ଉତ୍ସର୍ଗୀକୃତ ଡାକ୍ତର

କୋଭିଡ୍‌-୧୯ ମୁକାବିଲା ଦିଗରେ ଡାକ୍ତରମାନେ ସର୍ବାଧିକ ସେବା କରି ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛନ୍ତି। ଭାରତୀୟ ବଂଶୋଦ୍ଭବ ଡାକ୍ତର ରବି ସୋଲାଙ୍କି ବ୍ରିଟେନ୍‌ରେ କରୋନା ପ୍ରତିହତ କରିବାକୁ ଯାଇ ନେଇଥିବା ପଦକ୍ଷେପ ତାଙ୍କୁ ବ୍ରିଟେନ୍‌ ରୟାଲ ଏକାଡେମୀ ଅଫ୍‌ ଇଞ୍ଜିନିୟରିଂ ପ୍ରେସିଡେଣ୍ଟ୍‌ସ ଆଓ୍ବାର୍ଡ ପାଇବାକୁ ଯୋଗ୍ୟ ବିବେଚିତ କରାଇଛି। ମହାମାରୀ ସମୟରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବଛାଯାଇଥିବା ୧୯ ଜଣଙ୍କ ମଧ୍ୟରୁ ରବି ସ୍ଥାନ ପାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀ ଚର୍ଚ୍ଚାକୁ ଆସିଛି।
ଡାକ୍ତର ସୋଲାଙ୍କି ଓ ଇଞ୍ଜିନିୟର ରେମଣ୍ଡ୍‌ ସିମ୍ସ ମିଶି କରି ନ୍ୟାଶନାଲ ହେଲ୍‌ଥ ସର୍ଭିସ (ଏନ୍‌ଏଚ୍‌ଏସ୍‌)ରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ଗୋଟିଏ ମଞ୍ଚରେ ରଖି ସେବା ଯୋଗାଇବା ଲାଗି ଏକ ଓ୍ବେବ୍‌ସାଇଟ୍‌ ବିକଶିତ କରିଛନ୍ତି। ଦାତବ୍ୟ ସଂସ୍ଥା ‘ହେଲ୍‌ଥ କେୟାର ଏକ୍ସଟ୍ରାଅଡିନାରୀ ରେସ୍‌ପନ୍ସ ଅର୍ଗାନାଇଜେଶନ ଏକୁକେଶନ ଆଣ୍ଡ୍‌ ସପୋର୍ଟ’ ଲାଗି ଏହି ମଞ୍ଚ ସୃଷ୍ଟି କରାଯାଇଛି। ଏହାରି ମାଧ୍ୟମରେ ବ୍ରିଟେନ୍‌ରେ ସ୍ବାସ୍ଥ୍ୟକର୍ମୀଙ୍କୁ ସହାୟତା ଦେବା ପାଇଁ କୋଭିଡ୍‌-୧୯ ମୁକାବିଲା ନିମନ୍ତେ ପାଣ୍ଠି ସଂଗ୍ରହ, ପରାମର୍ଶ ଯୋଗାଇ ଦେବା, ଶିଶୁଯତ୍ନ ସହାୟତା ଓ ଅନ୍ୟାନ୍ୟ ସେବା ଯୋଗାଇବା ସମ୍ଭବ ହୋଇପାରିଛି। ଏବର ଜଟିଳ ସ୍ଥିତିରେ ବ୍ରିଟେନ୍‌ର ଏନ୍‌ଏଚ୍‌ଏସ୍‌ ସ୍ବାସ୍ଥ୍ୟ କର୍ମୀଙ୍କୁ ସହାୟତା ଦେବା ଲାଗି ଦାତବ୍ୟ ସଙ୍ଗଠନ ଜରିଆରେ ପାଣ୍ଠି ସଂଗ୍ରହ କରାଯାଇଛି। ଫଳରେ ୯୦,୦୦୦ ସ୍ବାସ୍ଥ୍ୟ କର୍ମୀ ଉପକୃତ ହୋଇପାରିଛନ୍ତି। ଡାକ୍ତର ରବି ସୋଲାଙ୍କିଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଏ ଦିଗରେ ନୂଆ ଦିଗ୍‌ଦର୍ଶନ ଦେଇଛି। ରବି ନ୍ୟୁରୋଡିଜେନେରେଟିଭ୍‌ ରୋଗ ବିଶେଷଜ୍ଞ ଭାବେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି। ରେମଣ୍ଡ୍‌ଙ୍କ ସହ ମିଶି ରବି ବିକଶିତ କରିଥିବା ଓ୍ବେବ୍‌ସାଇଟ୍‌ ଜରିଆରେ ସ୍ବେଚ୍ଛାକୃତ କାର୍ଯ୍ୟ ଜାରି ରହିଛି। ନିକଟରେ ଘୋଷଣା କରାଯାଇଥିବା ସମ୍ମାନ ଓ ପୁରସ୍କାର ପାଇବାରେ ବ୍ୟକ୍ତିବିଶେଷ, ସଙ୍ଗଠନ, ମିଳିତ ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ।
ସାଧାରଣତଃ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ସର୍ବନିମ୍ନ ଆବଶ୍ୟକତା ଭାବେ ବ୍ୟକ୍ତିଗତ ସୁରକ୍ଷା ଯନ୍ତ୍ରପାତି ବା ପିପିଇ ଦିଆଯାଉ ନ ଥିବାରୁ ସେମାନଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଉଛି। ସ୍ଥଳବିଶେଷରେ ଅନେକ ସ୍ବାସ୍ଥ୍ୟ କର୍ମୀ କୋଭିଡ୍‌-୧୯ରେ ପଡ଼ି ପ୍ରାଣ ହରାଉଛନ୍ତି। ସେମାନଙ୍କ ଦୁର୍ଦ୍ଦଶା ରବିଙ୍କୁ ବ୍ୟଥିତ କରିବା ପରେ ସେ ରେମଣ୍ଡଙ୍କ ସହ ମିଶି ନେଇଥିବା ନୂଆ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଇଛି। ଯେତେବେଳେ ଅନେକ ଡାକ୍ତର ନିଜର ସ୍ବାର୍ଥ ହାସଲ ଲାଗି ଅର୍ଥକୁ ସବୁକିଛି ଧରି ନେଇ ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାରେ ବୁଡ଼ିରହୁଛନ୍ତି, ସେଭଳି ସ୍ଥଳେ ରବିଙ୍କ ଅଭିନବ ଚିନ୍ତାଧାରା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ଭାବେ ଗଢ଼ି ତୋଳିଛି। ଏକାଡେମୀ ପୁରସ୍କାର କମିଟି ଅଧ୍ୟକ୍ଷ ପ୍ରଫେସର ରାଫାଏଲା ଓକୋନି କହିଛନ୍ତି ଯେ, ଅଭିନବତ୍ୱ ଆଣିବା ଦିଗରେ ରବିଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିପାରିଛି। ବିଶେଷକରି କରୋନା ମହାମାରୀ ସମୟରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନି ଏକାଡେମୀ ସେମାନଙ୍କୁ ପୁରସ୍କୃତ କରିବା ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଓକୋନି କହିବା ପରେ ରବିଙ୍କ ବ୍ୟକ୍ତିତ୍ୱ ଆହୁରି ଉଜ୍ଜ୍ୱଳ ହୋଇଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri