ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ଶହ ତଳେ ରହିଛି। ଏହା ପୁଣି ବଢ଼ି ୧୯୭ ରହିଛି। ଗୋଟିଏ ଦିନ ତଳେ ଏହା ୧୫୨ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨ ଥିଲା।

ଏହି ସମୟରେ ସକ୍ରିୟ ମାମଲା କମି ୩ ହଜାର ୭୬୭ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୩ ହଜାର ୮୪୬ ଥିଲା। ସେହିପରି ୨୪ ଘଣ୍ଟାରେ ୨୭୪ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୫୧ ଥିଲା। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୬୬୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୭୫ ହଜାର ୪୪୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୪୧ ହଜାର ୧୭ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ପ୍ରବଣ ଅଞ୍ଚଳରେ ଆରମ୍ଭ ହେଲା ଭ୍ରାମ୍ୟମାଣ ଥାନା

ସୁକମା,୧୮।୭: ଛତିଶଗଡ଼ ସୁକମାର ମାଓବାଦୀ ପ୍ରବଣ ଅଞ୍ଚଳରେ ଏବେ ଭ୍ରାମ୍ୟମାଣ ଥାନା ଆରମ୍ଭ ହୋଇଛି। ଏଠାକାର ଦୁର୍ଗମ ଅଞ୍ଚଳରେ ବହୁ ଅପରାଧ ଘଟୁଥିଲେ ମଧ୍ୟ ଲୋକେ...

କର୍ନାଟକ ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବେଙ୍ଗାଲୁରୁ,୯।୧୨: କର୍ନାଟକର ୧୫ଟି ବିଧାନସଭା ଆସନ ପାଇଁ ହୋଇଥିବାଉପନିର୍ବାଚନର ମତଗଣନା ସୋମବାର ସକାଳ ୮ଟାଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ଅପରାହ୍ନ ୪...

ସୀମାରେ ଯବାନଙ୍କୁ ରାଖୀ ବାନ୍ଧିଲେ ମହିଳା

ପଞ୍ଜାବ,୧୫।୮: ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମା ଗୋଟିଏ ଦିନରେ ପଡିଥିବାରୁ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ସୀମାରେ ସୁରକ୍ଷା...

ବିହାର ନିର୍ବାଚନ ପାଇଁ ନୂଆ ଗାଇଡଲାଇନ ଜାରି କଲେ ନିର୍ବାଚନ କମିଶନ

ପାଟନା,୨୧।୮: କରୋନା ସଙ୍କଟ ମଧ୍ୟରେ ବିହାର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି। ବିହାର ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନ କମିଶନ ଏକ ନୂଆ ଗାଇଡଲାଇନ...

ଟ୍ରମ୍ପ୍‌ କଲେ ବୃକ୍ଷ ଚାରା ରୋପଣ: ଯତ୍ନ ନେବେ ରାଜଘାଟ ସମାଧି କମିଟି

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଏବଂ ମେଲାନିଆ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟରେ ବୃକ୍ଷଚାରା ରୋପଣ କରିଛନ୍ତି। ଏହାର ଯତ୍ନନେବାର ଦାୟିତ୍ୱ ରାଜଘାଟ...

କ୍ଷମତା ପାଇଁ ହିନ୍ଦୁତ୍ୱ ସହିତ ପ୍ରତାରଣା କରାଯିବ ନାହିଁ…

ମୁମ୍ବାଇ, ୨୧।୬ : ଶିବସେନାର ବହୁ ବିଧାୟକଙ୍କ ସହ ସୁରଟରେ ପହଞ୍ଚିଥିବା ଏକନାଥ ସିନ୍ଦେଙ୍କ ବିରୋଧରେ ଉଦ୍ଧବ ଠାକୁର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ...

ସାବଧାନ କରୋନା ସୁପର ସ୍ପ୍ରେଡର ହୋଇପାରନ୍ତି ଷ୍ଟେରୋଏଡ୍‌ ନେଇଥିବା ବ୍ୟକ୍ତି !

ନୂଆଦିଲ୍ଲୀ,୧୫।୪: କରୋନା ସଂକ୍ରମଣ ନେଇ ବେଳେବେଳେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥାଏ। ସମ୍ପୃକ୍ତ ବ୍ୟକ୍ତିଙ୍କ ନମୁନା ପରୀକ୍ଷା ନେଗେଟିଭ୍‌ ଆସିଥାଏ। ମାତ୍ର ତାଙ୍କ...

ସିବିଆଇ ହେପାଜତରୁ ୧୦୩ କିଲୋଗ୍ରାମ୍‌ ସୁନା ଗାଏବ: ଆନୁମାନିକ ମୂଲ୍ୟ ୪୫ କୋଟି

ଚେନ୍ନାଇ,୧୨।୧୨: ତାମିଲନାଡୁରେ ସିବିଆଇ ହେପାଜତରୁ ୧୦୩ କିଲୋଗ୍ରାମ୍‌ ସୁନା ଗାଏବ ହୋଇଥିବା ଜଣାପଡ଼ିଛି। ଗାଏବ ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ୪୫ କୋଟି ଟଙ୍କା ହେବ...

Advertisement
Archives

Model This Week