Posted inଜାତୀୟ

ଯୋଗ୍ୟ ଆକାଉଣ୍ଟକୁ ଋଣ ପୁନର୍ଗଠନ ସୁବିଧା

ନୂଆଦିଲ୍ଲୀ,୪ା୯:ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ବ୍ୟାଙ୍କ ସିଇଓଙ୍କ ସହ ଆଲୋଚନା କରିଛନ୍ତି। କୋଭିଡ୍‌-୧୯ ପ୍ରଭାବିତ ଦେଶର ଅର୍ଥ ବ୍ୟବସ୍ଥା ଲାଗି ଘୋଷଣା ହୋଇଥିବା ଋଣ ଯୋଜନା ଏବଂ ମୋରାଟୋରିୟମ ପରବର୍ତ୍ତୀ ସମୟରେ ଋଣ ପୁନର୍ଗଠନ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଛି। ଯୋଗ୍ୟ ବିବେଚିତ ଆକାଉଣ୍ଟଗୁଡିକୁ ଋଣ ପୁନର୍ଗଠନ ସୁବିଧା ଦେବାକୁ ଅର୍ଥମନ୍ତ୍ରୀ ସୀତାରାମନ ଗୁରୁବାର ଘୋଷଣା କରିଛନ୍ତି। ୧୫ ସୁଦ୍ଧା ଯୋଜନାର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ଘୋଷଣା କରିଥିବା ମୋରାଟୋରିୟମ ସୁବିଧା ଅଗଷ୍ଟ ୩୧ରେ ଶେଷ ହୋଇଛି। ଏହା ପରେ ଋଣ କିସ୍ତିରେ ଲୋକଙ୍କୁ ସାର୍ବଜନୀନ ଭାବେ ମୋରାଟୋରିୟମ ମିଳିବ ନାହିଁ। ଅର୍ଥାତ୍‌ ଯେଉଁ ବ୍ୟକ୍ତିବିଶେଷ ଏଥିଲାଗି ଯୋଗ୍ୟ ସେହି ମାନେ ହିଁ ଏହାର ଲାଭ ଉଠାଇପାରିବେ। ସରକାର ଏହି ସୁବିଧା କିଛିଦିନ ଆଗରୁ ଘୋଷଣା କରିଥିଲେ। ଉକ୍ତ ଯୋଜନାର ଲାଭ କାହାକୁ ମିଳିବ ଏବଂ ଋଣ ପୁନର୍ଗଠନ ପାଇଁ ବ୍ୟାଙ୍କଗୁଡିକ କିଭଳି କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ସେ ନେଇ ବୈଠକରେ ଆଲୋଚନା ହୋଇଛି। ବ୍ୟାଙ୍କ ନିଜ ସ୍ତରରେ ଯୋଜନା କାର୍ଯ୍ୟକାରୀ କରିବେ ବୋଲି କୁହାଯାଇଛି।
ଯୋଗ୍ୟ ବିବେଚିତ ଆକାଉଣ୍ଟଧାରୀଙ୍କୁ ଚିହ୍ନଟ କରିବା, ସେମାନଙ୍କ ନିକଟରେ ପହଞ୍ଚିବା ଏବଂ ଋଣ ପୁନର୍ଗଠନ ଯୋଜନାକୁ ତ୍ୱରିତ ଭାବେ ଲାଗୁ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଲୋକମାନେ ଏହାଦ୍ୱାରା ଯେଭଳି ଲାଭବାନ ହୋଇ ପାରିବେ ସେ ଦିଗରେ ମଧ୍ୟ ବୈଠକରେ ପ୍ରାଥମିକତା ଦିଆଯାଇଥିବା ଜଣାପଡିଛି। ଯୋଗ୍ୟ ବିବେଚିତ ବିଜ୍‌ନେସ ଏବଂ ବ୍ୟକ୍ତି ବିଶେଷଙ୍କୁ ସହାୟତା କରିବା ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଏହି ଅବସରରେ ସୀତାରାମନ କହିଛନ୍ତି। ବୈଠକରେ ସବୁ ବ୍ୟାଙ୍କର ସିଇଓ ଏବଂ ଅଣବିତ୍ତ ପ୍ରତିଷ୍ଠାନ (ଏନ୍‌ବିଏଫ୍‌ସି)ଗୁଡିକର ମୁଖ୍ୟ ଉପସ୍ଥିତ ଥିଲେ। କୋଭିଡ୍‌-୧୯ ଯୋଗୁ ସମସ୍ୟା ସାମ୍ନା କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହି ଯୋଜନାରେ ସାମିଲ କରାଇବା ନେଇ ବ୍ୟାଙ୍କ କିଭଳି କାର୍ଯ୍ୟକ୍ରମ ଜାରି ରଖିଛନ୍ତି ସେ ଦିଗରେ ସୀତାରାମନ ସମୀକ୍ଷା କରିଛନ୍ତି।
ଯୋଜନାର ଲାଭ ଉଠାଇବା ଲାଗି ଲୋକଙ୍କୁ ସୁବିଧା ହେଲା ଭଳି ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି। ଏଥିଲାଗି ବ୍ୟାଙ୍କ ଫ୍ରିକ୍ୟୁଏଣ୍ଟଲି ଆକ୍ସଡ କୁଶ୍ଚିନ(ଏଫ୍‌ଏକ୍ୟୁଏସ୍‌) ଜାରି କରିବେ। ଏହି ସୂଚନା ବ୍ୟାଙ୍କଗୁଡିକର ଓ୍ବେବ୍‌ସାଇଟ ଏବଂ ବିଭିନ୍ନ ଆଞ୍ଚଳିକ ଭାଷାରେ ଜାରି କରାଯିବ। ରିଜର୍ଭ ବ୍ୟାଙ୍କର ନିୟମାବଳୀ ଅନୁସାରେ କାର୍ଯ୍ୟକରିବାକୁ ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନ ପ୍ରସ୍ତୁତ ଥିବା ଅର୍ଥମନ୍ତ୍ରୀଙ୍କୁ କହିଛନ୍ତି। ଅର୍ଥ ମନ୍ତ୍ରଣାଳୟ ମଧ୍ୟ ଆର୍‌ବିଆଇ ସହ ଏ ଦିଗରେ ନିରନ୍ତର କାର୍ଯ୍ୟ କରୁଥିବା ବୈଠକରେ ସୂଚନା ଦିଆଯାଇଛି। ଏ ନେଇ ରିଜର୍ଭ ବ୍ୟାଙ୍କ ସବୁ ପ୍ରକାର ସହାୟତା ଯୋଗାଇ ଦେବ। ବର୍ତ୍ତମାନ ସମୟରେ ବ୍ୟାଙ୍କଗୁଡିକର କାର୍ଯ୍ୟକୁ ନେଇ ସୀତାରାମନ ସନ୍ତୋଷ ପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୬ରେ ରିଜର୍ଭ ବ୍ୟାଙ୍କ ଋଣ ପୁନର୍ଗଠନ ଯୋଜନା ସମ୍ପର୍କରେ ଘୋଷଣା କରିଥିଲା। ଏହା ମଧ୍ୟରେ ବ୍ୟକ୍ତିଗତ, କର୍ପୋରେଟ ଏବଂ ଏମ୍‌ଏସ୍‌ଏସ୍‌ଇ ଋଣ ଆକାଉଣ୍ଟଗୁଡିକୁ ସାମିଲ କରାଯିବା ନେଇ ସରକାର କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?