ଝାରସୁଗୁଡ଼ାରୁ ହାରିଯିବା ପରେ ଦୀପାଳିଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ ଏଭଳି…

ଭୁବନେଶ୍ୱର,୪।୬: ଝାରସୁଗୁଡ଼ାରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦୀପାଳି ଦାସ ପରାଜିତ ହୋଇଛନ୍ତି। ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ତାଙ୍କୁ ୧୩୨୨ ଖଣ୍ଡ ଭୋଟରେ ହରାଇଛନ୍ତି। ଏହାପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଦୀପାଳି। ସେ କହିଛନ୍ତି ଯେ, ‘ହାରିବା ଓ ଜିତିବା ନିର୍ବାଚନର ଏକ ଅଂଶ। ଏହି ନିର୍ବାଚନୀ ପ୍ରଚାର ସମୟରେ ଆପଣମାନେ ଯେପରି ଭାବରେ ମୋତେ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ଦେଇଛନ୍ତି ତାହା ମୁଁ ସବୁଦିନ ପାଇଁ ମାନେ ରଖିବି ଏହା ସହିତ ଏହି ସମୟରେ ମୋତେ ସହଯୋଗ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ମୋର ପ୍ରିୟ ଝାରସୁଗୁଡ଼ାବାସୀଙ୍କ ସେବା କରିବା ପାଇଁ କୌଣସି ପଦବୀର ଆବଶ୍ୟକତା ନାହିଁ । ଆଜୀବନ ମୁଁ ମୋର ସେବା କାର୍ଯ୍ୟ ଜାରି ରଖିବି। ଆଉ ଥରେ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ଏବଂ ସମସ୍ତଙ୍କର ସୁଖ ଶାନ୍ତି ପାଇଁ ମା’ସମଲେଇ ଓ ଝାଡ଼େଶ୍ୱର ବାବାଙ୍କ ନିକଟରେ ପ୍ରାର୍ଥନା କରୁଛି’ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିକିମ୍‌ରେ ଫସିଛନ୍ତି ଓଡ଼ିଆ ପର୍ଯ୍ୟଟକ: ଉଦ୍ଧାର ପାଇଁ ଲୋଡ଼ିଲେ ସରକାରଙ୍କ ସହାୟତା

ସୋନପୁର,୧୭।୬(ମୃତ୍ୟୁଞ୍ଜୟ ଶତପଥୀ): ଉତ୍ତର-ପୂର୍ବ ସିକିମ୍‌ ରାଜ୍ୟକୁ ପରିବାର ସହିତ ଖରାଛୁଟିରେ ବୁଲିବାକୁ ଯାଇଥିବା ସୁବର୍ଣ୍ଣପୁର ଜିଲାର ୪ ଜଣଙ୍କ ସମେତ ମୟୂରଭଞ୍ଜ ଜିଲାର ଅନ୍ୟ ପର୍ଯ୍ୟଟକ...

ହୋଇଗଲା ଫାଇନାଲ! ଓଡ଼ିଶାର ଏହି ନେତାଙ୍କୁ ମିଳିପାରେ ଲୋକ ସଭାର ବାଚସ୍ପତି ପଦ

ନୂଆଦିଲ୍ଲୀ,୧୭।୬: ଲୋକ ସଭାରେ ବାଚସ୍ପତି କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ସୂଚନାନୁଯାୟୀ,...

ସମ୍ବଲପୁର: ୨୧ରେ ଖୋଲିବ ସ୍କୁଲ

ସମ୍ବଲପୁର,୧୭।୬ (ଭବାନୀ ଶଙ୍କର ଭୋଇ): ସମ୍ବଲପୁର ଜିଲାରେ ଆସନ୍ତା ୨୧ ତାରିଖରେ ସ୍କୁଲ ଖୋଲିବା ନେଇ ଭାରପ୍ରାପ୍ତ ଜିଲାପାଳ ସୁଚାରୁ ବଳ ସୂଚନା ଦେଇଛନ୍ତି ।...

କୃଷି ବିଭାଗ ଦାୟିତ୍ୱ ଗ୍ରହଣ କଲେ ଉପମୁଖ୍ୟମନ୍ତ୍ରୀ ସିଂଦେଓ

ଭୁବନେଶ୍ୱର, ୧୭।୬(ଅସମାପିକା ସାହୁ): ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୋମବାର ପୂର୍ବାହ୍ନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।...

ସରିଲା ଖରା ଛୁଟି: କଳାହାଣ୍ଡିରେ ଖୋଲିବ ସ୍କୁଲ

ଭବାନୀପାଟଣା,୧୭।୬(ଉତ୍ତମ କୁମାର ଦାଶ): ସରିଲା ଖରା ଛୁଟି। ମଙ୍ଗଳବାରଠାରୁ କଳାହାଣ୍ଡି ଜିଲାରେ ଖୋଲିବ ସ୍କୁଲ। ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଚାଲୁ ରହିବ ପାଠ ପଢା।...

ଏହି ସବୁ ଜିଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ

ଭୁବନେଶ୍ୱର,୧୭।୬: ଖରାକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାର ବଦଳାଇଛନ୍ତି । ସ୍କୁଲ ଖୋଲିବା ନିଷ୍ପତ୍ତି ଏବେ ଜିଲାପାଳ...

ପାରମ୍ପରିକ ବାଦ୍ୟ, ନୃତ୍ୟରେ ନବ ନିର୍ବାଚିତ ଏମ୍‌ପିଙ୍କୁ ପାଛୋଟିନେଲେ

ରାଇକିଆ,୧୭।୬(ପ୍ରଦୀପ ବେହେରା): କନ୍ଧମାଳ ନବ ନିର୍ବାଚିତ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ କନ୍ଧମାଳ ଗସ୍ତ ଅବସରରେ ରାଇକିଆଠାରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ବେରେଡାକିଆ ଛକଠାରୁ ପାରମ୍ପରିକ ବାଦ୍ୟ...

କେନ୍ଦୁଝରରେ ସକାଳୁଆ ସ୍କୁଲ: ଜିଲାପାଳ

କେନ୍ଦୁଝର,୧୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର କେନ୍ଦୁଝର ଜିଲାରେ ସମସ୍ତ ସ୍କୁଲ ଖୋଲିବ। ଖରା ଦିନ ଛୁଟି ପରେ ସ୍କୁଲ ଖୋଲୁ ଥିବାରୁ ପିଲାଙ୍କ ମଧ୍ୟରେ ଉତ୍ସାହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri