ଆଲିଙ୍ଗନକୁ ନେଇ ଚର୍ଚ୍ଚାରେ ଦେବାଶିଷ, ଅରିନ୍ଦମ୍‌

କଟକ,୨୫ା୧(ଶିଳ୍ପା ପ୍ରିୟଦର୍ଶିନୀ): ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଓ ଅଭିନେତା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାଏଙ୍କୁ ନେଇ ସହରରେ ଚର୍ଚ୍ଚା ହୋଇଛି। ବୁଧବାର କଟକ ବକ୍ସି ବଜାରଠାରେ ଅନୁଷ୍ଠିତ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନବେଳେ ମଞ୍ଚରେ ଦୁହେଁ ଦୁହିଁଙ୍କ ହାତ ଧରି ଆଲିଙ୍ଗନ କରିଥିଲେ। ଏଭଳି ଦୃଶ୍ୟ ସାଧାରଣ ଲୋକଙ୍କୁ ଚର୍ଚ୍ଚାର ଖୋରାକ୍‌ ଯୋଗାଇଛି। ତେବେ ନେତାଜୀ ଜୟନ୍ତୀରେ ମଙ୍ଗଳବାର ସନ୍ଧ୍ୟାରେ ସହରର ଗୋଟିଏ ପଟେ ବିଜୁ ଛାତ୍ର ଜନତା ଦଳର ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଅନ୍ୟପଟେ ଅରିନ୍ଦମ ନିଜ ସମର୍ଥକଙ୍କୁ ନେଇ ଶୋଭାଯାତ୍ରା କରିଥିଲେ। ଉଭୟ ଶୋଭାଯାତ୍ରା ନେତାଜୀ ସଂଗ୍ରହାଳୟରେ ଗୋଟିଏ ସମୟରେ ପହଞ୍ଚିଥିଲା। ବିଜୁ ଛାତ୍ର ଜନତା ଦଳର ମଶାଲ ଶୋଭାଯାତ୍ରାରେ ଜିଲା ସଭାପତି ଦେବାଶିଷ ଉପସ୍ଥିତ ଥିଲେ। ହେଲେ ନେତାଜୀ ସଂଗ୍ରହାଳୟରେ ପହଞ୍ଚିବା ପରେ ଦେବାଶିଷ ଓ ଅରିନ୍ଦମ ଉଭୟଙ୍କୁ ଅଣଦେଖା କରିଥିବା ଚର୍ଚ୍ଚା ହୋଇଥିଲା। ମଙ୍ଗଳବାର ହୋଇଥିବା ଶୋଭାଯାତ୍ରାକୁ ନେଇ ଅରିନ୍ଦମ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ତାଙ୍କୁ ଡକାଯାଇ ନାହିଁ ଏବଂ ସେ ଛାତ୍ର ନୁହନ୍ତି। ଏ ସମ୍ପର୍କରେ ଦେବାଶିଷ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ହେଲେ ଏହାର କିଛି ଘଣ୍ଟା ପରେ ଅର୍ଥାତ୍‌ ବୁଧବାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନ କାର୍ଯ୍ୟକ୍ରମରେ ଉଭୟ ଉଭୟଙ୍କୁ ଆଲିଙ୍ଗନ କରିବା କଟକର ରାଜନୈତିକ ବାତାବରଣକୁ ସରଗରମ କରିଛି।

ଏ ସମ୍ପର୍କରେ ଦେବାଶିଷ କହିଛନ୍ତି, ଭାଇଚାରାର ସହର କଟକରେ ସବୁ କିଛି ଚଳେ। ମଙ୍ଗଳବାର ନେତାଜୀଙ୍କ ନାତିଙ୍କୁ ନେଇ ବିଜୁ ଛାତ୍ର ଜନତା ଦଳକୁ ଶୋଭାଯାତ୍ରା କରିବାର ସୁଯୋଗ ମିଳିଥିଲା। ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ଭାବେ ଆୟୋଜନ କରାଯାଇ ନ ଥିଲା। ଅରିନ୍ଦମ ସମସ୍ତଙ୍କୁ ଏକ୍‌ଜୁଟ କରି ବ୍ୟକ୍ତିଗତ ଭାବେ ଶୋଭାଯାତ୍ରା କରିଥିଲେ। ନେତାଜୀ ସଂଗ୍ରହାଳୟଠାରେ ମୋର ଅରିନ୍ଦମ୍‌ଙ୍କ ସହ ଭେଟ ହୋଇ ନ ଥିଲା। ହେଲେ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମରେ ତାଙ୍କ ସହିତ ସାମ୍ନାସାମ୍ନି ହେବା ସହ କଥା ହୋଇଛି। ଅରିନ୍ଦମ ମୋର ସାନଭାଇ ଏବଂ ଦଳର ରାଜ୍ୟ ସାଧାରଣ ସମ୍ପାଦକ। ରାଜନୀତି ଅଲଗା ବାଟରେ ଓ ମୋର ଅରିନ୍ଦମଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଅଲଗା ରହିଛି। ଅରିନ୍ଦମ ଟିକେଟ ପାଇଲେ ଲଢ଼ିପାରନ୍ତି। ଏପରି କି କୌଣସି ବ୍ୟକ୍ତି ମଧ୍ୟ ନିର୍ବାଚନ ଲଢ଼ିପାରିବେ ବୋଲି ଦେବାଶିଷ କହିଛନ୍ତି। ଅପରପକ୍ଷରେ ଅରିନ୍ଦମ କହିଛନ୍ତି, ମଙ୍ଗଳବାର ଶୋଭାଯାତ୍ରା ମୋର ବ୍ୟକ୍ତିଗତ ଓ ଏକ ଅନୁଷ୍ଠାନକୁ ନେଇ ରହିଥିଲା। ଦଳୀୟ କାର୍ଯ୍ୟକ୍ରମରେ ଡକା ହେଲେ ମୁଁ ଉପସ୍ଥିତ ରହିଥାଏ। ମଙ୍ଗଳବାର ଶୋଭାଯାତ୍ରା ସମ୍ପର୍କରେ ଅବଗତ ନ ଥିଲି। ତେଣୁ ଶୋଭାଯାତ୍ରା ମୁଁ ଉପସ୍ଥିତ ନ ଥିଲି, ଏହାର କାରଣ ଉକ୍ତ ବ୍ୟକ୍ତି ହିଁ କହି ପାରିବେ। କଟକରେ ସମସ୍ତଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଭଲ ଥାଏ। ବିଜେଡିରୁ ଟିକେଟ ମିଳିଲେ ନିଶ୍ଚିତ ନିର୍ବାଚନ ଲଢ଼ିବି। ଜିଲା ସଭାପତି ସମର୍ଥନ କରୁଛନ୍ତି, ପ୍ରଥମେ ଧନ୍ୟବାଦ ଜଣାଇବି। ଯଦି ଟିକେଟ ନ ମିଳେ ତେବେ ତାହା ସମୟ କହିବ ବୋଲି ଅରିନ୍ଦମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ଭଞ୍ଜନଗର ଥାନା ଏସଆଇଙ୍କୁ ଡିଜିପି ଡିସ୍କ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀଙ୍କୁ ବୁଧବାର ଡିଜିପି ଡିସ୍କ ଆୱାର୍ଡ଼ ମିଳିଛି। କଟକ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri