲ ମଧ୍ୟ ଜବତ କରାଯାଇଛି। ପଚରାଉଚରା ବେଳେ ଦୀପିକା ପାଦୁକୋନ ତିନିଥର କାନ୍ଦିପକାଇଥିବା ଜଣାପଡିଛି। ଏହା ଦେଖି ଏନସିବି ଅଧିକାରୀମାନେ ସେମାନଙ୍କୁ ଭାବପ୍ରବଣ କାର୍ଡ ନ ଖେଳିବାକୁ ପରାମର୍ଶ ଦେଇଥିଲେ। ହାତ ଯୋଡି ଏନସିବି ଅଧିକାରୀମାନେ ଦୀପିକା ପାଦୁକୋନଙ୍କୁ କାନ୍ଦିବା ପରିବର୍ତ୍ତେ ସତ କହିବାକୁ କହିଥିଲେ। ଯଦି ସେ ସବୁକିଛି ସତ କହିବେ ତେବେ ତାଙ୍କ ପାଇଁ ଭଲ ହେବ ବୋଲି ସେମାନେ ତାଙ୍କୁ କହିଥିଲେ। ସାଢେ ପାଞ୍ଚ ଘଣ୍ଟା ଅନୁସନ୍ଧାନ ବେଳେ ସୁଶାନ୍ତ ସିଂ ରାଜପୁତ କିମ୍ବା ରିୟାଙ୍କ ସହ କୌଣସି ପ୍ରଶ୍ନ ଦୀପିକାଙ୍କୁ ପଚରାଯାଇ ନାହିଁ। ତେବେ ପଚରାଉଚରା ବେଳେ ଦୀପିକା ମୋଇଲରେ ଡ୍ରଗ୍ସ ବିଷୟରେ ଚାଟ୍‌ କରିବା କଥା ସ୍ବୀକାର କରିଛନ୍ତି। କିନ୍ତୁ ନିଶା ସେବନ କରୁ ନ ଥିବା କହିଛନ୍ତି। ଡ୍ରଗ ଯୋଗାଣ ମାମଲାକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ବିବାହ କରିବେ ଆଦିତ୍ୟ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟକ ଉଦିତ ନାରାୟଣଙ୍କ ପୁଅ ତଥା ଟେଲିଭିଜନ ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା...

ଆୟୋଜକ ପାକିସ୍ତାନୀ ବୋଲି ଆମେରିକା ଇଭେଣ୍ଟ୍‌ ରଦ୍ଦ କଲେ ସଲମାନ୍‌

ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଆମେରିକାର ହ୍ୟୁଷ୍ଟନ ସହରରେ ଆୟୋଜିତ ହେବାକୁ ଥିବା ଏକ ଲାଇଭ୍‌ ଇଭେଣ୍ଟରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ଏହି ଇଭେଣ୍ଟକୁ...

ଦୁର୍ଘଟଣାପରେ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ମୁହଁରୁ ବାହାରିଥିଲା ୬୮ଖଣ୍ଡ କାଚ: ଏବେ ଚିହ୍ନିବା କଷ୍ଟକର

ବଲିଉଡ୍‌ର ସଫଳ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ମହିମା ଚୌଧୁରୀ। ଦୀର୍ଘ ଦିନ ହେବ ସେ ଫିଲ୍ମ ଦୁନିଆ ସହ ଲୋକଲୋଚନରୁ ଦୂରରେ ରହିଥିଲେ।...

ଆସିଲା ସୋନୁଙ୍କ ପୁସ୍ତକ ‘ଆଇ ଆମ ନୋ ମସିହା’ : ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ସମୟରେ ହୃଦୟ ଖୋଲି ଲୋକଙ୍କୁ ସାହାଯ୍ୟ କରୁଥିବା କେତେଜଣ ବ୍ୟକ୍ତିଙ୍କ ମଧ୍ୟରେ ସବୁଠାରୁ ଆଗରେ ବୋଧହୁଏ ଥିଲା ବଲିଉଡ୍ ସେଲିବ୍ରିଟି...

ସ୍କୁଲରେ ପୂଜା ନାଁ ରଖି ପଢ଼ୁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ମା’ଙ୍କୁ ନୁହେଁ ବରଂ ବାପାଙ୍କ ପ୍ରେମିକାଙ୍କୁ କରନ୍ତି ପସନ୍ଦ

ବମ୍ବେ: ହିନ୍ଦୀ, ତେଲୁଗୁ ତଥା ତାମିଲ ଭାଷାର ଫିଲ୍ମରେ ନିଜର ଅଭିନୟର ଯାଦୁ ବୁଣିଛନ୍ତି ଅଭିନେତ୍ରୀ ଶ୍ରୁତି ହସନ। ୧୯୮୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ...

ଆନନ୍ଦ ଏଲ୍‌ ରାୟଙ୍କ ସହ କାମ କରୁ ନାହାନ୍ତି ସଲମାନ

ମୁମ୍ବାଇ: କିଛିଦିନ ହେବ ଶୁଣିବାକୁ ମିଳିଥିଲା କି ନିର୍ଦ୍ଦେଶକ ଆନନ୍ଦ ଏଲ୍‌ ରାୟଙ୍କ ସହ ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏକ ଫିଲ୍ମ କରିବାକୁ ଯାଉଛନ୍ତି।...

ନେହା-ରୋହନପ୍ରୀତ୍‌ଙ୍କ ଏକାଠି ଫଟୋ ଦେଖି ଏମିତି ପ୍ରତିକ୍ରିୟା ଦେଲେ ଆଦିତ୍ୟ ନାରାୟଣ

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ରୋହନପ୍ରୀତ ସିଂଙ୍କୁ ପ୍ରେମ କରିବା ଏପରିକି...

ଭାଜପାରେ ଯୋଗଦେବେ କି କଙ୍ଗନା, ଉତ୍ତରରେ କହିଲେ ଏମିତି

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ସହ ଭୀଷଣ ତିକ୍ତତାର ସମ୍ମୁଖୀନ ହୋଇଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଭାଜପାରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ମୁମ୍ବାଇ...

Advertisement


Archives

Model This Week

Why Dharitri