ତାଲିବାନ କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ଆକ୍ରମଣରେ ମୃତକଙ୍କ ସଂଖ୍ୟା ବଢୁଛି: ଜାତିସଂଘ…

କାବୁଲ,୨୭।୬ : ତାଲିବାନ କ୍ଷମତା ଦଖଲ କରିବା ପରେ ଆଫଗାନିସ୍ତାନରେ ହୋଇଥିବା ଆକ୍ରମଣରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ମିଳିତ ଜାତିସଂଘ ମଙ୍ଗଳବାର ଏନେଇ ଉଦବେଗ ପ୍ରକାଶ କରିଛି।
ଆଫଗାନିସ୍ତାନରେ ମିଳିତ ଜାତିସଂଘ ମିଶନ କିମ୍ବା ୟୁଏନଏମଏର ଏକ ନୂତନ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୦୨୧ ମଧ୍ୟଭାଗରୁ ଏବଂ ମେ ମାସ ଶେଷ ପର୍ଯ୍ୟନ୍ତ, ୩,୭୭୪ ସାଧାରଣ ନାଗରିକ ଆହତ ହୋଇଥିଲେ। ସେହିପରି ମୃତକଙ୍କ ସଂଖ୍ୟା ୧,୦୯୫ ଛୁଇଁଛି। ୨୦୨୦ରେ ୮,୮୨୦ ସାଧାରଣ ନାଗରିକ ଏଭଳି ଆକ୍ରମଣର ଶିକାର ହୋଇଥିଲେ ଏବଂ ମୃତ୍ୟୁ ସଂଖ୍ୟା ୩,୦୩୫ ଥିଲା।

ଜାତିସଂଘର ରିପୋର୍ଟ ଅନୁଯାୟୀ, ତାଲିବାନ କ୍ଷମତା ହାସଲ କରିବା ପରଠାରୁ ତିନି ଚତୁର୍ଥାଂଶ ଆକ୍ରମଣ ଧର୍ମସ୍ଥଳ, ବିଦ୍ୟାଳୟ ଏବଂ ବଜାର ସମେତ ଜନବହୁଳ ଅଞ୍ଚଳରେ ଘଟିଥିଲା। ମୃତକଙ୍କ ମଧ୍ୟରେ ୯୨ ମହିଳା ଏବଂ ୨୮୭ ଶିଶୁ ଅଛନ୍ତି।

ଅଧିକାଂଶ ଆଇଇଡି ଆକ୍ରମଣ ଇସଲାମିକ ଷ୍ଟେଟ ଗୋଷ୍ଠୀର ଏକ ସହଯୋଗୀ ଦ୍ୱାରା କରାଯାଇଥିଲା, ଯାହା ଖୋରାସାନ ପ୍ରଦେଶର ଇସଲାମିକ ଷ୍ଟେଟ ଭାବରେ ଜଣାଶୁଣା। ତେବେ ଜାତିସଂଘର ରିପୋର୍ଟରେ କୁହାଯାଇଛି ଆକ୍ରମଣ କାରଣରୁ ମୃତ୍ୟୁ ସଂଖ୍ୟା କେବେହେଲେ ଦାବି କରାଯାଇ ନ ଥିଲା। ତେଣୁ ଜାତିସଂଘ ମିଶନ କୌଣସି ଗୋଷ୍ଠୀକୁ ଏନେଇ ଦାୟୀ କରି ପାରି ନାହିଁ।

ଜାତିସଂଘ ଏଜେନ୍ସି ଏହି ଆକ୍ରମଣର ତୁରନ୍ତ ସମାପ୍ତ କରିବାକୁ ଦାବି କରିଛି ଏବଂ ଆଫଗାନିସ୍ତାନର ସୁରକ୍ଷା ପାଇଁ ତାଲିବାନ ସରକାର ଦାୟୀ ବୋଲି କହିଛି। ତାଲିବାନ କହିଛି ଆଫଗାନିସ୍ତାନ ଧ୍ୱଂସ ହେବାକୁ ଯାଉଥିବାବେଳେ ସେମାନଙ୍କ ପ୍ରଶାସନ କ୍ଷମତାକୁ ଆସିଥିଲା ଏବଂ ସେମାନେ ଦୃଢ଼ ନିଷ୍ପତ୍ତି ନେଇ ଉପଯୁକ୍ତ ପରିଚାଳନା ମାଧ୍ୟମରେ ଦେଶ ତଥା ସରକାରଙ୍କୁ ସଙ୍କଟରୁ ରକ୍ଷା କରିବାରେ ସଫଳ ହୋଇଥିଲେ। ଏହାର ଉତ୍ତରରେ ତାଲିବାନ ନେତୃତ୍ୱାଧୀନ ବୈଦେଶିକ ମନ୍ତ୍ରଣାଳୟ କହିଛି ଅଗଷ୍ଟ ୨୦୨୧ ପରଠାରୁ ପରିସ୍ଥିତି ଧୀରେ ଧୀରେ ସୁଧୁରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

କବାଟ ଖୋଲୁଥିବା ବେଳେ ଗୋଡ଼କୁ ଚୋଟ ମାରିଲା ସାପ, ଚାଲିଗଲା…

ଦିଗପହଣ୍ଡି,୨୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନଙ୍ଗପୁର ଗ୍ରାମର ବି. କନକ ରେଡ୍ଡୀ (୫୫) ନାମ୍ନୀ ଜଣେ ମହିଳାଙ୍କର ସର୍ପାଘାତରେ ମୃତ୍ୟୁ ଘଟିଛି। ଗୁରୁବାର…

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri