ଝାରପଡ଼ା ଜେଲରେ ଗ୍ରୀନ୍‌ ରେ’ ଇଣ୍ଟରନ୍ୟାଶନାଲ ଏମ୍‌ଡିଙ୍କ ମୃତ୍ୟୁ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ଭୁବନେଶ୍ୱର ଝାରପଡ଼ା ଜେଲରେ ରବିବାର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ଅଞ୍ଚଳର ମୀର ସଇରୁଦ୍ଦିନ। ସକାଳେ ସେ ଜେଲ ୱାର୍ଡରେ ବୁଲାବୁଲି କରୁଥିବା ବେଳେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜେଲ୍‌ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁ କହିଛନ୍ତି। ଏନେଇ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଲକ୍ଷ୍ମୀସାଗର ଥାନାକୁ ଖବର ଦିଆଯିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୫/୨୨) ରୁଜୁ କରି ତଦନ୍ତ ଚଳାଇଛି। ସୋମବାର ପରିବାର ଲୋକଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବ।
ସୂଚନାନୁଯାୟୀ, ମୃତ ମୀର୍‌ ଗ୍ରୀନ୍‌-ରେ ଇଣ୍ଟରନ୍ୟାଶନାଲ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଥିଲେ। ସେ ୨୦୧୫ରୁ ଓଡ଼ିଶା ସମେତ ୧୪ ଟି ରାଜ୍ୟର ଲୋକଙ୍କୁ ଅଧିକ ସୁଧର ଲୋଭ ଦେଖାଇ ବିଭିନ୍ନ ପ୍ରକାର ସ୍କିମ୍‌ରେ ୨ହଜାର କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା। ଏହାପରେ ଗିରଫ ହେବା ଭୟରେ ପରିବାର ସହ ନାଇଜେରିଆ ପଳାଇ ଯାଇଥିଲେ। ପରବର୍ତ୍ତୀ ସମୟରେ ସେ ନକଲି ପାସପୋର୍ଟ ବନାଇ ଭାରତ ଆସିଥିଲେ। ଯେଉଁଥିରେ ସେ ନିଜକୁ ବାଂଲାଦେଶର ନାଗରିକ ପରିଚୟ ଦେଇ ଅହମ୍ମଦ ହୁସେନ ନାମରେ (ଛଦ୍ମନାମ) ରହୁଥିଲେ। ସଇରୁଦ୍ଦିନ ଗତ ୫ ବର୍ଷ ତଳେ ଅର୍ଥାତ ୨୦୧୭ ଫେବୃୟାରୀରେ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଦ୍ବାରା ପଶ୍ଚିମବଙ୍ଗରୁ ଗିରଫ ହୋଇ ଝାରପଡ଼ା ଜେଲରେ ରହୁଥିଲେ। ଶୁକ୍ରବାର ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଏ ବିଷୟରେ ଜେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। କିନ୍ତୁ କର୍ତ୍ତୃପକ୍ଷ ଧ୍ୟାନ ଦେଇ ନ ଥିଲେ। ରବିବାର ସେ ୱାର୍ଡରେ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି ଜଣେ କର୍ମଚାରୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ୱରାନ୍ବିତ ହେଉନି ଉନ୍ନୟନ କାର୍ଯ୍ୟ: ଜନ ପ୍ରତିନିଧିଙ୍କ ମୌନ ଧାରଣା

ଦେଓଗାଁ, ୩ା୧୧ (ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ବର୍ତ୍ତମାନ ଉନ୍ନୟନ କାର୍ଯ୍ୟ ଏକପ୍ରକାର ବ୍ୟାହତ ହୋଇଛି ା ଫଳରେ ମଞ୍ଜୁର ଅର୍ଥ ପୁଣି ସରକାରଙ୍କ...

ଆଜି ରାଜ୍ୟରୁ ଆଉ ୧୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୯୯୧କୁ ବୃଦ୍ଧି

ଭୁବନେଶ୍ୱର,୯ା୧୦(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୭ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯୯୧କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଅଗଷ୍ଟ ବନ୍ୟା: ଜଳସମ୍ପଦ ବିଭାଗର ୯୩୨ କୋଟି କ୍ଷତି

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ଗତ ଅଗଷ୍ଟରେ ରାଜ୍ୟରେ ହୋଇଥିବା ବନ୍ୟାରେ ବହୁ କ୍ଷୟକ୍ଷତି ହୋଇଛି। ରାଜ୍ୟ ସରକାର ନିକଟରେ ଆସିଥିବା କେନ୍ଦ୍ରୀୟ ଟିମ୍‌କୁ ୧୧ ହଜାର କୋଟି ଟଙ୍କର...

ଜଳେଶ୍ୱରର ୧୯ ବୁଥ୍‌ରେ ଭୋଟ ଜାଲିଆତି ଅଭିଯୋଗ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ବାଲେଶ୍ୱର ଜିଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକର କାଦରାୟାନ ଓ କାରୁଆ ପଞ୍ଚାୟତର ୧୯ଟି ବୁଥ୍‌ରେ ଶୁକ୍ରବାର ମତଦାନବେଳେ ବ୍ୟାପକ ଜାଲିଆତି,...

ଅସମ୍ପୂର୍ଣ୍ଣ ନଦୀବନ୍ଧ, ବିପଦରେ ଜୀବନ

ଯାଜପୁର ଅଫିସ,୨୬ା୮: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ଶାଖା କାଣି ନଦୀର ବ୍ରହ୍ମଚାରୀପାଟଣାରେ ସୃଷ୍ଟି ହୋଇଥିବା ଘାଇ ଉପରୁ ବନ୍ୟାଜଳ ହ୍ରାସ ପାଇଛି। ଏହାପରେ...

୭୭ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ଆସନ୍ତା ଖରିଫ ଓ ରବି ଋତୁରେ ରାଜ୍ୟ ସରକାର ୭୭ ଲକ୍ଷ ମେଟ୍ରିକ ଟନ ଧାନ (୫୨ ଲକ୍ଷ ମେଟ୍ରିକ ଟନ ଚାଉଳ) ସଂଗ୍ରହ...

ବ୍ରିଟେନ ଫେରନ୍ତା ଶିଶୁ କରୋନା ପଜିଟିଭ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ)-ବ୍ରିଟେନ ଫେରନ୍ତା ୪ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଛି। ଗତ ୨୦ ତାରିଖରେ ବାପା-ମାଆଙ୍କ ସହ ଶିଶୁ ବ୍ରିଟେନରୁ ଭୁବନେଶ୍ୱର ଫେରିଥିଲେ। ସମସ୍ତଙ୍କର...

ହେନ୍ତାଳବଣ ହିଁ ସାମୁଦ୍ରିକ ଝଡ଼ରୁ ସୁରକ୍ଷା ଦେବ

କେନ୍ଦ୍ରାପଡ଼ା ଅଫିସ, ୨୯।୧୦: ୧୯୯୯, ଅକ୍ଟୋବର ୨୯ ମହାବାତ୍ୟାକୁ ଇତିମଧ୍ୟରେ ୨୨ ବର୍ଷ ବିତିଛି। ରାଜ୍ୟରେ ୧୦ ହଜାରରୁ ଅଧିକ ଓ କେନ୍ଦ୍ରାପଡ଼ା ଜିଲାରେ ୩୮୭...

Advertisement
Archives

Model This Week