ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୬୪ ବର୍ଷ ବୟସ ହୋଇଥିଲା। ସେ ବ୍ରେନ ଟ୍ୟୁମର ଅସ୍ତ୍ରୋପଚାର ହୋଇ ଘରେ ଥିଲେ। ପ୍ରଫେସର ପାଢୀ କଳାହାଣ୍ଡି ଜିଲା ମଦନପୁର ରାମପୁର ମହାବିଦ୍ୟାଳୟରୁ ଇଂରାଜୀ ଅଧ୍ୟାପକ ଭାବେ ଯୋଗଦେଇ ଓଡିଶାର ବିଭିନ୍ନ କଲେଜରେ ଅଧ୍ୟାପନା କରିଥିଲେ। ଅବସର ଗ୍ରହଣ ପରେ ସମ୍ବଲପୁର ମୁକ୍ତ ବିଶ୍ୱବିଦ୍ୟାଳୟରେ ଇଂରାଜୀ ଭାଷା ମୁଖ୍ୟ ଭାବେ ଯୋଗ ଦେଇଥିଲେ।

ପ୍ରଫେସର ପାଢୀ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷା ସାହିତ୍ୟରେ ନିଜର ପାଣ୍ଡିତ୍ୟ ଅର୍ଜନ କରିଥିଲେ। ଆଫ୍ରିକା ମହାଦେଶ ଆକ୍ରାଠାରେ ଅନୁଷ୍ଠିତ ଆନ୍ତର୍ଜାତିକ କବିତା ମହୋତ୍ସବରେ ବିଶ୍ୱର ୧୧ଜଣ କବି ମଧ୍ୟରେ ସମ୍ମାନିତ ହୋଇଥିଲେ। ସେ ସର୍ବମୋଟ ୪ଟି ଇଂରାଜୀ କବିତା ପୁସ୍ତକ ଗୋଟିଏ ଇଂରାଜୀ ଉପନ୍ୟାସ ରଚନା କରିଛନ୍ତି। ସେ ବିଶ୍ୱସ୍ତରୀୟ ୭ଟି ପୁସ୍ତକର ସମ୍ପାଦନା କରିଥିବାବେଳେ ତାଙ୍କର ରଚିତ ଓଡିଆ କବିତା ‘ଶୂନ୍ୟତାର ପ୍ରିୟତମା’ ବେଶ୍‌ ଆଦୃତ ହୋଇଥିଲା। ସେ ବହୁ ଜାତୀୟ/ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନୀତ ହେବା ସହିତ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଲୟର ଭାଷା ବିଶେଷଜ୍ଞ ଭାବେ ଯୋଗଦାନ କରିଥିଲେ। ତାଙ୍କର ଅନେକ ଇଂରାଜୀ ପ୍ରବନ୍ଧ ଓ କବିତା ଦେଶ ବିଦେଶର ପ୍ରାୟ ୮୦ଟି ପୁସ୍ତକ ଓ ପତ୍ରିକାରେ ସ୍ଥାନିତ ହୋଇଛି । ସେହିପରି ସନ୍ଥ ଅରକ୍ଷିତ ଦାସଙ୍କ ଜୀବନୀ ଓ ମହି ମଣ୍ଡଳେ ଓଡିଆ ପୁସ୍ତକକୁ ଇଂରାଜୀରେ ଅନୁବାଦ କରିଥିଲେ। ସେ ସ୍ତ୍ରୀ ମମତା ଏବଂ ଏକମାତ୍ର ଝିଅ ଡାକ୍ତର ନଭସ୍ବାତୀଙ୍କୁ ଛାଡି ଚାଲିଯାଇଛନ୍ତି। ତାଙ୍କର ଅନ୍ତିମ ସଂସ୍କାର ସ୍ଥାନୀୟ ସ୍ବର୍ଗଦ୍ୱାରରେ କରାଯାଇଥିଲା ଝିଅ ନଭସ୍ବାତୀ ଓ ପୁତୁରା ପ୍ରତ୍ୟୁଷ ମୁଖାଗ୍ନି ଦେଇଥିଲେ। ତାଙ୍କର ଅନ୍ତିମ ଯାତ୍ରାରେ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, କବି ଲେଖକ ତଥା ଆତ୍ମୀୟ ବନ୍ଧୁ ବର୍ଗ ସାମିଲ ହୋଇଥିଲେ। ତାଙ୍କର ଅକାଳ ବିୟୋଗ ଇଂରାଜୀ ଓ ଓଡିଆ ସାହିତ୍ୟ କ୍ଷେତ୍ରରେ ଅପୂରଣୀୟ କ୍ଷତି ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

ସ୍କୁଲ ଭିତରକୁ ଯାଉଥିଲେ ଛାତ୍ର, ହଠାତ ଭୁଶୁଡ଼ି ପଡ଼ିଲା ଫାଟକ, ଆଉ ତା’ ପରେ…

ନନ୍ଦପୁର,୬ା(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ କସନ୍ଦି ପଞ୍ଚାୟତର କାଲାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକ ଭୁଶୁଡ଼ି ୨ ଛାତ୍ର ଗୁରୁବାର…

ଗାଁରେ ପସିଲେ ହାତୀ, ଦଳି ଚକଟି ନଷ୍ଟ କଲେ ଫସଲ

କଲ୍ୟାଣସିଂହପୁର, ୬।୮ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ଅଧୀନ କେଶବ ନାୟକଗୁଡ଼ା ନୂଆ ସାହି ଏବଂ ଘାଗୁଡ଼ିମାଳ ଅଞ୍ଚଳରେ ହାତୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri