ବାଲିଯାତ୍ରାରେ ଛାତ୍ରଙ୍କ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

କଟକ,୧୭।୧୧: ବାଲିଯାତ୍ରାର ତୃତୀୟ ଦିନରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜଗତସିଂହପୁର ଜୟବଡ଼ର ପ୍ରଭାକର ମନ୍ଥନଙ୍କ ପୁଅ ବିଶ୍ୱପ୍ରକାଶ ମନ୍ଥନ(୧୮)। ଯାତ୍ରା ପଡ଼ିଆ ସମ୍ମୁଖ ରିଂ ବନ୍ଧର ଦୁଇ ରାସ୍ତା ମଝିରେ ଥିବା ବାଡ଼ରେ ସଜାଯାଇଥିବା ଲିଚୁ ଲାଇଟ ତାର ସଂସ୍ପର୍ଶରେ ଆସି ବିଶ୍ୱପ୍ରକାଶଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ପ୍ରଶାସନର ବେପରୁଆ ପାଇଁ ନିରୀହ ଛାତ୍ରଙ୍କ ଅକାଳରେ ଜୀବନ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୋମବାର ତଦନ୍ତ ନିଦ୍ଦେଶ ଦେଇଛନ୍ତି। ଏପରିକି ତହସିଲଦାର ଏବଂ ଟିପିସିଓଡିଏଲ୍‌କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି। କାହା ଜାଣତରେ ଅଘଟଣ ଘଟିଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମୃତକଙ୍କ ପରିବାର ଲେକାଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ଜିଲାପାଳ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ବିଶ୍ୱପ୍ରକାଶ କଟକରେ ଥିବା ଏକ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପଢୁଥିଲେ। ଛୁଟି ପରେ ରବିବାର ତାଙ୍କୁ ପରିବାର ଲୋକ କଟକରେ ଆଣି ଛାଡ଼ିଥିଲେ। ସେ ତାଙ୍କ ଅନ୍ୟ କିଛି ସାଙ୍ଗଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଯାଇଥିଲେ । ତଳ ପଡ଼ିଆ ବୁଲିବା ପରେ ସେ ରିଂ ବନ୍ଧକୁ ଉଠିଥିଲେ। ରାତି ପ୍ରାୟ ୯ଟାରୁ ୯ଟା ୧୫ ମଧ୍ୟରେ ବିଶ୍ୱପ୍ରକାଶ ଓ ତାଙ୍କ କିଛି ସାଙ୍ଗ ରିଂ ବନ୍ଧର ଗୋଟିଏ ପଟରାସ୍ତାରୁ ଆରପଟକୁ ଯିବା ପାଇଁ ଦୁଇ ରାସ୍ତା ମଝିରେ ଥିବା ଡିଭାଇଡରକୁ ଡେଉଁଥିଲେ।

ପୂର୍ବରୁ ସେଠାରେ ବାଲିଯାତ୍ରା ପାଇଁ ରଙ୍ଗ ବେରଙ୍ଗର ଲିଚୁ ଲାଇଟ ଲାଗିଛିି। ଲିଚୁ ତାର ଝୁଲି ରହିଛି। ବିଶ୍ୱପ୍ରକାଶ ରାସ୍ତା ଅତିକ୍ରମ କଲା ବେଳେ ଲିଚୁ ତାରକୁ ଧରି ପକାଇବାରୁ ସେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଡିଭାଇଡରରେ ଲୁହାବାଡ଼ ଥିବାରୁ ସେ ଲୁହା ଭିତରେ ବିଶ୍ୱ ଛନ୍ଦି ହୋଇ ଯାଇଥିଲେ। ଏହା ଦେଖି ତାଙ୍କ ସାଙ୍ଗ ଉପସ୍ଥିତ ଲୋକେ ପାଟି କରିଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଉକ୍ତ ତାରକୁ ବିଶ୍ୱପ୍ରକାଶଙ୍କ ହାତରୁ କଢ଼ାଯାଇଥିଲା। ସେତେବେଳକୁ ସେ ତଳେ ପଡ଼ିଯାଇଥିଲେ।

ଏକ ଆମ୍ବୁଲାନ୍ସ ଯୋଗେ ବିଶ୍ୱଙ୍କୁ ଏସ୍‌ସିବି ନିଆଗଲା। ସେଠାରେ ଡାକ୍ତର ବିଶ୍ୱପ୍ରକାଶଙ୍କ ‘ଇସିଜି’ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । ଖବର ପାଇ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା।

ଏହା ଜାଣି ବିଶ୍ୱପ୍ରକାଶଙ୍କ ପରିବାର ଲୋକ ଓ କଲେଜ କର୍ତ୍ତୃପକ୍ଷ ସୂଚନା ପାଇ ଏସ୍‌ସିବିରେ ପହଞ୍ଚି ଥିଲେ। କେଉଁ ପରିସ୍ଥିତିରେ ବିଶ୍ୱପ୍ରକାଶ ନିଜ କଲେଜରୁ ବାହାରି ବାଲିଯାତ୍ରା ବୁଲିବାକୁ ଯାଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ସାଜସଜ୍ଜା ନାଁରେ ପ୍ରଶାସନ ଏଭଳି ଅସୁରକ୍ଷିତ ତଥା ବେପରୁଆ ମନୋଭାବକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟିଲୋରେ ରାଷ୍ଟ୍ରପତି

ନୟାଗଡ଼,୨୪ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।...

ସ୍ତ୍ରୀ ଆତ୍ମହତ୍ୟା ଧମକ ଦେବା, ଝଗଡ଼ା କରିବା ସ୍ୱାମୀଙ୍କୁ ଏକ ପ୍ରକାର ବ୍ଲାକମେଲିଂ: ଓଡ଼ିଶା ହାଇକୋର୍ଟ

ଭୁବନେଶ୍ୱର,୨୪ା୩: ଜଣେ ସ୍ତ୍ରୀ ବାରମ୍ବାର ଆତ୍ମହତ୍ୟା ଏବଂ ଝଗଡ଼ା କରିବାକୁ ଧମକ ଦେବା କେବଳ ଅତ୍ୟାଚାର ନୁହେଁ ବରଂ ସ୍ୱାମୀଙ୍କ ପ୍ରତି ମାନସିକ ଅତ୍ୟାଚାରର ବୋଲି...

ରାଜଧାନୀରେ ନକଲି ପୋଲିସ ଅଫିସର-କନଷ୍ଟେବଲ ଗିରଫ, ଲକ୍ଷାଧିକ ନକଲି ଟଙ୍କା ଜବତ

ଭୁବନେଶ୍ୱର,୨୪ା୩: ରାଜଧାନୀ ଭୁବନେଶ୍ୱରରେ ନକଲି ପୋଲିସକୁ ବାନ୍ଧିଛି ଅସଲି ପୋଲିସ। ନିଜକୁ ସବ-ଇନ୍ସପେକ୍ଟର କହି ଚାକିରି ପ୍ରତିଶ୍ରୁତି ଦେଇ ଠକୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି...

୨୦୨୫-୨୬ ବର୍ଷ ପାଇଁ ଘୋଷଣା ହେବ ନୂଆ ବିଦ୍ୟୁତ୍‌ ଦର: ଜାଣନ୍ତୁ ବଢିବା ନା କମିବ

ଭୁବନେଶ୍ୱର,୨୪ା୩: ସୋମବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୂତନ ବିଦ୍ୟୁତ ଶୁଳ୍କ ଘୋଷଣା କରିବାକୁ ଯାଉଛି। ଅପରାହ୍ନରେ ଆଶା...

ଓଡ଼ିଶାରେ ରାଷ୍ଟ୍ରପତି: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୨୪।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ସୋମବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ...

ବିପଦରେ ସାଧାରଣ ଲୋକଙ୍କ ଜୀବନ: ରାଜ୍ୟରେ ୮୪ଟି ନକଲି ମେଡିସିନ୍ ଚିହ୍ନଟ

ଭୁବନେଶ୍ୱର,୨୪ା୩: ରାଜ୍ୟରେ ସବୁ ମିଳୁଛି ନକଲି। ପୂଜା ଘିଅଠାରୁ ଆରମ୍ଭ କରି ଗାଡ଼ି ଇଞ୍ଜିନ ଅଏଲ ସବୁ ନକଲି। ଏବେ ଲୋକମାନଙ୍କର ଜୀବନ ରକ୍ଷା ପାଇଁ...

ଭୁବନେଶ୍ୱର ହେବ ୨ ପୋଲିସ ଜିଲା

ଭୁବନେଶ୍ୱର,୨୪ା୩(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ପୂର୍ବାପେକ୍ଷା ଜନସଂଖ୍ୟା ବଢ଼ିବାରେ ଲାଗିଛି। ଏପରି କି ମାମଲା ସଂଖ୍ୟାରେ ବୃଦ୍ଧି, ଆଇନଶୃଙ୍ଖଳା ଚ୍ୟାଲେଞ୍ଜ୍‌, ବିକ୍ଷୋଭ ଓ...

ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ୍‌ ରାସ୍ତା ଜବରଦଖଲ: ଉଚ୍ଛେଦ ନ ହେଲେ…

ବରଗଡ଼,୨୪ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରମ ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ ରୁ ଦାବି ଜୋର୍‌ ଧରି ଆସିଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri