ସ୍ବାଧୀନତା ସଂଗ୍ରାମୀ ମକର ଦାସଙ୍କ ପରଲୋକ

ଡେରାବିଶ,୨୩।୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବସୁପୁର ପଞ୍ଚାୟତ ହାଟବାଣପୁର ଗ୍ରାମର ସ୍ବାଧୀନତା ସଂଗ୍ରାମୀ ମକର ଦାସ(୯୯)ଙ୍କ ମଙ୍ଗଳବାର ପରିଲୋକ ହୋଇଛି। ବୟସାଧିକ୍ୟ ଅସୁସ୍ଥତା କାରଣରୁ ରୋଗଗ୍ରସ୍ତ ହୋଇ ଚଳିତମାସ ୧ ତାରିଖଠାରୁ କଟକ ବଡ଼ ମେଡିକାଲରେ ମକର ଚିକିତ୍ସିତ ହେଉଥିଲେ। କଟକରୁ ମରଶରୀର ଡେରାବିଶରେ ପହଞ୍ଚତ୍ଲା ପରେ ବିରାଟ ଶୋଭାଯାତ୍ରାରେ ବାସଭବନକୁ ନିଆଯାଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ବାସଭବନରେ ଶୋକାକୁଳ ଜନତାଙ୍କ ଗହଳି ଲାଗି ରହିଥିଲା। ପ୍ରଶାସନ ପକ୍ଷରୁ ମରଶରୀରରେ ଜାତୀୟ ପତାକା ପୂର୍ବକ ଶେଷ ସମ୍ମାନ ଦିଆଯିବା ସହ ଶୋଭାଯାତ୍ରା ମଧ୍ୟରେ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ଜିଲା ପୋଲିସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜଳନ୍ଧର ଜାଲି, ଏସ୍‌ଡିପିଓ ଦେବେନ୍ଦ୍ର ମଲିକ, ସଦର ଥାନା ଇନ୍ସପେକ୍ଟର ସରୋଜ କୁମାର ସାହୁଙ୍କ ସମେତ ବହୁ ପୋଲିସ କର୍ମଚାରୀ ଗାର୍ଡ ଅଫ୍‌ ଅନର ସହ ତୋପ ସଲାମି ପ୍ରଦାନ କରିଥିଲେ। ମକରଙ୍କ ବଡ଼ ପୁଅ ପଞ୍ଚାନନ ମୁଖାଗ୍ନି ଦେଇଥିବା ବେଳେ ପୁଅ ରମେଶ ଓ ଦାମୋଦର ଉପସ୍ଥିତ ଥିଲେ।
୧୯୨୪ରେ ହାଟବାଣପୁର ଗଁାର ଆକୁଳି ମା’ ପଦ୍ମାବତୀଙ୍କ କୋଳରୁ ଜନ୍ମ ନେଇ ପରେ ପାଳିତ ମାତାପିତା ମଣି ଓ ଜହ୍ନଙ୍କ ପାଖରେ ଲାଳନପାଳନ ହୋଇଥିଲେ। ୧୯୩୪ ମେ ୨୯ରେ କେନ୍ଦ୍ରାପଡ଼ା ଅଞ୍ଚଳକୁ ଗାନ୍ଧିଜୀଙ୍କ ଐତିହାସିକ ପଦଯାତ୍ରା ସମୟରେ ଡେରାବିଶ ବ୍ଲକ ଅଧୀନ ଖମୋଳ ପଞ୍ଚାୟତ ବଡ଼ସଲାରଠାରେ ଜାଗରଣ ସଭା ହୋଇଥିଲା। ମାତ୍ର ୧୦ ବର୍ଷରେ ମକର ଜାତୀୟତା ପ୍ରେମରେ ଉଦ୍‌ବୁଦ୍ଧ ହୋଇ ଗାନ୍ଧୀଙ୍କ ନେତୃତ୍ୱରେ ବ୍ରିଟିଶ ସରକାର ବିରୋଧୀ ଆନ୍ଦୋଳନରେ ନିଜକୁ ଝାସ ଦେଇଥିଲେ। ଏହା ପରେ ମକର କେନ୍ଦ୍ରାପଡ଼ାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ପୁରୁଷୋତ୍ତମ ନାୟକଙ୍କ ନେତୃତ୍ୱରେ ୧୯୪୨ରେ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ପରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପିକେଟିଂ ଓ ସରକାରୀ ଆସବାବପତ୍ରକୁ ନଷ୍ଟ କରିବା ଅଭିଯୋଗରେ ମକର ୬ ମାସ ୮ ଦିନ କେନ୍ଦ୍ରାପଡ଼ା, କଟକ ଓ ବ୍ରହ୍ମପୁର ଜେଲ୍‌ରେ ନଂ. ୧୨୨୫୨ କଏଦୀ ଭାବେ କାରାଗାରରେ ଜୀବନ ବିତାଇ ଥିଲେ। ତେବେ ୧୯୪୩ରେ ମକର କାରାଗାରରୁ ମୁକ୍ତ ହେବା ପରେ ଚରଖାରେ ସୂତା କାଟିବା, ନିଶା ନିବାରଣ, ଅସ୍ପୃଶ୍ୟତା ଦୂରୀକରଣ, ଯୌତୁକ ପ୍ରଥା ବିରୋଧରେ ଆନ୍ଦୋଳନ ଇତ୍ୟାଦି କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ।
ବିଭିନ୍ନ ସମ୍ମାନର ଅଧିକାରୀ ଥିଲେ ମକର
୧୯୭୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ତାମ୍ର ଫଳକ ସମ୍ମାନ, ୧୯୮୫ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ସମ୍ମାନ, ୧୯୮୬ରେ ରାଜ୍ୟପାଳ ବି.ଏନ୍‌.ପାଣ୍ଡେଙ୍କ ଦ୍ୱାରା ମକର ସମ୍ମାନିତ ହୋଇଥିଲେ। ୧୯୯୨ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ମକର ସମ୍ମାନିତ ହୋଇଥିବା ବେଳେ ୨୦୧୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କ୍ରାନ୍ତି ଦିବସ ଅଗଷ୍ଟ ୯ରେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଦ୍ୱାରା ରାଷ୍ଟ୍ରପତି ଭବନରେ ଆଟ୍‌ ହୋମ୍‌ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିଲେ। ୨୦୨୦ରେ କରୋନା ସମୟରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ବୀର ସୈନିକ ସମ୍ମାନକୁ କେନ୍ଦ୍ରାପଡ଼ା ଜିଲାପାଳ ହାଟବାଣପୁରସ୍ଥିତ ବାସଭବନରେ ମକରଙ୍କୁ ପ୍ରଦାନ କରିଥିଲେ। ୨୦୨୩ ଅଗଷ୍ଟ ୯ କ୍ରାନ୍ତି ଦିବସରେ ଜିଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ପୀତାମ୍ବର ସାମଲ ରାଷ୍ଟ୍ରପତିଙ୍କଠାରୁ ଆସିଥିବା ଉପଢ଼ୌକନ, ମାନପତ୍ର ସହ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ମକରଙ୍କୁ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri