ଘର ସଜାନ୍ତୁ ଏମିତି

ଘରକୁ ସୁନ୍ଦରଭାବେ ସଜାଇବା ପାଇଁସମସ୍ତଙ୍କର ଇଚ୍ଛାରହିଥାଏ। ଏଥିପାଇଁ କିଏ ଇଣ୍ଡୋର ପ୍ଲାଣ୍ଟ ଉପରେ ଗୁରୁତ୍ୱ ଦିଅନ୍ତି ତ କିଏ ବିଭିନ୍ନ ଆସବାବପତ୍ର କିଣି ଘରେ ରଖନ୍ତି। ତେବେ କେଉଁଭଳି ଉପାୟ କଲେ ଘରକୁ ଅନ୍ୟମାନଙ୍କଠାରୁ
ଟିକିଏ ଭିନ୍ନ ଲୁକ୍‌ ଦେଇପାରିବେ ସେ ନେଇ ଜାଣି ରଖନ୍ତୁ କିଛି ଟିପ୍ସ…

ଘରେ ବିଭିନ୍ନ ପ୍ରକାରର ପୁରୁଣା ଡିଜାଇନ୍‌ ବାସନ ରଖି ଘରକୁ ଏକ ଭିନ୍ନ ଲୁକ୍‌ ଦେଇପାରିବେ। ଡ୍ରଇଁ ରୁମ୍‌ର ଟେବୁଲ ଉପରେ ରୟାଲ ଲୁକ୍‌ ଥିବା ଆସବାବପତ୍ର ରଖନ୍ତୁ।
ରୁପା କିମ୍ବା ପିତ୍ତଳରେ ତିଆରି ପୁରୁଣା ଡିଜାଇନର ଗ୍ଲାସ, ଜଗ୍‌, ଫୁଲଦାନୀ ଆଦି ରଖନ୍ତୁ। ଏପରି କରିବା ଦ୍ୱାରା ଘରର ଲୁକ୍‌ ଟିକିଏ ଭିନ୍ନ ମନେ ହେବ।
ଘରର ଚେୟାର, ସୋଫା ଆଦିକୁ ବିଭିନ୍ନ କଳାକୃତି ଡିଜାଇନର ତିଆରି କରନ୍ତୁ। ବିଭିନ୍ନ କଳାକୃତିଥିବା ଆସବାସପତ୍ର ଘରକୁ ରୟାଲ ଲୁକ୍‌ ଦେବ।
ସୋସିଆଲ ମିଡିଆରେ ଏବେ ଘରସଜ୍ଜା ନେଇ ବିଭିନ୍ନ ଫଟୋ ଓ ଭିଡିଓ ରହିଛି। ସେସବୁ ଦେଖି ଆପଣ ଆଇଡିଆ ନେଇପାରିବେ।
ଗୋଲ୍ଡେନ ଏବଂ ସିଲଭର କଲରଥିବା କ୍ୟାଣ୍ଡେଲ ଷ୍ଟାଣ୍ଡ, ଫୁଲଦାନୀ ଆଦି ରଖନ୍ତୁ। ଏହା ବ୍ୟତୀତ ମାଟିରେ ତିଆରି ବିଭିନ୍ନ ଡିଜାଇନ ତଥା ରଙ୍ଗର ସୁନ୍ଦର ସୁନ୍ଦର ଆସବାବପତ୍ର ଏବେ ବଜାରରେ ମିଳୁଛି। ଏସବୁ ଜିନିଷକୁ ଆପଣ ଘର ବାହାରେ ଗେଟ୍‌ ପାଖରେ କିମ୍ବା ବଗିଚା ଭିତରେ ରଖିପାରିବେ।
ମଧ୍ୟ ରଙ୍ଗବେରଙ୍ଗର ବିଭିନ୍ନ କଳାକୃତି ରହିଛି, ଯାହାକୁ ଆପଣ ଟେବୁଲ ଉପରେ ସଜ୍ଜାଇବା ସହ କାନ୍ଥରେ ବି ଟାଙ୍ଗିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫୋନ ଚୋରି ହୋଇଗଲେ କେମିତି ବନ୍ଦ କରିବେ ଗୁଗଲ ପେ, ଫୋନ ପେ…ଜାଣନ୍ତୁ

ଆଜିକାଲି ଭାରତରେ ଅନଲାଇନ ପେମେଣ୍ଟ ସାଧାରଣ ହୋଇଗଲାଣି। ଲୋକମାନେ ନିଜ ପାଖରେ ନଗଦ ଟଙ୍କା ରଖିବା ଅପେକ୍ଷା, ୟୁପିଆଇ ମାଧ୍ୟମରେ ଦେୟ ଦେବାକୁ ପସନ୍ଦ କରୁଛନ୍ତି।...

ନିଃଶବ୍ଦ ଘାତକ : ଉଚ୍ଚ ରକ୍ତଚାପ

ରକ୍ତଚାପ କ’ଣ : ସାଧାରଣ ଭାବରେ କହିଲେ ରକ୍ତ ସ୍ରୋତ ଦ୍ୱାରା ଧମନୀଗୁଡ଼ିକର ପାଚେରି ଉପରେ ପଡୁଥିବା ଚାପକୁ ‘ରକ୍ତଚାପ’ କହନ୍ତି। ଡାକ୍ତରୀ ଭାଷାରେ କହନ୍ତି...

ସ୍ବାସ୍ଥ୍ୟବର୍ଦ୍ଧକ କନ୍ଦମୂଳ: ଖାଇବାକୁ ଯେମିତି ସୁସ୍ବାଦୁ, ଶରୀର ପାଇଁ ସେମିତି ଉପକାରୀ

କନ୍ଦମୂଳ ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ ହୋଇଥାଏ। କାରଣ ଏଥିରେ ଭରି ରହିଥାଏ ଭିଟାମିନ୍‌ ଏ, ବିଟା...

ଛୋଟ ଛୋଟ କଥାକୁ ନେଇ କଳହ ଉପୁଜୁଛି କି? ସୁଖି ଦାମ୍ପତ୍ୟ ପାଇଁ ବାସ୍ତୁଟିପ୍ସ ଜାଣିରଖନ୍ତୁ…

ବେଳେବେଳେ ଛୋଟ ଛୋଟ କଥାକୁ ନେଇ ପତ୍ନୀପତିଙ୍କ ଭିତରେ କଥା କଟାକଟି ହୋଇଥାଏ। ଏହା ସାଧାରଣ ଲାଗିଲେ ବି ଏହା ପଛରେ ମଧ୍ୟ ବାସ୍ତୁଦୋଷର କିଛିଟା...

ଆପଣବି ହୋଇ ପାରିବେ ଭାଗ୍ୟଶାଳୀ, ଘରେ ଲଗାନ୍ତୁ ଏହି ଗଛ

ଏକ ସାମଞ୍ଜସ୍ୟପୂର୍ଣ୍ଣ ଏବଂ ସମୃଦ୍ଧ ଜୀବନ୍ତ ପରିବେଶ ସୃଷ୍ଟି କରିବାର ପ୍ରୟାସରେ, ଉଦ୍ଭିଦଗୁଡିକୁ ଏକୀକୃତ କରିବା କେବଳ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେନାହିଁ...

ପୃଥିବୀ ବାହାରେ ଡାଇନୋସର

ବିଭିନ୍ନ ଜାତିର ଜୀବମାନଙ୍କ ଭିତରୁ ସରୀସୃପ ଅନ୍ୟତମ। ସାପ, ଝିଟିପିଟି, ଏଣ୍ଡୁଅ, କଇଁଛ, ଗୋଧି ଓ କୁମ୍ଭୀର ଭଳି କାତି ରହିଥିବା ଟାଣ ଓ ଶୁଖିଲା...

ବାସ୍ତୁରେ ଶୋଇବାକୁ ନେଇ ରହିଛି ନିୟମ, ଜାଣିଲେ ଶରୀର ସହ ନିଦ୍ରା ଉପରେ ପଡ଼ିବନି କୁପ୍ରଭାବ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବାକୁ ହୁଏ। ନଚେତ୍‌ ଏହାର କୁପ୍ରଭାବ ଆମର ଶରୀର ଓ ମନ ସହିତ ନିଦ୍ରା ଉପରେ...

ବାସ୍ତୁ ଅନୁଯାୟୀ କେଉଁ ମୂର୍ତ୍ତିକୁ ଘରେ ରଖିବା ଶୁଭ, ଜାଣନ୍ତୁ…

ସାଜସଜ୍ଜା ପାଇଁ ଘରେ ଆମେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ମୂର୍ତ୍ତି ରଖିଥାଉ। କିନ୍ତୁ କିଛି ମୂର୍ତ୍ତିକୁ ବାସ୍ତୁ ଅନୁଯାୟୀ ବହୁତ ଶୁଭ ବୋଲି କୁହାଯାଏ; ଯାହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri