ଭାରତୀୟ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତ କର

ଓ୍ବାଶିଂଟନ,୩ା୫ : ଭାରତରେ ଧର୍ମୀୟ ସ୍ବାଧୀନତାର ଗୁରୁତର ଉଲ୍ଲଂଘନ ହେଉଛି। ଏଥିପାଇଁ ଦାୟୀ ସରକାରୀ ଅଧିକାରୀ ଓ ସଂସ୍ଥାଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ ଆମେରିକାର ଫେଡେରାଲ କମିଶନ ଜୋ ବାଇଡେନ୍‌ ପ୍ରଶାସନକୁ ଆହ୍ବାନ ଦେଇଛି। ଭାରତ-ଆମେରିକା ଦ୍ୱିପାକ୍ଷିକ ଆଲୋଚନା ବେଳେ ଧର୍ମୀୟ ସ୍ବାଧୀନତା ପ୍ରସଙ୍ଗ ଉଠାଇବାକୁ ଆମେରିକାର ଅନ୍ତର୍ଜାତୀୟ ଧର୍ମୀୟ ସ୍ବାଧୀନତା କମିଶନ (ୟୁଏସ୍‌ସିଆଇଆର୍‌ଏଫ୍‌) କଂଗ୍ରେସକୁ ସୁପାରିସ କରିଛି। ଏଥିସହିତ ଏହା ଉପରେ ଶୁଣାଣି କରିବାକୁ କମିଶନ କହିଛି।
ଭାରତ ସମେତ ଅନ୍ୟ କେତେକ ରାଷ୍ଟ୍ରକୁ ଧର୍ମୀୟ ସ୍ବାଧୀନତା ମାନ୍ୟତାରେ ‘ନିର୍ଦ୍ଦିଷ୍ଟ ଚିନ୍ତାଜନକ ଦେଶ’ ଭାବେ ଦର୍ଶାଇବା ଲାଗି ୟୁଏସ୍‌ସିଆଇଆର୍‌ଏଫ୍‌ ଏହାର ବାର୍ଷିକ ରିପୋର୍ଟରେ ଆମେରିକା ପରରାଷ୍ଟ୍ର ବିଭାଗକୁ କହିଛି। ୨୦୨୦ରୁ ଉକ୍ତ କମିଶନ ପରରାଷ୍ଟ୍ର ବିଭାଗକୁ ଏଭଳି ସୁପାରିସ କରିଆସୁଥିବାବେଳେ ତାହାକୁ ଗ୍ରହଣ କରାଯାଇ ନାହିଁ। ଏହାକୁ କାର୍ଯ୍ୟକାରୀ କରିବା ପରରାଷ୍ଟ୍ର ବିଭାଗ ପାଇଁ ବାଧ୍ୟତାମୂଳକ ନୁହେଁ।
ୟୁଏସ୍‌ସିଆଇଆର୍‌ଏଫ୍‌ ରିପୋର୍ଟ ଅନୁଯାୟୀ ୨୦୨୨ରେ ଭାରତରେ ଧର୍ମୀୟ ସ୍ବାଧୀନତା ସ୍ଥିତି ଅଧିକ ଖରାପ ହୋଇଛି। ବର୍ଷ ସାରା ଭାରତ ସରକାର ଜାତୀୟ, ରାଜ୍ୟ ଓ ସ୍ଥାନୀୟ ସ୍ତରରେ ଧର୍ମୀୟ ଭେଦଭାବ ନୀତିକୁ ପ୍ରସାର କରାଇବା ସହ କାର୍ଯ୍ୟକାରୀ କରିଛନ୍ତି। ଉକ୍ତ ନୀତି ମଧ୍ୟରେ ରହିଛି ଧର୍ମାନ୍ତରୀକରଣକୁ ଟାର୍ଗେଟ କରି ଆଇନ, ଆନ୍ତଃ ଧର୍ମବିଶ୍ୱାସ ସମ୍ପର୍କ, ହିଜାବ ପିନ୍ଧିବା, ଗୋହତ୍ୟା। ଏହା ଦ୍ୱାରା ମୁସଲମାନ, ଖ୍ରୀଷ୍ଟିଆନ, ଶିଖ୍‌, ଦଳିତ ଏବଂ ଆଦିବାସୀମାନେ ପ୍ରଭାବିତ ହୋଇଛନ୍ତି। ଏହା ବିରୋଧରେ ଉଠୁଥିବା ସ୍ବରକୁ କେନ୍ଦ୍ର ସରକାର ଚାପି ଦେଉଛନ୍ତି। ପ୍ରତିବାଦ କରୁଥିବା ସଂଖ୍ୟାଲଘୁ ଓ ଅନ୍ୟମାନଙ୍କ ଉପରେ ସରକାର ନଜର ରଖିବା ସହ ସେମାନଙ୍କୁ ହଇରାଣ କରୁଛନ୍ତି। ସେମାନଙ୍କ ସମ୍ପତ୍ତି ଭଙ୍ଗାରୁଜା କରାଯିବା ସହ ବେଆଇନ କାର୍ଯ୍ୟକଳାପ ପ୍ରତିକାର ଆଇନ (ୟୁଏପିଏ)ରେ ସେମାନଙ୍କୁ ଅଟକ ରଖାଯାଉଛି। ସେହିପରି ବିଦେଶ ଅନୁଦାନ ନିୟାମକ ଆଇନ (ଏଫ୍‌ସିଆର୍‌ଏ)ରେ ବେସରକାରୀ ସଂସ୍ଥା(ଏନ୍‌ଜିଓ)ଗୁଡ଼ିକୁ ଟାର୍ଗେଟ କରାଯାଉଥିବା ୟୁଏସ୍‌ସିଆଇଆର୍‌ଏଫ୍‌ ଅଭିଯୋଗ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri