ତହସିଲଦାରଙ୍କୁ ହତ୍ୟା ଧମକ

ଖଡ଼ିଆଳ,୩ା୭(ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ତହସିଲଦାର ତଥା ବିଡ଼ିଓ ଦାୟିତ୍ୱରେ ଥିବା ନରସିଂହ ଗାଡ଼ବାଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଗାଡ଼ବା ଏ ନେଇ ଗୁରୁବାର ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ ଓଏଏସ୍‌ ସଂଘର ନିଷ୍ପତ୍ତି ଅନୁଯାୟୀ ସବୁ ଅଫିସରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି। ଖଡ଼ିଆଳ ବ୍ଲକରେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରାଯାଇଛି। ଏଣୁ ବିଭିନ୍ନ କାର୍ଯ୍ୟ ପ୍ରଭାବିତ ହୋଇଛି। ଏପରିସ୍ଥଳେ ବୁଧବାର ଗାଡ଼ବାଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନକଲ ଆସିଥିଲା।

ଫୋନ କରିଥିବା ବ୍ୟକ୍ତି ନିଜକୁ ଏକ ରାଜନୈତିକ ଦଳର କର୍ମୀ ବୋଲି ପରିଚୟ ଦେଇ ତୁକଲାଠାରେ ନିର୍ମିତ ଆଡିଶନାଲ କ୍ଲାସରୁମର ଚେକ୍‌ ପାସ୍‌ କାହିଁକି କରୁନାହାନ୍ତି ବୋଲି ପଚାରିବା ସହ ଅଭଦ୍ର ଭାଷାରେ ଗାଳିକରି ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗଡ଼ବା ଦାବି କରିଛନ୍ତି। ଏ ନେଇ ଖଡ଼ିଆଳ ଥାନା ଅଧିକାରୀ ଦିଲୀପ କୁମାର ସାହୁଙ୍କୁ ପଚାରିବାରୁ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି ଏବଂ ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରକୁ ବାହୁଡ଼ିଲେ ଦାରୁଦିଅଁ, କାଲିଠୁ ପୁଣି ଭକ୍ତ ପାଇବେ ନୀଳାଚଳ ଅବଢ଼ା

ପୁରୀ,୮ା୭(ଅଜିତ୍‌ କୁମାର ମହାନ୍ତି)-ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନବଦିନାତ୍ମକ ଯାତ୍ରା ସାରି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି...

କାଲିଠୁ ଛେଚିବ ବର୍ଷା, ଏସବୁ ଜିଲାକୁ ଝଟକା ପବନ-ବଜ୍ରପାତ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୮ା୭(ଅନୁରାଧା ମହାରଣା) – ରାଜ୍ୟରେ ଗତ କିଛିଦିନ ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଥିବାବେଳେ ବୁଧବାରଠାରୁ କମିବ। କିଛି ଜିଲାକୁ ବାଦ୍‌ ଦେଲେ ପ୍ରାୟ...

ଭୁଲ ଇଞ୍ଜେକଶନ ନେଇ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ବିଜେଡି ପକ୍ଷରୁ ସହାୟତା

କୋକସରା,୮ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋରାପୁଟ ମେଡ଼ିକାଲ କଲେଜରେ ଜଣେ କର୍ମଚାରୀଙ୍କ ଭୁଲ ଇଞ୍ଜେକଶନ ଯୋଗୁ ୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହା ମଧ୍ୟରେ...

ଏଣିକି ସମ୍ପତ୍ତି ନୁହେଁ ସୋସିଆଲ ମିଡିଆ ହ୍ୟାଣ୍ଡେଲ ପାଇଁ ବି ବାଛିବାକୁ ପଡିବ ଉତ୍ତରାଧିକାରୀ, କାରଣ ଜାଣିଲେ…

ଯେତେବେଳେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରନ୍ତି, ତାଙ୍କ ସମ୍ପତ୍ତି, ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ଆଇନଗତ ଜିନିଷର ଉତ୍ତରାଧିକାରୀ ସ୍ଥିର କରାଯାଏ। କିନ୍ତୁ ବର୍ତ୍ତମାନ ଏହି...

ଟଙ୍କା ପାଇଁ ନ୍ୟୁଜିଲାଣ୍ଡର ହାତ ଛାଡ଼ି ଦେଲେ କେନ୍‌ ଓ୍ବିଲିୟମସନ, ଆଉ ଜଣେ… 

ନୂଆଦିଲ୍ଲୀ,୮।୭: ନ୍ୟୁଜିଲାଣ୍ଡ ଜୁଲାଇ ୩୦ରୁ ଜିମ୍ବାୱେ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହି ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ତାର ଦଳ...

ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ବିକଳ ଚିତ୍ର: ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୮ା୭ (ଦୁର୍ଗା କୀର୍ତ୍ତି)- ରାସ୍ତା ସମସ୍ୟା ଯୋଗୁ ଗାଁକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଫଳରେ ଜଣେ ଗର୍ଭବତୀଙ୍କୁ ୨କି.ମି. ଦୂର ଖଟିଆରେ ବୋହି ଆମ୍ବୁଲାନ୍ସ...

କାରଗିଲ୍‌ ଯୁଦ୍ଧରେ ଲଢ଼ିଥିବା ଯବାନ ଶରତଚନ୍ଦ୍ରଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ରିଷିଡା,୮।୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଶରତଚନ୍ଦ୍ର ଦଣ୍ଡସେନାଙ୍କ ମଙ୍ଗଳବାର ନିଜ ବାସଭବନରେ ପରଲୋକ ହୋଇଛି। ସେ କିଛିଦିନ ହେବ ଅସୁସ୍ଥତା...

ଚର୍ଚ୍ଚିତ ଯୋଡି ଖୁଡି-ପୁତୁରାଙ୍କ ୩ଟି ସାଂଘାତିକ ଭିଡିଓ ଭାଇରାଲ, ଖୁଡି କରୁଛନ୍ତି…

ନୂଆଦିଲ୍‌ଲୀ,୮।୭: କିଛି ସମୟ ପୂର୍ବରୁ ବିହାରର ଜାମୁଇର ଜଣେ ଖୁଡି ଓ ପୁତୁରାଙ୍କ ପ୍ରେମ କାହାଣୀ ଚର୍ଚ୍ଚାକୁ ଆସିଥିଲେ। ଖୁଡି ତାଙ୍କ ସ୍ବାମୀଙ୍କୁ ପ୍ରତାରଣା କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri