ଘନ ଘନ ବଦଳୁଛି ନିଷ୍ପତ୍ତି

ରସୁଲପୁର,୧।୬: (ଡି.ଏନ.ଏ.): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ନିଷ୍ପତ୍ତି ଘନ ଘନ ପରିବର୍ତ୍ତନ ହେଉଛି। ଫଳରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ଅଧିକାରୀଙ୍କ ଉପରେ ଚାପ ବଢୁଛି। ଏଭଳିସ୍ଥିତିରେ ଭତ୍ତା ହିତାଧିକାରୀଙ୍କୁ ଠିକଣା ସମୟରେ ପାଉଣା ମିଳିବାରେ ବିଳମ୍ବ ହେଉଛି। ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ମଧୁବାବୁ ପେନ୍‌ସନ ଯୋଜନାରେ ଅନ୍ତର୍ଭୁକ୍ତ ୩୦୦୦ରୁ ଊର୍ଦ୍ଧ୍ୱ ଭତ୍ତା ହିତାଧିକାରୀଙ୍କୁ ସେମାନଙ୍କ ପାଉଣା ଠିକଣା ସମୟରେ ମିଳିବା ନେଇ ସଂଶୟ ଉପୁଜିଛି। ତେଣୁ ରଜ ପୂର୍ବରୁ ଭତ୍ତା ପ୍ରଦାନ କରିବାକୁ ଦାବି ହୋଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଇନ୍ଦିରା ଗାନ୍ଧୀ ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରାଯାଉଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଯୋଜନାର ଅର୍ଥ ବାଟମାରଣା ହେଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଆସୁଛି। ଏହାଛଡ଼ା କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ହଡ଼ପ କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ଏ ସବୁ ଦିଗକୁ ଭିତ୍ତିକରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭତ୍ତା ହିତାଧିକାରୀଙ୍କୁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର(ଡିବିଟି) ଜରିଆରେ ପାଉଣା ପଠାଇବାକୁ ନିଷ୍ପତ୍ତି ହୋଇଥିଲା। ସେହି ଆଧାରରେ ଏବେ ସୁଧା ଶତକଡ଼ା ୯୦ ଭାଗରୁ ଊର୍ଦ୍ଧ୍ୱ ଇନ୍ଦିରା ଗାନ୍ଧୀ ଭତ୍ତା ହିତାଧିକାରୀଙ୍କ ଜମାଖାତାକୁ ସହାୟତା ରାଶି ପ୍ରଦାନ କରାଯାଉଛି। କେନ୍ଦ୍ରର ନିର୍ଦ୍ଦେଶାନାମାକୁ ଅନୁସରଣ କରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ଡିବିଟି ଜରିଆରେ ସହାୟତା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା। ରାଜ୍ୟ ସରକାର ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ଶତକଡ଼ା ୧୦୦ଭାଗ ହିତାଧିକାରୀଙ୍କ ଜମାଖାତାକୁ ଦେୟ ପ୍ରଦାନ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ। ଉକ୍ତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ତୃଣମୂଳସ୍ତରରେ କାର୍ଯ୍ୟରତ ଅଧିକାରୀମାନେ ହିତାଧିରୀଙ୍କ ଜମାଖାତା, ଆଧାରକାର୍ଡ ସଂଗ୍ରହକରି ଡିବିଟି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାରେ ଲାଗିପଡିଲେ। ଫଳରେ ମଧୁବାବୁ ଭତ୍ତା ଯୋଜନାରେ ପ୍ରାୟତଃ ଶତକଡା ୭୦ଭାଗ ହିତାଧିକାରୀଙ୍କ ଜମାଖାତାରେ ଭତ୍ତା ପାଉଣା ପୈଠ କରାଯାଇ ଆସୁଛି। ବାକି ଶତକଡ଼ା ୩୦ଭାଗ ହିତାଧିକାରୀଙ୍କୁ ଡିବିଟି ଜରିଆରେ ପାଉଣା ଦେବା ପାଇଁ ପ୍ରସ୍ତୁତି ଜାରି ରହିଥିଲା। ଏଭଳି ସ୍ଥିତିରେ ସରକାର ମଧୁବାବୁ ପେନସନ ଯୋଜନା ହିତାଧିକାରୀଙ୍କ ଜମାଖାତାରେ ଦେୟ ପୈଠ ନ କରି ପୂର୍ବଭଳି ହାତରେ ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ବିଭାଗ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି।
ଭତ୍ତା ଟଙ୍କା ହିତାଧିକାରୀଙ୍କୁ ହାତରେ ପ୍ରଦାନ କରିବାକୁ ଅର୍ଥ ପଞ୍ଚାୟତ ଜମାଖାତାକୁ ପ୍ରଦାନ କରାଯାଇ ସାରିଲାଣି ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି। ମାତ୍ର କେଉଁ ହିତାଧିକାରୀ ମଧୁବାବୁ ପେନ୍‌ସନରେ ସାମିଲ ତା’ର ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯାଇ ପାରୁନାହିଁ। ତାଲିକା ପ୍ରଦାନରେ ବିଳମ୍ବ ହେଉଥିବାରୁ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇ ପାରୁନାହିଁ। ପଞ୍ଚାୟତରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀଙ୍କୁ ହିତାଧିକାରୀଙ୍କ ତାଲିକା ପ୍ରଦାନ ପରେ ଭତ୍ତା ବଣ୍ଟନ କରାଯିବ ବୋଲି ଅଧିକାରୀମାନେ ନିଷ୍ପତ୍ତି ନେଇଛନ୍ତି। ତେଣେ ହିତାଧିକାରୀଙ୍କ ସାଂକ୍ସନ ଅର୍ଡରକୁ ଦେଖି ମଧୁବାବୁ ହିତାଧିକାରୀ ତାଲିକା ବାହାର କରିବା ସମୟସାପେକ୍ଷ ହେଉଛି। ଏଭଳି ସ୍ଥିତିରେ ହିତାଧିକାରୀଙ୍କୁ ଠିକଣା ସମୟରେ ପାଉଣା ମିଳିବା ସମ୍ଭବ ହେଉନାହିଁ। ମଧୁବାବୁ ପେନ୍‌ସନ୍‌ ହିତାଧିକାରୀଙ୍କୁ ଏଯାଏ ଏପ୍ରିଲ ଓ ମେ’ର ଭତ୍ତା ମିଳିନାହିଁ। ଆସନ୍ତା ଜୁନ୍‌କୁ ମିଶାଇ ହିତାଧିକାରୀଙ୍କୁ ଏକାଥରକେ ୩ ମାସର ଭତ୍ତା ରାଶି ପ୍ରଦାନ କରାଯିବ। ହିତାଧିକାରୀଙ୍କ ପିଛା ୨୧୦୦ ଓ ୧୫୦୦ ଲେଖାଏ ଟଙ୍କା ପୈଠ କରାଯିବ। ନିର୍ଦ୍ଦେଶନାମାକୁ ଅନୁପାଳନ କରିବାକୁ ଯାଇ ହରଡ଼ଘଣାରେ ପଡ଼ିଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କେତେ ଶୀଘ୍ର ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ସକ୍ଷମ ହେଉଛନ୍ତି, ତା’ଉପରେ ଭତ୍ତା ବଣ୍ଟନ ନିର୍ଭର କରୁଛି। ଏ ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମିନତି ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ଭତ୍ତା ଟଙ୍କା ପଞ୍ଚାୟତ ଜମାଖାତାକୁ ପଠାଇ ଦିଆଯାଇଛି। ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ଚାଲିଛି। ତୁରନ୍ତ ତାଲିକା ପ୍ରଦାନ କରାଯିବ। ପରେ ତାଲିକା ଆଧାରରେ ଟଙ୍କା ପୈଠ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଜମୁଛି ପ୍ରଚାର: ଗାଁ ମୁହାଁ ପ୍ରାର୍ଥୀ

ଆଗରପଡ଼ା,୨୮।୪(ସୁଶାନ୍ତ ଦାଶ): ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ବନ୍ତ ବ୍ଲକର ୧୪ ନଂ. ଆଗରପଡ଼ା ଜୋନ୍‌ର ବିଭିନ୍ନ ପଞ୍ଚାୟତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri