ବିଜେଡି ଛାଡ଼ିବାର ଘଣ୍ଟାଏ ପରେ ଭାଜପାରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ

ଭୁବନେଶ୍ୱର,୨୫ା୨: ରବିବାର ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଭଜାପରେ ସାମିଲ ହୋଇଛନ୍ତି। କିଛି ସମୟ ପୂର୍ବରୁ ଦେବାଶିଷ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦେବାଶିଷ ଦଳରେ ଯୋଗ ଦେଇଛନ୍ତି। ରବିବାର ଅପରାହ୍ନରେ ଦେବାଶିଷ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ତାଙ୍କର ଇସ୍ତଫାପତ୍ର ଦେଇଥିଲେ।

ଭାଜପାରେ ସାମିଲ ହେବା ଅବସରରେ ବିଜେଡି ଉପରେ ଖୁବ ବର୍ଷିଛନ୍ତି ଦେବାଶିଷ ନାୟକ। ବିଜେଡିରେ ଏବେ ତାମିଲ ଶାସନ ଚାଲିଥିବା ସେ କହିଛନ୍ତି। ”ଦଳରେ ଏବେ ଗୋଟିଏ କୋଟେରି କାମ କରୁଛି, ପୂର୍ବରୁ ଦଳ ଯେଭଳି ଥିଲା, ଆଉ ସେଭଳି ହୋଇ ରହିନି। ତେବେ ବିଜେଡି ଅନୁଭବ କରି ସାରିଲାଣି, ତାର ଆଉ ଭୋଟ୍ ନାହିଁ ତେଣୁ ବିଭିନ୍ନ ଦଳରୁ ଲୋକଙ୍କୁ ବିଜେଡି ଆମଦାନୀ କରୁଛି” ବୋଲି ଦେବାଶିଷ କହିଛନ୍ତି।

ଦେବାଶିଷ ନାୟକ ୨୦୦୦ ଓ ୨୦୦୪ରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ବରୀ-ଡେରାବିଶ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ତମ, ୧୩ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୯ ଓ ୨୦୧୪ରେ ଓଡ଼ିଶାରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ତମ, ୧୫ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ବରୀ ନିର୍ବାଚନ ମଣ୍ଡଳୀରେ ପୁର୍ବରୁ ବିଧାୟକ ଥିବା ଦେବାଶିଷଙ୍କୁ ଗତ ୨୦୧୯ ନିର୍ବାଚନରେ ନିଜେଡି ଟିକେଟ୍ ଦେଇ ନ ଥିଲା । ଏହାପରେ ଦଳ ବରୀ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ଦାସ୍‌ଙ୍କୁ ବରୀରୁ ଟିକେଟ୍ ଦେଇଥିଲା। ସେ ଦଳର କାର୍ଯ୍ୟକାରିତାକୁ ନେଇ ଅସନ୍ତୁଷ୍ଟ ଥିଲେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଥିଲା ବେଳେ ରବିବାର ସେ ଭଜାପରେ ଯୋଗ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟି ବୋହି ଚର୍ଚ୍ଚାରେ ନୂଆପଡା ଜିଲାପାଳ, ଶ୍ରମିକଙ୍କୁ କଲେ ଉତ୍ସାହିତ

ନୂଆପଡା,୧୫।୩: (ମକାରୁ ବେମାଲ)ମନରେଗା ଯୋଜନାରେ ଦୈନିକ ୬0,000 ରୁ ଅଧିକ ଶ୍ରମିକ ନିୟୋଜିତ କରି କ୍ରମାଗତ ଭାବରେ ନୂଆପଡ଼ା ଜିଲା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି।...

ଏସପିଙ୍କ ଘରେ ଦୋଳି ଖେଳିଲେ ରାଧାକୃଷ୍ଣ

ଫୁଲବାଣୀ, ୧୫।୩(ରାକେଶ କୁମାର ରାଉତ): ଆଜି ରଙ୍ଗର ପର୍ବ ହୋଲି । ଆଜିର ଦିନରେ ଜଣେ ଜଣକୁ ରଙ୍ଗ ବୋଳି ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅବିର...

ଦିଗପହଣ୍ଡି ଅଞ୍ଚଳରେ ଦୋଳ ଉତ୍ସବରେ ହୋଲି ଖେଳ

ଦିଗପହଣ୍ଡି,୧୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ପବିତ୍ର ଚୈତ୍ର ପ୍ରତିପଦା ତିଥି ଦୋଳ ଉତ୍ସବ ଅବସରରେ ଯୁବକ ଗୋଷ୍ଠୀ ପକ୍ଷରୁ ହୋଲି ଖେଳ...

ଦୁଇ ବାଇକ୍‌ ମଧ୍ୟରେ ଧକ୍କା, ଚାଲିଗଲା ମଠ ମହନ୍ତ ସ୍ବାମୀ ଅଭୟାନନ୍ଦ ସରସ୍ବତୀଙ୍କ ଜୀବନ

ପାଟଣା,୧୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଗୋରାଣ୍ଡି ଯୋଡି ନିକଟରେ ଶନିବାର ଅପରାହ୍ନରେ ଦୁଇ ବାଇକ...

ହୋଲି ଖେଳି ସମୁଦ୍ରରେ ଗାଧୋଇବା ହେଲା କାଳ: ସମୁଦ୍ରରେ ବୁଡି ଜଣେ ଛାତ୍ର ମୃତ

ଛତ୍ରପୁର,୧୫।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପୋଡ଼ମପେଟା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଆଜି ସକାଳୁ ସମସ୍ତ ଗାଁ ଓ...

ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାଶ ହୋଲି ଉତ୍ସବରେ କର୍ମୀଙ୍କୁ କରାଇଲେ ଶପଥ ପାଠ, ରାଲିରେ ପ୍ରକମ୍ପିତ ହେଲା ଜାତୀୟ ରାଜପଥ

କେସିଙ୍ଗା,୧୫.୩(ତୁମେଶର ସାହୁ): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାଶ ସଭାପତି ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଭୁବନେଶ୍ୱରରୁ ଏକ...

ସମୁଦ୍ର, ନଦୀ, ହ୍ରଦ ଉପରେ ଅଗ୍ନିଶମ ଟିମର ନଜର; ହୋଲି ଖେଳ ପରେ ଗାଧୋଇବେ ଲୋକେ

ଛତ୍ରପୁର, ୧୫।୩(ସନ୍ତୋଷ ପାଢ଼ୀ ): ହୋଲି ଖେଳ ପରେ ଗଞ୍ଜାମ ଜ଼ିଲ୍ଲାରେ ଥିବା ସମୁଦ୍ର, ଋଷିକୂଲ୍ୟା ନଦୀ ଏବଂ ତାମ୍ପରା ହ୍ରଦରେ ଲୋକେ ଗାଧୋଇବାକୁ ପସନ୍ଦ...

ପୁରୁଷୋତ୍ତମପୁର ଏସଡିପିଓଙ୍କ ନିଆରା ପ୍ରୟାସ

ପୁରୁଷୋତ୍ତମପୁର,୧୫।୩(ସିମାଞ୍ଚଳ ମିଶ୍ର): ଭାଇଚାରା ଓ ଗଣପର୍ବକୁ ହୋଲି ଗଞ୍ଜାମଜିଲା ପୁରୁଷୋତ୍ତମପୁର ଏସଡିପିଓ ଡ.ଦୀପକକୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। କିପରି ଅଞ୍ଚଳରୁ ବଶୃଙ୍ଖଳା ଦୂରହୋଇ ସମସ୍ତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri