ଘନ ଘନ ବଦଳୁଛି ନିଷ୍ପତ୍ତି

ରସୁଲପୁର,୧।୬: (ଡି.ଏନ.ଏ.): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ନିଷ୍ପତ୍ତି ଘନ ଘନ ପରିବର୍ତ୍ତନ ହେଉଛି। ଫଳରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ଅଧିକାରୀଙ୍କ ଉପରେ ଚାପ ବଢୁଛି। ଏଭଳିସ୍ଥିତିରେ ଭତ୍ତା ହିତାଧିକାରୀଙ୍କୁ ଠିକଣା ସମୟରେ ପାଉଣା ମିଳିବାରେ ବିଳମ୍ବ ହେଉଛି। ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ମଧୁବାବୁ ପେନ୍‌ସନ ଯୋଜନାରେ ଅନ୍ତର୍ଭୁକ୍ତ ୩୦୦୦ରୁ ଊର୍ଦ୍ଧ୍ୱ ଭତ୍ତା ହିତାଧିକାରୀଙ୍କୁ ସେମାନଙ୍କ ପାଉଣା ଠିକଣା ସମୟରେ ମିଳିବା ନେଇ ସଂଶୟ ଉପୁଜିଛି। ତେଣୁ ରଜ ପୂର୍ବରୁ ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରାଯାଉଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନାର ଅର୍ଥ ବାଟମାରଣା ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଆସୁଛି। ଏହାଛଡ଼ା କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ହଡ଼ପ କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ଏ ସବୁ ଦିଗକୁ ଭିତ୍ତିକରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭତ୍ତା ହିତାଧିକାରୀଙ୍କୁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି) ଜରିଆରେ ପାଉଣା ପଠାଇବାକୁ ନିଷ୍ପତ୍ତି ହୋଇଥିଲା। ସେହି ଆଧାରରେ ଏବେ ସୁଧା ଶତକଡ଼ା ୯୦ ଭାଗରୁ ଊର୍ଦ୍ଧ୍ୱ ଇନ୍ଦିରା ଗାନ୍ଧୀ ଭତ୍ତା ହିତାଧିକାରୀଙ୍କ ଜମାଖାତାକୁ ସହାୟତା ରାଶି ପ୍ରଦାନ କରାଯାଉଛି। କେନ୍ଦ୍ରର ନିର୍ଦ୍ଦେଶାନାମାକୁ ଅନୁସରଣ କରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଡିବିଟି ଜରିଆରେ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ସରକାର ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଶତକଡ଼ା ୧୦୦ଭାଗ ହିତାଧିକାରୀଙ୍କ ଜମାଖାତାକୁ ଦେୟ ପ୍ରଦାନ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଉକ୍ତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ତୃଣମୂଳସ୍ତରରେ କାର୍ଯ୍ୟରତ ଅଧିକାରୀମାନେ ହିତାଧିରୀଙ୍କ ଜମାଖାତା, ଆଧାରକାର୍ଡ ସଂଗ୍ରହକରି ଡିବିଟି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାରେ ଲାଗିପଡିଲେ। ଫଳରେ ମଧୁବାବୁ ଭତ୍ତା ଯୋଜନାରେ ପ୍ରାୟତଃ ଶତକଡା ୭୦ଭାଗ ହିତାଧିକାରୀଙ୍କ ଜମାଖାତାରେ ଭତ୍ତା ପାଉଣା ପୈଠ କରାଯାଇ ଆସୁଛି। ବାକି ଶତକଡ଼ା ୩୦ଭାଗ ହିତାଧିକାରୀଙ୍କୁ ଡିବିଟି ଜରିଆରେ ପାଉଣା ଦେବା ପାଇଁ ପ୍ରସ୍ତୁତି ଜାରି ରହିଥିଲା। ଏଭଳି ସ୍ଥିତିରେ ସରକାର ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ଜମାଖାତାରେ ଦେୟ ପୈଠ ନ କରି ପୂର୍ବଭଳି ହାତରେ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ବିଭାଗ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।
ଭତ୍ତା ଟଙ୍କା ହିତାଧିକାରୀଙ୍କୁ ହାତରେ ପ୍ରଦାନ କରିବାକୁ ଅର୍ଥ ପଞ୍ଚାୟତ ଜମାଖାତାକୁ ପ୍ରଦାନ କରାଯାଇ ସାରିଲାଣି ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି। ମାତ୍ର କେଉଁ ହିତାଧିକାରୀ ମଧୁବାବୁ ପେନ୍‌ସନରେ ସାମିଲ ତା’ର ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇ ପାରୁନାହିଁ। ତାଲିକା ପ୍ରଦାନରେ ବିଳମ୍ବ ହେଉଥିବାରୁ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇ ପାରୁନାହିଁ। ପଞ୍ଚାୟତରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀଙ୍କୁ ହିତାଧିକାରୀଙ୍କ ତାଲିକା ପ୍ରଦାନ ପରେ ଭତ୍ତା ବଣ୍ଟନ କରାଯିବ ବୋଲି ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି। ତେଣେ ହିତାଧିକାରୀଙ୍କ ସାଂକ୍ସନ ଅର୍ଡରକୁ ଦେଖି ମଧୁବାବୁ ହିତାଧିକାରୀ ତାଲିକା ବାହାର କରିବା ସମୟସାପେକ୍ଷ ହେଉଛି। ଏଭଳି ସ୍ଥିତିରେ ହିତାଧିକାରୀଙ୍କୁ ଠିକଣା ସମୟରେ ପାଉଣା ମିଳିବା ସମ୍ଭବ ହେଉନାହିଁ। ମଧୁବାବୁ ପେନ୍‌ସନ୍‌ ହିତାଧିକାରୀଙ୍କୁ ଏଯାଏ ଏପ୍ରିଲ ଓ ମେ’ର ଭତ୍ତା ମିଳିନାହିଁ। ଆସନ୍ତା ଜୁନ୍‌କୁ ମିଶାଇ ହିତାଧିକାରୀଙ୍କୁ ଏକାଥରକେ ୩ ମାସର ଭତ୍ତା ରାଶି ପ୍ରଦାନ କରାଯିବ। ହିତାଧିକାରୀଙ୍କ ପିଛା ୨୧୦୦ ଓ ୧୫୦୦ ଲେଖାଏ ଟଙ୍କା ପୈଠ କରାଯିବ। ନିର୍ଦ୍ଦେଶନାମାକୁ ଅନୁପାଳନ କରିବାକୁ ଯାଇ ହରଡ଼ଘଣାରେ ପଡ଼ିଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କେତେ ଶୀଘ୍ର ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ସକ୍ଷମ ହେଉଛନ୍ତି, ତା’ଉପରେ ଭତ୍ତା ବଣ୍ଟନ ନିର୍ଭର କରୁଛି। ଏ ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମିନତି ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ଭତ୍ତା ଟଙ୍କା ପଞ୍ଚାୟତ ଜମାଖାତାକୁ ପଠାଇ ଦିଆଯାଇଛି। ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ଚାଲିଛି। ତୁରନ୍ତ ତାଲିକା ପ୍ରଦାନ କରାଯିବ। ପରେ ତାଲିକା ଆଧାରରେ ଟଙ୍କା ପୈଠ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri