ଏମିତି ବି ଆସେ ମୃତ୍ୟୁ, ସ୍ତ୍ରୀଙ୍କ ନାମରେ ଜମିକୁ ରେଜେଷ୍ଟ୍ରି କରୁକରୁ ଟଳିପଡ଼ିଲେ, ବୃଦ୍ଧ ପରେ…

ଦିଗପହଣ୍ଡି/ପାଟପୁର,୧୫।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟରେ ଚାଲିଥିବା ସବରେଜିଷ୍ଟ୍ରି ପ୍ରକୋଷ୍ଠରେ ଜମି ରେଜିଷ୍ଟ୍ରେଶନ କରୁଥିବା ବେଳେ ଜଣେ ବୃଦ୍ଧ ମତ୍ୟୁବରଣ କରିଥିବା ଜଣାପଡିଛି। ସୋମବାର ଅପରାହ୍ନରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପୁରୁଣାଗଡ ଗ୍ରାମର ବିପ୍ରଚରଣ ପାତ୍ର(୭୨)।
ତାଙ୍କ ନାଁରେ ଥିବା ପ୍ରାୟ ୨ ବିଘା ଜମିକୁ ନିଜ ସ୍ତ୍ରୀ ମଞ୍ଜୁଙ୍କ ନାଁରେ କବଲା କରିବାକୁ ସବ ରେଜିଷ୍ଟ୍ରି ଅଫିସକୁ ଆସିଥିଲେ। ବିକ୍ରୟ ଦଲିଲ ପ୍ରସ୍ତୁତ ହେବା ପରେ ଜଣେ କର୍ମଚାରୀ ତାଙ୍କ ଅଙ୍ଗୁଳି ଛାପ ନେଇଥିଲେ। ତାଙ୍କ ଆଇ ସ୍କାନ କରାଯାଉଥିବା ବେଳେ ସେ ଆକସ୍ମିକ ଭାବେ ଅଫିସ ପ୍ରକୋଷ୍ଠରେ ଟଳି ପଡ଼ିଥିଲେ। ସ୍ତ୍ରୀ ମଞ୍ଜୁ ଏବଂ ପରିବାର ଲୋକେ ତାଙ୍କୁ ଅଚେତ ଅବସ୍ଥାରେ ଆଡପଡ଼ା ଗୋଷ୍ଠୀ ସ୍ବସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଗତ ୨ ମାସ ପୂର୍ବେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ସାମାନ୍ୟ ସୁସ୍ଥ ହେବା ପରେ ସେ ଗାଁକୁ ଫେରିଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଗାଁକୁ ନିଆଯାଇ ସନ୍ଧ୍ୟାରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏନେଇ ସବରେଜିଷ୍ଟ୍ରର ଦାୟିତ୍ୱରେ ଥିବା ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକଙ୍କୁ ପଚାରିବାରେ ବୃଦ୍ଧ ଜଣକ ତାଙ୍କ ନାଁ ରେ ଥିବା ଚାଷ ଜମିକୁ ବିକ୍ରୟ ପାଇଁ ଅଫିସ ଆସିଥିଲେ। ଜମି ରେଜିଷ୍ଟ୍ରି ପୂର୍ବରୁ ସେ ଆକସ୍ମିକ ଭାବେ ଅଫିସ ପ୍ରକୋଷ୍ଠରେ ଟଳି ପଡ଼ିଥିଲେ। ତାଙ୍କୁଉଦ୍ଧାର କରାଯାଇ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ପରେ ସେ ମୃତ୍ୟୁବରଣ କରିଥିବା ଜାଣିବାକୁ ପାଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ମହାସଂଯୋଗ! ଆଜିଠୁ ଏହି ୫ଟି ରାଶିକୁ ମିଳିବ ଭାଗ୍ୟର ସାଥ୍‌, ଖୋଲିଯିବ ଉନ୍ନତିର ରାସ୍ତା

୨୧ ଜୁନ, ୨୧୨୬ ରେ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷର ସପ୍ତମୀ ତିଥି ଏବଂ ରବିବାର ଦିନ ଅଟେ। ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର, କାରଣ ଏହା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ପୋଲାଣ୍ଡର ସର୍ବୋଚ୍ଚ ସମ୍ମାନ ଫେରାଇଲେ ଜେଲେନସ୍କି, ରାଷ୍ଟ୍ରପତି କରୋଲ ନାଭ୍ରୋକିଙ୍କ ଘୋଷଣା ପରେ…

କ୍ୱିଭ,୨୧।୬: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶନିବାର ପୋଲାଣ୍ଡର ସର୍ବୋଚ୍ଚ ନାଗରିକ ସମ୍ମାନ, ହ୍ବାଇଟ ଇଗଲ ଅର୍ଡର ଫେରାଇ ଦେଇଛନ୍ତି। ପୋଲାଣ୍ଡ ଅଧିକାରୀ କାରୋଲ ନାୱରୋକିଙ୍କ ଦ୍ୱାରା…

ଭୁବନେଶ୍ବରବାସୀ ଇନ୍‌ଷ୍ଟାମାର୍ଟରେ ଅଧିକ ଅର୍ଡର କରନ୍ତି ଏହି ଜିନିଷ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କୋଲକାତା, ୨୧।୬: ଭୁବନେଶ୍ୱରରୁ ଚା ଅର୍ଡର କରାଯିବାରେ ବାର୍ଷିକ ହାରରେ ୬୪% ବୃଦ୍ଧି ଘଟିବା ସହିତ ଇନ୍‌ଷ୍ଟାମାର୍ଟରେ ଏହି ସହରରୁ ସର୍ବାଧିକ ଚା’ ଅର୍ଡର କରାଯାଉଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri