ବାୟୁରେ ମୃତ୍ୟୁକଣିକା

ଆମ ଦେଶରେ ବାୟୁ ପ୍ରଦୂଷଣ ଗମ୍ଭୀରତାକୁ ନେଇ ବ୍ୟାପକ ସୂଚନା ପ୍ରଦାନ କରାଯାଇଛି ନିକଟରେ ପ୍ରକାଶିତ ଦୁଇଟି ଆନ୍ତର୍ଜାତିକ ରିପୋର୍ଟ (ମାର୍ଚ୍ଚ ୨୦୨୨)ରେ। ଏଥିରେ ବିଚାରକୁ ନିଆଯାଇଛି ସ୍ବାସ୍ଥ୍ୟ ପ୍ରତି ସର୍ବାଧିକ କ୍ଷତିକାରକ ରୂପେ ବିବେଚିତ ବାୟୁରେ ଭାସମାନ ସୂକ୍ଷ୍ମ କଣିକାଗୁଡ଼ିକ ମଧ୍ୟରୁ ସୂକ୍ଷ୍ମତମ ପିଏମ୍‌-୨.୫(ପର୍ଟିକୁଲେଟ ମାଟର-୨.୫)କୁ। ତହିଁରୁ ପ୍ରଥମଟି ପ୍ରସ୍ତୁତ କରାଯାଇଛି ଆମେରିକାର ‘ହେଲ୍‌ଥ ଏଫେକ୍‌ଟସ ଇନ୍‌ଷ୍ଟିଚ୍ୟୁଟ’ ଦ୍ୱାରା। ଏଥିରେ ସୂଚିତ କରାଯାଇଛି ଯେ, ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ନିର୍ଦ୍ଧାରିତ ‘ନିରାପଦସ୍ଥ’ର କଥା ବିଚାର କଲେ ଭାରତର ୯୩ ଶତାଂଶ ଲୋକ ଏହାର ‘ବିପଜ୍ଜନକ’ ହୋଇଥିବା ଅଞ୍ଚଳରେ ବାସକରନ୍ତି। ଅନ୍ୟପକ୍ଷରେ ମିଶର, ପାକିସ୍ତାନ, ବାଂଲାଦେଶର ୧୦୦ ଶତାଂଶ ଏବଂ ନାଇଜେରିଆର ୯୫ ଶତାଂଶ ଏହିପରି ବିପଜ୍ଜନକ ଭାବେ ଅଧିକ ପିଏମ୍‌-୨.୫ ପ୍ରତି ଉନ୍ମୁକ୍ତ। (ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ନୂତନ ନିର୍ଦ୍ଧାରିତ ସ୍ତର ହେଲା ଏକ ଘନ ମିଟର ବାୟୁରେ ଏହା ୫ ମାଇକ୍ରୋଗ୍ରାମ୍‌। ବିଗତ ବର୍ଷ ଏହା ୧୦ ମାଇକ୍ରୋଗ୍ରାମ୍‌ ଥିଲା।) ପୁନଶ୍ଚ ଏହି ସଂସ୍ଥା ଦ୍ୱାରା ଅନୁଷ୍ଠିତ ଅନ୍ୟ ଏକ ଆକଳନ ଅନୁସାରେ ୨୦୧୯ରେ ଆମ ଦେଶରେ ଘଟିଥିବା ୯, ୭୯,୭୦୦ ଅକାଳ ମୃତ୍ୟୁ ମୂଳରେ ଥିଲା ଏହି ସୂକ୍ଷ୍ମ କଣିକାର ପ୍ରତ୍ୟକ୍ଷ ବା ପରୋକ୍ଷ ହାତ। ଏଠାରେ ଏହାଯୋଗୁ(ପିଏମ୍‌ ୨.୫) ହାରାହାରି ଆୟୁ ପ୍ରାୟ ୧.୫୧ ବର୍ଷ ହ୍ରାସ ପାଇଥାଏ, ଯାହାକି ଘାତକ ବ୍ୟାଧି କର୍କଟ ରୋଗଠାରୁ ଅଧିକ(୧.୩୧ ବର୍ଷ)। ଘରଭିତର ଓ ବାହାରର ଏହି ପ୍ରଦୂଷଣ କଥା ଏକତ୍ର ବିଚାର କଲେ ତାହା ମଣିଷର ସ୍ବାସ୍ଥ୍ୟ ଓ ଜୀବନ ପ୍ରତି ସର୍ବବୃହତ୍‌ ବିପଦ ବୋଲି ମନେହୁଏ।
ଦ୍ୱିତୀୟ ରିପୋର୍ଟଟିର ପ୍ରସ୍ତୁତକର୍ତ୍ତା ହେଲେ ସୁଇଜରଲାଣ୍ଡର ‘ଆଇକ୍ୟୁ ଏୟାର’। ଏଥରୁ (ଓ୍ବାର୍ଲ୍‌ଡ ଏୟାରକ୍ୱାଲିଟି ରିପୋର୍ଟ-୨୦୨୧) ଜଣାପଡ଼ିଛି ଯେ, ବିଶ୍ୱର ୧୦୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ୬୩ଟି ଭାରତରେ ଅବସ୍ଥିତ(ପ୍ରଥମ ୧୦ଟିରୁ ୯ଟି) ଏବଂ ଏ ତାଲିକାର ସର୍ବାଗ୍ରେ ରହିଛି ରାଜସ୍ଥାନର ଭିଓ୍ବାଣ୍ଡି। ଭିଓ୍ବାଣ୍ଡି ପଛକୁ ରହିଛି ଗାଜିଆବାଦ, ନୂଆଦିଲ୍ଲୀ, ନୋଏଡ଼ା ଇତ୍ୟାଦି। ସର୍ବାଧିକ ପ୍ରଦୂଷିତ ରାଜଧାନୀ ରୂପେ କୁଖ୍ୟାତ ଅର୍ଜନ କରିଥିବା ନୂଆଦିଲ୍ଲୀରେ ମୁଖ୍ୟ ବାୟୁ ପ୍ରଦୂଷକ ପିଏମ୍‌ ୨.୫ର ଘନତ୍ୱ ବିଗତ ବର୍ଷଠାରୁ ୧୪.୬ ଶତାଂଶ(ଅର୍ଥାତ୍‌ ଘନ ମିଟର ପ୍ରତି ୮୪ ମାଇକ୍ରୋଗ୍ରାମରୁ ୯୬.୪ ମାଇକ୍ରୋଗ୍ରାମକୁ) ବୃଦ୍ଧି ପାଇଛି। ଏହା ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଦ୍ୱାରା ନିର୍ଦ୍ଧାରିତ ନିରାପଦ ମାତ୍ରା (ଘନ ମିଟର ପ୍ରତି ୫ ମାଇକ୍ରୋଗ୍ରାମ) ଠାରୁ ୨୦ ଗୁଣ ଅଧିକ। ଆମ ଦେଶର ପ୍ରାୟ ଅର୍ଦ୍ଧାଧିକ ସହରରେ ଏହା ୧୦ଗୁଣ। ସେଥିପାଇଁ ଏହା ଏବେ ସମଗ୍ର ପୃଥିବୀରେ ସର୍ବାଧିକ ପ୍ରଦୂଷିତ ଦେଶ ରୂପେ ପରିଗଣିତ। ଏହି ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣ ହେଉଛି ଜନସ୍ବାସ୍ଥ୍ୟ ପାଇଁ ଦ୍ୱିତୀୟ ସର୍ବବୃହତ୍‌ ବିପଦ ଏବଂ ଏହା ବାର୍ଷିକ ପ୍ରାୟ ୧୫୦ ବିଲିୟନ(ହଜାର ନିୟୁତ) ଡଲାରରୁ ଅଧିକ ଅର୍ଥନୈତିକ କ୍ଷତି ଘଟାଉଛି।
ଏକ ସୁସଂଗତ ମାତ୍ରାରେ ବିଭନ୍ନ ଉପାଦାନ ନେଇ ଗଠିତ ବାୟୁ ସମୁନ୍ନତ ଜୀବଜଗତ ତିଷ୍ଠି ରହିବାରେ ବଡ଼ ଭୂମିକା ଗ୍ରହଣ କରିଆସିଛି। ସେଥିପାଇଁ ତାକୁ ଜୀବନରେ ଅମୃତ ବୋଲି କୁହାଯାଏ। କିନ୍ତୁ ବିବିଧ ମନୁଷ୍ୟକୃତ କାର୍ଯ୍ୟକଳାପ ହେତୁ ଏହାର ଜୀବନ ସହାୟକ ସୁଷମ ସଂରଚନା ବିପଜ୍ଜନକ ଭାବେ ବଦଳିବାରେ ଲାଗିଛି- ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ। ଏହାକୁ କୁହାଯାଉଛି ବାୟୁ ପ୍ରଦୂଷଣ। ଶିଳ୍ପ, ଶକ୍ତି ଉତ୍ପାଦନ, ଯାନବାହନ ଆଦିରେ ଜୀବାଶ୍ମ ଇନ୍ଧନଗୁଡ଼ିକ ବ୍ୟବହାର, ବନ ବିଧ୍ୱଂସ, ବିଭିନ୍ନ କୃତ୍ରିମ ପଦାର୍ଥର ବ୍ୟାପକ ବିନିଯୋଗ ଏବଂ ସାମଗ୍ରିକ ଭାବେ ଆମ ଜୀବନଧାରା ପ୍ରକୃତିଠାରୁ ଦୂରେଇଯିବା ଏହାର ପ୍ରଧାନ କାରଣ। ସାଧାରଣ ରୂପେ ଏହା ପ୍ରକଟିତ ହେଉଛି ଜାଗତିକ ଉଷ୍ମତା ବୃଦ୍ଧି, ଅମ୍ଳବୃଷ୍ଟି, ଓଜୋନ କ୍ଷୟ ତଥା ଅନ୍ୟାନ୍ୟ ପ୍ରାକୃତିକ ଅଘଟଣ ମାଧ୍ୟମରେ।
ବାୟୁ ପ୍ରଦୂଷଣ କଥା ଭାବିଲେ ପ୍ରଥମେ ମନକୁ ଆସେ ଅଙ୍ଗାରକମ୍ଳ କଥା। ବାୟୁମଣ୍ଡଳରେ ଏହାର ମାତ୍ରା ବୃଦ୍ଧିର ପ୍ରଳୟଙ୍କରୀ ପ୍ରଭାବ ହେଲା ଏବେ ବହୁଚର୍ଚ୍ଚିତ ଜାଗତିକ ଉଷ୍ମତା ବୃଦ୍ଧି। ତେବେ ଏ ବାଷ୍ପଟି ବିଷାକ୍ତ ହୋଇ ନ ଥିବାରୁ କୌଣସି ସ୍ଥାନର ‘ବାୟୁମାନ ସୂଚକାଙ୍କ’(ଏୟାର କ୍ୱାଲିଟି ଇଣ୍ଡେକ୍ସ) ନିର୍ଦ୍ଧାରଣରେ ଏହାକୁ ବାଦ ଦିଆଯାଏ ଏବଂ ବାୟୁରେ ଭାସମାନ ସୂକ୍ଷ୍ମକଣିକା(ପର୍ଟିକୁଲେଟ ମାଟର) ବାୟୁମଣ୍ଡଳର ନିମ୍ନସ୍ତରରେ ଥିବା ଓଜୋନ, ନାଇଟ୍ରୋଜେନ ଡାଇଅକ୍ସାଇଡ, କାର୍ବନ ମନୋକ୍ସାଇଡ, ସଲଫର ଡାଇଅକ୍ସାଇଡ ଏବଂ ଉଦ୍‌ବାୟୀ ଜୈବପଦାର୍ଥର ଅନୁପାତ ବିଚାରକୁ ନିଆଯାଏ। ଏଗୁଡ଼ିକ ପ୍ରାଣୀ ଓ ଉଦ୍ଭିଦଗୁଡ଼ିକ ଜୀବନ ପ୍ରକ୍ରିୟାକୁ ନକାରାମତ୍କ ଭାବେ ପ୍ରଭାବିତ କରନ୍ତି ଏବଂ ହୃଦ୍‌ରୋଗ, ଫୁସ୍‌ଫୁସ୍‌ କର୍କଟ ରୋଗ, ଶ୍ୱାସକ୍ରିୟା ଜନିତ ରୋଗ ଜାତ କରିବା ସହିତ ସ୍ନାୟୁ, ମସ୍ତିଷ୍କ, ବୃକ୍‌କ, ଯକୃତ୍‌ ତଥା ଅନ୍ୟାନ୍ୟ ଅଙ୍ଗକୁ କ୍ଷତି ପହଞ୍ଚାଇବାର କାରଣ ହୁଅନ୍ତି। ତେବେ ମୋଟାମୋଟି ଭାବେ ତନ୍ମଧ୍ୟରୁ ସର୍ବାଧିକ ସ୍ବାସ୍ଥ୍ୟହାନିକର କାରକ ରୂପେ ପରିଗଣିତ ବାୟୁରେ ଭାସମାନ କଣିକାର ପରିମାଣରୁ ମଧ୍ୟ ବାୟୁର ମାନ ସ୍ଥିର କରାଯାଇପାରେ। ସାଧାରଣତଃ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ବା ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ପ୍ରସ୍ତୁତ ରିପୋର୍ଟ ପାଇଁ ଏହାହିଁ କରାଯାଏ।
ଆକାର ଉପରେ ନିର୍ଭର କରି ବାୟୁରେ ଭାସମାନ କଣିକା(ପର୍ଟିକୁଲେଟ ମାଟର)କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ- ପିଏମ୍‌-୧୦ ଏବଂ ପିଏମ୍‌-୨.୫। ଏଗୁଡ଼ିକର ବ୍ୟାସ ଯଥାକ୍ରମେ ୧୦ ମାଇକ୍ରୋମିଟର ଏବଂ ୨.୫ ମାଇକ୍ରୋମିଟର। ଏଥିମଧ୍ୟରୁ ଶେଷୋକ୍ତିଟି ସର୍ବାଧିକ ବିପଜ୍ଜନକ। କାରଣ ସୂକ୍ଷ୍ମାଦପି ସୂକ୍ଷ୍ମ ହୋଇଥିବାରୁ ଏହା ସହଜରେ ଆମ ଶ୍ୱାସନଳୀ ଦେଇ ଗତିକରି ଫୁସ୍‌ଫୁସ୍‌ ମଧ୍ୟକୁ ପ୍ରବେଶ କରେ ଏବଂ ସେଠାରେ ଜମାହୋଇ ନାନାଦି ଶ୍ୱାସକ୍ରିୟାଜନିତ ସମସ୍ୟା ସୃଷ୍ଟିକରେ। ଏପରିକି ଫୁସ୍‌ଫୁସ୍‌ କର୍କଟରୋଗର ମଧ୍ୟ ଏହା କାରଣ ହୋଇପାରେ। ପୁନଶ୍ଚ ଏଥିରୁ କିଛିମାତ୍ରାରେ ରକ୍ତସ୍ରୋତ ମଧ୍ୟକୁ ବି ପ୍ରବେଶ କରିପାରେ। ସେଠାରୁ ତାହା ବିଭିନ୍ନ ଅଂଶକୁ ଯାଇ ସେଗୁଡ଼ିକର କ୍ରିୟାକଳାପକୁ ପ୍ରଭାବିତ କରେ, ଯାହାକି ବହୁ ଦୁଷ୍କର ରୋଗବ୍ୟାଧି ଏବଂ ଅକାଳ ମୃତ୍ୟୁର କାରଣ ହୋଇପାରେ। ୨୦୧୯ରେ ବିଶ୍ୱରେ ବିବିଧ ପ୍ରକାର ପ୍ରଦୂଷଣଜନିତ ୭ ନିୟୁତରୁ ଅଧିକ ଅକାଳମୃତ୍ୟୁର ୮୦ ଶତାଂଶ ପିଏମ୍‌-୨.୫ ପ୍ରତି ଉନ୍ମୁକ୍ତ ହେବାରୁ ହିଁ ଘଟିଥିଲା। ଏଣୁ ଆମେ ଶ୍ୱାସକ୍ରିୟାରେ ଗ୍ରହଣ କରୁଥିବା ସମସ୍ତ ପ୍ରଦୂଷକ ମଧ୍ୟରେ ଏହା ସବୁଠାରୁ ବିପଜ୍ଜନକ। ସେଥିପାଇଁ ଏହାକୁ ବାୟୁରେ ଭାସମାନ ‘ମୃତ୍ୟୁକଣିକା’ ବୋଲି କୁହାଯାଏ।
୨୦୧୯ରେ କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ‘ନ୍ୟାଶନାଲ କ୍ଲିନ ଏୟାର ପ୍ରୋଗ୍ରାମ’ ଯୋଜନା ଆରମ୍ଭ କରିଛି। ଏହାର ମୁଖ୍ୟ ଲକ୍ଷ୍ୟ ରହିଛି ୨୦୨୪ ମସିହା ସୁଦ୍ଧା ସହରଗୁଡ଼ିକର ବାୟୁରେ ପିଏମ୍‌ ୨.୫ ଜନିତ ପ୍ରଦୂଷଣକୁ ୨୦ରୁ ୩୦ ଶତାଂଶ ହ୍ରାସ କରିବା। ଯାନବାହନରୁ ନିର୍ଗମନ, ଶକ୍ତି ଉତ୍ପାଦନ, ଶିଳ୍ପଜାତ ଆବର୍ଜନା, ଘରୋଇ କାର୍ଯ୍ୟରେ ଜୈବଇନ୍ଧନ ବ୍ୟବହାର ଆଦି ପାଇଁ ପରିବେଶ-ସହାୟକ ବିକଳ୍ପ ପଦ୍ଧତିମାନ ଅବଲମ୍ବନ ମାଧ୍ୟମରେ ଏ ଲକ୍ଷ୍ୟ ହାସଲ କରିବା ଲାଗି ଯୋଜନା ରହିଛି।

  • ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
    ମୋ: ୯୯୩୭୯୮୫୭୬୭

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?