ଜଳାଶୟ ଜମିର କିସମ ପରିବର୍ତ୍ତନ କରି ନିର୍ମାଣ

ଯାଜପୁର ଅଫିସ,୩।୫: ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଜଳାଶୟ ଜମିକୁ କିସମ ପରିବର୍ତ୍ତନ କରାଯାଇ ପାରୁଛି। ଏହି କାରବାରରେ ସମ୍ପୃକ୍ତ ଅଧିକାରୀ ଏବଂ ଜମି ଦଖଲକାରୀଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର ନେଣଦେଣ ହେଉଛି। ଜଳର ଚିହ୍ନବର୍ଣ୍ଣ ନ ଥିବା ଜମିରେ ସାମୂହିକ ବିକାଶ ନିର୍ମାଣ ଉଦ୍ଦେଶ୍ୟରେ ଆରଡିସିସ୍ତରରେ ଜମିର କିସମ ପରିବର୍ତ୍ତନ ହେବାର ନିୟମ ରହିଥିଲେ ହେଁ ବ୍ୟକ୍ତିଗତ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଫଳରେ ସରକାରୀ ଜମି ସଙ୍କୁଚିତ ହେବା ସହ ଆବଶ୍ୟକସ୍ଥଳେ ନଦୀପଠା ପୋତାଯାଇ ସରକାରୀ କୋଠା ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। ଯାଜପୁର ପୌର ପରିଷଦ ଅଧୀନ ୟୁନିଟ-୮ ଯଯାତିନଗରରେ ଜଳାଶୟ ଜମିକୁ କିସମ ପରିବର୍ତ୍ତନ କରାଯାଇ ବ୍ୟବସାୟ ଉଦ୍ଦେଶ୍ୟରେ ଶପିଂ ମଲ୍‌ ନିର୍ମାଣ ଏହାର ଜ୍ୱଳନ୍ତ ଉଦାହରଣ । କିସମ ପରିବର୍ତ୍ତନ ନାମରେ ଜଳାଶୟ ଜମି ଏଠାରେ ବିକ୍ରି ହେଉଛି। ଏ ନେଇ ଚନ୍ଦ୍ରଶେଖର ରାୟ ଏନ୍‌ଜିଟିରେ ରାଜ୍ୟ ସରକାରଙ୍କ ବିରୋଧରେ ୩୧ା୨୦୨୩/ଇଜେଡ ନମ୍ବରରେ ଏକ ମାମଲା ରୁଜୁ କରିଛନ୍ତି। ଏନ୍‌ଜିଟିର ବି. ଅମିତ ସ୍ଥାଳେକର ଏବଂ ଏକ୍ସପର୍ଟ ମେମ୍ବର ଆଫ୍ରୋଜ ଅହମ୍ମଦଙ୍କୁ ନେଇ ଗଠିତ ଖଣ୍ଡିପୀଠ ମାମଲାର ଶୁଣାଣି କରି ୨୪ ଘଣ୍ଟା ମଧ୍ୟରେ କାଉଣ୍ଟର ଆଫିଡେଭିଟ ଦାଖଲ କରିବାକୁ ଯାଜପୁର ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଯାଜପୁର ତହସିଲ ଅନ୍ତର୍ଗତ ଯଯାତିନଗର ପ୍ଲଟ ନମ୍ବର ୬୬୭, ଖାତା ନମ୍ବର ୬୩୬/୫୦୩ରେ ଜଳାଶୟ କିସମ ଜମିକୁ ପୋତି ଜବରଦଖଲ କରି ଶପିଂ ମଲ୍‌ ନିର୍ମାଣ ହେଉଛି। ଏନ୍‌ଜିଟିର ନିର୍ଦ୍ଦେଶ ଅନୁସାରେ ୨୨ା୩ା୨୦୨୨ରେ ଉକ୍ତ ମାମଲାର ଶୁଣାଣି କରି ସମସ୍ତ ପକ୍ଷଭୁକ୍ତଙ୍କୁ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାବାଦ୍‌ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଉକ୍ତ ବିବାଦୀୟ ଜଳାଶୟ କିସମ ଜମିରେ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିବା ଏବଂ ଯାଜପୁର ଜିଲାପାଳ ଏହାର ଅନୁପାଳନ କରିବାକୁ ନିର୍ଦ୍ଦେଶ ହୋଇଥିଲା। ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା ଗତ ୨୦ା୪ା୨୦୨୩ରେ ସରଜମିନ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି, ୨୭୦୦ବର୍ଗ ଫୁଟ ଜମିରେ ଏକ ଫ୍ଲୋର ନିର୍ମାଣ ହେଉଥିବାବେଳେ ଜମି ତା’ର ଜଳାଶୟ କିସମକୁ ହରାଇ ସାରିଛି। ଜମିର ପାର୍ଶ୍ୱରେ ଏକ କଂକ୍ରିଟ ଡ୍ରେନ ନିର୍ମାଣ ହୋଇଛି। କାଗଜପତ୍ର ଅନୁସାରେ ଜମି ଘରବାରି କିସମ ରହିଛି। ଏଥିରୁ ବୁଝାପଡୁଛି ଯେ, ପୂର୍ବରୁ ଏହି ଜମି ଜଳାଶୟ କିସମ ରହିଥିଲା। ହେଲେ ବିଷ୍ଣୁ ଚରଣ ରଥ ପରବର୍ତ୍ତୀ ସମୟରେ ଘରବାରିକୁ କିସମ ପରିବର୍ତ୍ତନ ରହିଛି। ଏଥିରେ ସ୍ଥାନୀୟ ତହସିଲଦାରଙ୍କ ସମେତ ଆରଡିସିସ୍ତରରେ ସହଯୋଗ କରିଛନ୍ତି। ଏହାସହ ଯାଜପୁର ସ୍ବତନ୍ତ୍ର ପ୍ଲାନିଂ ଅଥରିଟି କମର୍ସିଆଲ ଓ ରେସିଡେନ୍ସିଆଲ ପାଇଁ ୩ ଟି ଫ୍ଲୋରରେ ବିଲଡିଂ ନିର୍ମାଣ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ବର୍ଜ୍ୟଜଳ ନିଷ୍କାସନ ପରିମାଣ ଅନୁସାରେ କୌଣସି ଅନୁମତିର ଆବଶ୍ୟକତା ନାହିଁ ବୋଲି ଏସ୍‌ପିସିବି ପକ୍ଷରୁ ତଦନ୍ତରେ ଦର୍ଶାଯାଇଛି। ଏଠାରେ ପ୍ରଶ୍ନ ଉଠିଛି, ଭୂତଳ ଜଳସ୍ତର ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଜଳାଶୟ କିସମ ଜମିର ପୁନରୁଦ୍ଧାର କରିବାକୁ ନିର୍ଦ୍ଦେଶ ଦେଉଥିବାବେଳେ ପ୍ରଶାସନ ପକ୍ଷରୁ ଏଠାରେ ପୋତାଯାଇଥିବା ଜଳାଶୟ ଜମିରେ ନିର୍ମାଣ କାର୍ଯ୍ୟ ଚାଲିଛି। କେବଳ ଜଳାଶୟ ନୁହେଁ, ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ବୁଢା ଆନ୍ନିକଟ ରୁଢିଆ ପୋଲ ନିକଟରେ ନଦୀପଠାକୁ ପୋତାଯାଇ ନିର୍ମାଣ କାମ ଚାଲିଛି। ଏହାସହ ଆଖୁଆପଦା ଠାରୁ ଯାଜପୁର ଟାଉନ ପର୍ଯ୍ୟନ୍ତ ବୈତରଣୀ ନଦୀକୂଳରେ କେତେକ ନିର୍ମାଣ କାର୍ଯ୍ୟ ପାଇଁ ବୈତରଣୀ ସଙ୍କୁଚିତ ହେଉଥିବା ଅଭିଯୋଗ ହୋଇଛି। ଏନେଇ ପୂର୍ବରୁ ଭଦ୍ରକ ଜିଲାର ଭଣ୍ଡାରୀପୋଖରୀ ବ୍ଲକବାସୀ ଏନ୍‌ଜିଟିର ଦ୍ୱାରସ୍ଥ ହୋଇ ସାରିଛନ୍ତି। ଏଭଳି ଭାବେ ନଦୀନାଳ, ଜଳାଶୟକୁ ପୋତା ହେଉଥିବାରୁ ଭବିଷ୍ୟତରେ ବୈତରଣୀ ତା’ର ଗତିପଥ ବଦଳି ବିପର୍ଯ୍ୟୟ ସୃଷ୍ଟି କରିପାରେ ବୋଲି ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କୁ ପଚାରିବାରୁ ସେ କହିଛନ୍ତି, ନିୟମ ଅନୁସାରେ ଜଳାଶୟ କିସମକୁ ଆରଡିସି ପରିବର୍ତ୍ତନ କରିପାରିବେ। ତେଣୁ ସମସ୍ତ କାର୍ଯ୍ୟ ଠିକ୍‌ ଭାବେ ହୋଇଛି, କୌଣସି ଚିନ୍ତା କରିବାର ନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?