ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

କୋରାପୁଟ, ୬ା୨: କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଶନିବାର ମେଡିକାଲରେ ବହୁ ସମୟ ଧରି ଉତ୍ତେଜନା ଲାଗି ରହିଥିଲା ା
ସୂଚନା ଯୋଗ୍ୟ, କୋରାପୁଟ ମିଶନ କମ୍ପାଉଣ୍ଡ ଅଞ୍ଚଳର ଅମିତ ଦାସ(୩୦) ଡେଙ୍ଗୁରେ ଆକ୍ରାନ୍ତ ହୋଇ ୩ ଦିନ ତଳେ କୋରାପୁଟ ମେଡିକାଲରେ ଭର୍ତ୍ତି ହୋଇ ଚିକତ୍ସିତ ହେଉଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ତାଙ୍କୁ ଚିକିତ୍ସା କରିବାକୁ ଡାକ୍ତର, ନର୍ସ କେହି ନ ଆସିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ ଶନିବାର ସକାଳେ ମୃତକଙ୍କ ପରିବାର ସଦସ୍ୟ ଓ ସମ୍ପର୍କୀୟ ମେଡକାଲ ମୁଖ୍ୟ ଫାଟକ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ କରିଥିଲେ। ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମୃତକଙ୍କ ପରିବାର ଦାବି କରିଥିଲେ। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏସ୍‌ଡିପିଓ ଗୁଣନିଧି ମଲ୍ଲିକଙ୍କ ନିର୍ଦ୍ଦେଶରେ ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଘଟଣା ସ୍ଥଳରେ ତହସିଲଦାର ରଞ୍ଜନ କୁମାର ମାନସେଠ, ବିଡିଓ ନରେନ୍ଦ୍ର ନାୟକ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ବିଧାୟକ ରଘୁରାମ ପଡାଲ, ପୂର୍ବତନ ବିଧାୟକ ନିମାଁଇ ସରକାର, ପୂର୍ବତନ ପୌରାଧ୍ୟକ୍ଷ ଭଗବାନ ବାହିନୀପତି ପ୍ରମୁଖ ପହଞ୍ଚତ୍ ମୃତକଙ୍କ ପରିବାର ସହ ଆଲୋଚନା କରିଥିଲେ। ପରେ ଜିଲା ରେଡ୍‌କ୍ରସ୍‌ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏନେଇ ଥାନାରେ ଏକ ମାମଲା(ନଂ.୩୮/୨୧) ରୁଜୁ ହୋଇଥିବା ଥାନା ଅଧିକାରୀ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ ନେଲା ଗୋଟିଏ ପରିବାରର ୩ ଜୀବନ

କେନ୍ଦୁଝର,୨୧।୫: କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବଜ୍ରପାତରେ ମା’ ଓ ତାଙ୍କର ୩ ବର୍ଷର ଝିଅ ଏବଂ ସମ୍ପର୍କୀୟ...

ରାଜଧାନୀରେ ମିଠା ଦୋକାନୀଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର,୪।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ରବିବାର ଘଟିଛି ନିର୍ମମ ହତ୍ୟାକାଣ୍ଡ। ଲିଙ୍ଗରାଜ ଥାନା ଅନ୍ତର୍ଗତ ସାମନ୍ତରାପୁରସ୍ଥିତ ଦୁର୍ଗାମଣ୍ଡପ ନିକଟରେ ଜଣେ ମିଠା ଦୋକାନୀଙ୍କୁ ହତ୍ୟା କରିଛନ୍ତି ଜଣେ ମିଠା...

ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୪ା୭(ବ୍ୟୁରୋ): ଓଡ଼ିଶା ସମେତ ୬ଟି ରାଜ୍ୟରେ କରୋନା ସଂକ୍ରମଣ କମୁ ନ ଥିବାରୁ ଏ ନେଇ କେନ୍ଦ୍ର ସରକାର ଏସବୁ ରାଜ୍ୟକୁ ସ୍ବତନ୍ତ୍ର ଟିମ୍‌ ପଠାଇଛନ୍ତି...

ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ଯୁବକ

ତୁମୁଡିବନ୍ଧ,୧୭ା୫(ଡି.ଏନ୍‌.ଏ.)- ଅସରାଏ ବର୍ଷାହେଲେ ରାସ୍ତାରେ ଆଣ୍ଠୁଏ ପାଣି, ଗଁାରୁ ବାହାରି ହୁଏନି। ଏନେଇ ତୁମୁଡିବନ୍ଧ ପଞ୍ଚାୟତ ଠାରୁ ବ୍ଲକ ପ୍ରଶାସନ ପଯର୍‌ୟନ୍ତ ଅଭିଯୋଗ କରି ସୁଫଳ...

ଅପରାହ୍ନ ୨ଟା ପରେ ଓ୍ବେବ୍‌ସାଇଟ୍‌ରୁ ରେଜଲ୍ଟ ଜାଣିପାରିବେ ଛାତ୍ରୀଛାତ୍ର, କିଭଳି ଜାଣନ୍ତୁ…

କଟକ ଅଫିସ,୬।୭: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ଦିନ ଦୁଇଟା ପରେ ପରୀକ୍ଷାର୍ଥୀମାନେ ନିଜ ନିଜର ରେଜଲ୍ଟ ୱେବସାଇଟ୍‌ରୁ ଜାଣିପାରିବେ ।...

କଲବଲ କରୁଛି ଗରମ, ଗୁଳୁଗୁଳି

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ମୌସୁମୀ କେରଳ ଛୁଇଁ ସାରିଛି। ଓଡ଼ିଶାକୁ କେବେ ସୁଦ୍ଧା ମୌସୁମୀ ଆସିବ ସେ ନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ରାଜ୍ୟରେ ଲେଉଟିଥିବା...

ଜଳ ବିଭାଜିକା ଯୋଜନାରେ ପିଏସ୍‌ଏମ୍‌ଇ ଅନୁଦାନ ହେରଫେର ଅଭିଯୋଗ, ତାତିଲେ ଚାଷୀ

କେନ୍ଦୁଝର, ୨୭ା୨ (ସ୍ବ.ପ୍ର.) : ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ବାରିଆ ଅଞ୍ଚଳରେ ପିଏସ୍‌ଏମ୍‌ଇ ଅନୁଦାନ ଅର୍ଥ ଚଞ୍ଚକତା କରି...

ଗଞ୍ଜାମରେ ବଦଳିଲା କୋହଳ ନିର୍ଦ୍ଦେଶନାମା: ସାମାଜିକ ଦୂରତ୍ୱ ଅଧିକ କଡ଼ାକଡ଼ି ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର, ୨୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସରକାରଙ୍କ ନିର୍ଦ୍ଦେଶନାମାକୁ ନେଇ ରବିବାର କରୋନା କଟକଣାକୁ କୋହଳ କରାଯାଇଥିଲା। ଅପ୍ରେଲ ୨୦ ତାରିଖଠାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ...

Advertisement
Archives

Model This Week