୫୦ ବର୍ଷର ସ୍ବପ୍ନକୁ ପ୍ରତାରଣା

ନୟାଗଡ଼ ଅଫିସ,୨୬।୨: ନୟାଗଡ ଜିଲାର ଜୀବନରେଖା କୁହାଯାଉଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ ଦାବିରେ ଦଶପଲ୍ଲାର ମହାବୀର ମନ୍ଦିରରୁ ଆରମ୍ଭ ହୋଇଥିବା ପଦଯାତ୍ରା ନୟାଗଡରେ ଗୁରୁବାର ଉଦ୍‌ଯାପିତ ହୋଇଛି । ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଆନ୍ଦୋଳନକାରୀ ୪୦ କିମି ଅତିକ୍ରମ କରି ନୟାଗଡ଼ରେ ପହଞ୍ଚିବା ପରେ ସହର ପରିକ୍ରମା କରିଥିଲେ। ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ସାଧାରଣ ସଭା କମିଟିର ସଭାପତି ଆଇନଜୀବୀ ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବନିର୍ମାଣ କୃଷକ ସଙ୍ଗଠନର ଜିଲା ସଂଯୋଜକ ମହେଶ୍ୱର ଜେନା, ସିପିଆଇଏମ୍‌ ତଥା କୃଷକ ନେତା ବିଶ୍ୱନାଥ ମହାପାତ୍ର, ଗୋଲକ ବିହାରୀ ମୁଦୁଲି, ପବିତ୍ର କୁମାର ଇନ୍ଦ୍ରଜିତ୍‌ଙ୍କ ସହିତ ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ଉମାରାଣୀ ପାଣି, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ବିନୋଦିନୀ ମହାନ୍ତି, ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ରାଜ୍ୟ ସଙ୍ଗଠକ ଆଡଭୋକେଟ୍‌ ବେଣୁଧର ନାୟକ, ବ୍ଲକ୍‌ କିଷାନ୍‌ କଂଗ୍ରେସ ସଭାପତି ଦାମୋଦର ପ୍ରଧାନ ପ୍ରମୁଖ ବୃତ୍ତଙ୍ଗ ପ୍ରକଳ୍ପ, କୃଷି କୃଷକର ସ୍ଥିତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଜିଲାବାସୀଙ୍କ ୫୦ ବର୍ଷର ସ୍ବପ୍ନକୁ ପ୍ରତାରଣା କରାଯାଉଛି । ଯଦି ସରକାର ବୃତ୍ତଙ୍ଗ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ ନ କରନ୍ତି ତେବେ ଜିଲାରେ ଆନ୍ଦୋଳନ ତୀବ୍ର ହେବ ବୋଲି ବକ୍ତାମାନେ କହିଥିଲେ । ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା, ବିସ୍ଥାପିତଙ୍କୁ ଥଇଥାନ କରିବା ଏବଂ ରଣପୁର, ବୋଲଗଡ଼, ବେଗୁନିଆ ବ୍ଲକ୍‌କୁ ଏହି ପ୍ରକଳ୍ପରେ ସାମିଲ କରିବାର ଦାବି ରହିଛି ବୋଲି ବକ୍ତାମାନେ ଦର୍ଶାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କମିଟିର ଉପଦେଷ୍ଟା ଉମେଶଚନ୍ଦ୍ର ପଟ୍ଟନାୟକ, ସୁରେନ୍ଦ୍ର ନାଥ କଳସ, ବୈକୁଣ୍ଠନାଥ ପ୍ରଧାନ, ଦେବାଶିଷ ପରମଗୁରୁ, ରାଜୀବ ମିଶ୍ର, ନାରାୟଣ ସାହୁ, ପ୍ରମୋଦ ମହାପାତ୍ର, ସୁରଥ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶେଷରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ, ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ମଞ୍ଜରୀ ଗ୍ରାମ ନିକଟସ୍ଥ ବୃତ୍ତଙ୍ଗ ନଦୀରେ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବ । ଏଥିପାଇଁ ପରିବେଶ ମଞ୍ଜୁରୀ ମିଳିଛି ା ତଥାପି ରାଜ୍ୟ ସରକାର ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରିପାରି ନାହାନ୍ତି । ଏପରି କି ପରିବେଶ ମଞ୍ଜୁରୀର ରିନୁୱାଲ କରିବାକୁ ଭୁଲି ଯାଇଛନ୍ତି । ଏପରିସ୍ଥତିରେ ପ୍ରକଳ୍ପ କରା ନ ଯାଇ ସରକାର ସର୍ଭେ ଓ ଇନକ୍ୱାରୀ କାର୍ଯ୍ୟରେ ୪କୋଟି ୯୯ ଲକ୍ଷ ଟଙ୍କା ବ୍ୟୟ କରିସାରିଛନ୍ତି। ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ ସରକାରଙ୍କ ଅଣଦେଖା ପରେ ଏବେ ସପକ୍ଷବାଦୀଙ୍କ ଆନ୍ଦୋଳନ ମୁଣ୍ଡ ଟେକିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri