ରକ୍ତ ରଞ୍ଜିତ ହେଲା ରାସ୍ତା, ସବୁଆଡ଼େ ଶୁଭିଲା ଚିତ୍କାର, ରେସ୍ତୋରାଁ ବାହାରେ ଫୁଟିଲା ଗୁଳି, ୪ ମୃତ, ୧୪ ଆହତ

ସିକାଗୋ,୩।୭: ବୁଧବାର ରାତିରେ ଆମେରିକାର ସିକାଗୋରେ ଏକ ରେସ୍ତୋରାଁ ବାହାରେ ଗୁଳିଚାଳନା ଘଟଣା ସାମ୍ନାକୁ ଆସିଛି। ଏହି ଗୁଳିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ପୋଲିସ ଅନୁଯାୟୀ, ଆହତଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର। ପୋଲିସ ଅନୁଯାୟୀ, ଏହି ଘଟଣା ଶିକାଗୋର ରିଭର ନର୍ଥ ଅଞ୍ଚଳର।
ସମ୍ବାଦ ସଂସ୍ଥା ଆସୋସିଏଟେଡ ପ୍ରେସର ରିପୋର୍ଟ ଅନୁଯାୟୀ, ଏହି ଘଟଣା ଏକ ରେସ୍ତୋରାଁ ବାହାରେ ଘଟିଛି, ଯେଉଁଠାରେ ଜଣେ ଗାୟକଙ୍କ ଆଲବମ ରିଲିଜ ପାର୍ଟି ଆୟୋଜନ କରାଯାଇଥିଲା। ପୋଲିସ କହିଛି ଯେ ଜଣେ ଅଜଣା ବ୍ୟକ୍ତି ରେସ୍ତୋରାଁ ବାହାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଗୁଳି ଚଳାଇ ତୁରନ୍ତ ଏକ କାରରେ ପଳାଇଯାଇଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।
ପୋଲିସ ଅନୁଯାୟୀ, ୨୧ ରୁ ୩୨ ବର୍ଷ ବୟସର ୧୩ ଜଣ ମହିଳା ଏବଂ ୫ ଜଣ ପୁରୁଷଙ୍କୁ ଗୁଳି କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଏବଂ ଦୁଇଜଣ ମହିଳା ଅଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଛି ଯେଉଁଥିରେ ଲୋକମାନେ ହସ୍ପିଟାଲ ବାହାରେ ଅପେକ୍ଷା କରି କାନ୍ଦୁଥିବାର ଦେଖାଯାଉଛି। ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଧରିବା ପାଇଁ ତଲାସୀ ଅଭିଯାନ ଆରମ୍ଭ କରିଛି।
ସିକାଗୋ ପାଦ୍ରୀ ଡୋନୋଭାନ ପ୍ରାଇସ ଘଟଣାସ୍ଥଳରେ ପହଞ୍ଚି ପୀଡିତମାନଙ୍କୁ ସାହାଯ୍ୟ କରିଛନ୍ତି। ସେ କହିଥିଲେ, ‘ଗତ ରାତିରେ ମୁଁ ଯେତେବେଳେ ଏଠାରେ ପହଞ୍ଚିଲି, ସେତେବେଳେ ସମ୍ପୂର୍ଣ୍ଣ ଅରାଜକତା ଥିଲା। ଲୋକମାନେ ଚିତ୍କାର କରୁଥିଲେ, ରାସ୍ତାରେ ରକ୍ତ ପଡ଼ିଥିଲା, ଲୋକମାନେ ରାସ୍ତାରେ ପଡ଼ିଥିଲେ। ମୁଁ ଯେଉଁ ଦୃଶ୍ୟ ଦେଖିଲି ତାହା ବିଚଳିତକାରୀ ଥିଲା। ଗୁଳିକାଣ୍ଡ ପରେ ଲୋକମାନେ ସେମାନଙ୍କର ପ୍ରିୟଜନଙ୍କୁ ଖୋଜୁଥିଲେ। ଲୋକମାନେ ଜାଣିବାକୁ ଚାହୁଁଥିଲେ ଯେ କିଏ ଜୀବିତ ଅଛି ଏବଂ କିଏ ମରିଯାଇଛି।’


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri