କମୁଛି ଜଳକା : ଦୁର୍ଦ୍ଦଶାରେ ୪୧ ଗାଁ ବାସିନ୍ଦା

ବସ୍ତା/ରୂପ୍‌ସା, ୨୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲାରେ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ବୁଧବାର ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଥିଲା। ଗୁରୁବାର ଜଳସ୍ତର ବିପଦସଂକେତ ଉପରେ ପ୍ରବାହିତ ହେଉଥିଲେ ହେଁ ବୁଧବାର ଅପେକ୍ଷାକୃତ ହ୍ରାସ ପାଇଥିବାରୁ ବନ୍ୟା ଆଶଙ୍କା ନାହିଁ। ବସ୍ତା ବ୍ଲକର ମଥାନୀଠାରେ ଜଳକା ବିପଦସଂକେତ ୫.୫ ମିଟର ଥିବାବେଳେ ବୁଧବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ଜଳସ୍ତର ୭.୩୧ ମିଟରରେ ପ୍ରବାହିତ ହେଉଥିଲା। ରାତି ୮ଟାରେ ୬.୯୦ ମିଟର ଥିଲା। ଗୁରୁବାର ସକାଳେ ଜଳସ୍ତର ୬.୬୯ ରେ ପହଞ୍ଚତ୍ଥିଲେ ମଧ୍ୟ ରାତି ୮ଟା ସୁଦ୍ଧା ଜଳସ୍ତର ପୁଣି ହ୍ରାସ ହୋଇ ୬.୪୮ ମିଟରରେ ପ୍ରବାହିତ ହେଉଥିବା ଜଳସେଚନ କନିଷ୍ଠଯନ୍ତ୍ରୀ ଅଶୋକ କୁମାର ଦାସ କହିଛନ୍ତି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ତହସିଲଦାର କାର୍ତ୍ତିକ ଚନ୍ଦ୍ର ଦାସ, ବିଡ଼ିଓ ଜ୍ଞାନରଞ୍ଜନ ସାହୁ, ଜଳସେଚନ ନିର୍ବାହୀଯନ୍ତ୍ରୀ ଅଶୋକ କୁମାର ଦାସ ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରିଥିଲେ। ଅପରପକ୍ଷରେ ଓଡ୍ରାଫ ଟିମ ସହ ଅଗ୍ନିଶମ ବିଭାଗ ପହଞ୍ଚତ୍ ପାଣିଘେରରେ ଥିବା ଲୋକ, ଗୃହପାଳିତ ପ୍ରାଣୀ, ଆସବାବପତ୍ରକୁ ଉଦ୍ଧାର କରିଥିଲେ।
ବନ୍ୟା ପାଇଁ ବିଦ୍ୟୁତ ସରବରାହ ବନ୍ଦ ଥିବା ବେଳେ ୩୦ଘଣ୍ଟାର ବ୍ୟବଧାନ ପରେ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇଛି। ବନ୍ୟାପାଣି ସମ୍ପୂର୍ଣ୍ଣ ଛାଡି ନ ଥିବାରୁ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବନ୍ୟା ଯୋଗୁ ୧୫ ପଞ୍ଚାୟତର ୭୬ ଗ୍ରାମ ପ୍ରଭାବିତ ହୋଇଥିବା କୁହାଯାଇଛି। ଦ୍ୱିତୀୟ ଦିନରେ ୪୧ ଗ୍ରାମ ଏବେବି ପାଣିଘେରରେ ରହିଥିବା ବେଳେ ଅନେକ ଗ୍ରାମ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହେଉଛି। ତେବେ ଏହି ୪୧ପଞ୍ଚାୟତର ୭୪,୫୭୨ଜଣ ଲୋକେ ଏବେବି ପାଣିଘେରରେ ରହିଛନ୍ତି। ୪୮,୧୭୨ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ପାଇଁ ବୁଧବାର ବିଭିନ୍ନ ପଞ୍ଚାୟତର ୧୭ଟି ଅସ୍ଥାୟୀ ସେଣ୍ଟରରେ ୨୯୦୪ଜଣ ଲୋକଙ୍କୁ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଇଛି। ଗୁରୁବାର ୧୦ଟି ସେଣ୍ଟରରେ ୨୫୬୯ଜଣ ଲୋକଙ୍କୁ ରଖାଯାଇ ରନ୍ଧାଖାଦ୍ୟ ଦିଆଯାଉଛି। ସେହିପରି ୩୮କୁଇଣ୍ଟାଲ ଗୋଖାଦ୍ୟ ବିଭିନ୍ନ ପଞ୍ଚାୟତକୁ ଦିଆଯାଇଥିବା ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ବସ୍ତା ତହସିଲ ପକ୍ଷରୁ ସର୍ଭେ କରାଯାଇ ୪୦ରୁ ଊର୍ଦ୍ଧ୍ୱ ଘର ପ୍ରାଥମିକ ପର୍ଯ୍ୟାୟରେ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଇଥିବା ବେଳେ ୫୦ଜଣଙ୍କୁ ଟାର୍ପୋଲିନ ବଣ୍ଟନ କରାଯାଇଥିବା ତହସିଲଦାର କାର୍ତ୍ତିକଚନ୍ଦ୍ର ଦାଶ ସୂଚନା ଦେଇଛନ୍ତି। ବନ୍ୟାଜଳ ଛାଡି ନ ଥିବା ଯୋଗୁ କ୍ଷୟକ୍ଷତିରେ ଆକଳନ କରିବା କଷ୍ଟସାଧ୍ୟ ହେଉଥିବା ତହସିଲ ପକ୍ଷରୁ ସୂଚନା ଦିଆଯାଇଛି। ଲଗାତର ଦୁଇଥର ବନ୍ୟା ଯୋଗୁ ଖରିଫ ଧାନଚାଷ ସହିତ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ବସ୍ତା କୃଷିବିଭାଗ ସୂଚନା ଅନୁଯାୟୀ ଏବେ ୪ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଚାଷଜମିରେ ବନ୍ୟାଜଳ ମାଡିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri