କିଡନୀ ରୋଗରେ ଯୁବକଙ୍କ ମୃତ୍ୟୁ ଘଟଣା: ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କଲା ସ୍ବାସ୍ଥ୍ୟ ବିଭାଗ

ଅମରପାଲି,୨୫।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ କୋଟସମଲେଇ ପଞ୍ଚାୟତର ସୁନାପାଲିରେ କିଡନୀ ରୋଗର ଗତ ଗୁରୁବାର ଜଣେ ଆଦିବାସୀ ଯୁବକ ଭରତ ଭୋଇ (୩୧)ଙ୍କ ମୃତ୍ୟୁ ହୋଇଥିଲ। ବୀରମହାରାଜପୁର ଉପଖଣ୍ଡର ଉପାନ୍ତ କୋଟସମଲେଇ ପଞ୍ଚାୟତର ଏହି ବ୍ୟକ୍ତିଙ୍କ ସମେତ ବହଳପଦର ଓ ଦୁର୍ଜନତୈଲାର ସମୁଦାୟ ୪ ଜଣ ବ୍ୟକ୍ତିଙ୍କ ସପ୍ତାହେ ମଧ୍ୟରେ କିଡନୀ ରୋଗରେ ମୃତ୍ୟୁ ହୋଇଥିଲା। ଏନେଇ ଧରିତ୍ରୀରେ ଶନିବାର ଏକ ଖବର ପ୍ରକାଶ ପାଇଥିଲା। ତେବେ ସ୍ବାସ୍ଥ୍ୟ ବିଭାଗ କିଡନୀ ରୋଗର ମୃତ୍ୟୁବରଣ କରିଥିବା ବଡ଼ମାଳ, ମାଳିଦାଦର ଓ କୁହିଦାଦର ଗ୍ରାମକୁ ଯାଇ ମୃତ୍ୟୁର କାରଣ ତଦନ୍ତ କରିବା ସହିତ ଲୋକଙ୍କୁ ସଚେତନ କରିଥିଲେ। ମାତ୍ର କୋଟସମଲାଇ ପଞ୍ଚାୟତର ସୁନାପାଲି ଗ୍ରାମକୁ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ନ ଥିଲା। ଫଳରେ ଏହାକୁ ନେଇ ମଧ୍ୟ ଏକ ଖବର ରବିବାର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶନ ପରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ ସୋମବାର ସୁନାପାଲିରେ ପହଞ୍ଚି ସ୍ଥିତି ନିରୀକ୍ଷଣ କରିବା ସହ ରକ୍ତ ନମୁନା , ପାନୀୟ ଜଳ ନମୁନା ସଂଗ୍ରହ କରିଛନ୍ତି। କୋଟସମଲାଇ ସ୍ବାସ୍ଥ୍ୟକେନ୍ଦ୍ର ର ଡ଼ା. ଆଦିତ୍ୟ ଶ୍ରୀତମ ରାଉତଙ୍କ ସମେତ ଫର୍ମାସିଷ୍ଟ ଶ୍ରାବଣ କୁମାର ନନ୍ଦ,ମହିଳା ସ୍ବାସ୍ଥ୍ୟକର୍ମୀ ରତ୍ନାକର ମହନ୍ତ, ଏଲଟି ସବାନା ଆରଜୁ, ଏଏନଏମ ଜ୍ୟୋର୍ତିମୟୀ ପ୍ରଧାନ ଓ ଆଶା କର୍ମୀ ଶୁକ୍ରୀତା ବୁଡେକ ପ୍ରମୁଖ ସୁନାପାଲି ଗ୍ରାମକୁ ଯାଇ କିଡନୀରେ ମୃତକଙ୍କ ଘରକୁ ଯାଇ ମୃତ୍ୟୁର କାରଣ ତଦନ୍ତ କରିଛନ୍ତି। ଏହାପରେ ଗ୍ରାମରେ ଲୋକଙ୍କୁ ସଚେତନ କରିଛନ୍ତି। ଏହା ସହିତ ଗ୍ରାମର ୪୬ ଜଣ ବ୍ୟକ୍ତିଙ୍କଠୁ ରକ୍ତ ନମୁନା ସଂଗ୍ରହ କରିଛନ୍ତି। ବହୁଳ ବ୍ୟବହାର ହେଉଥିବା ପ୍ରାୟ ୫ ଟି ସ୍ଥାନରୁ ପାନୀୟ ଜଳ ନମୁନା ମଧ୍ୟ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ସୂଚନା ଯୋଗ୍ୟ ଏହି ଗ୍ରାମକୁ ପ୍ରାୟ ବିଭିନ୍ନ ସମୟ ରେ ପ୍ରାୟ ୧୭ ଜଣଙ୍କ କିଡନୀ ଜନିତ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ପ୍ରଶାସନ ତରଫରୁ ଏହି ଗ୍ରାମରେ କିଡନୀ ରୋଗର ପ୍ରତିକାର ପାଇଁ ସ୍ଥାୟୀ ବ୍ୟବସ୍ଥା କରିବା ସହିତ କିଡନୀ ରୋଗର ମୃତକଙ୍କୁ ସରକାରୀ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri