ମହାକାଶରେ ମୃତ୍ୟୁ ଘଟିଲେ…

ହ୍ୟୁଷ୍ଟନ,୩ା୮: ମହାକାଶକୁ ମାନବ ପ୍ରେରଣ ଏକ ଅତି ଦୁରୂହ ଓ ବିପଜ୍ଜନକ ବ୍ୟାପାର। ୬୦ ବର୍ଷ ପୂର୍ବେ ମହାକାଶ ଅଭିଯାନ ଆରମ୍ଭ ହେବା ପରଠୁ ଅଦ୍ୟାବଧି ସ୍ପେସ୍‌ରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୧୪ ଜଣ ୧୯୮୬ରୁ ୨୦୦୩ ମଧ୍ୟରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ସ୍ପେସ୍‌ ଶଟଲ ଟ୍ରାଜେଡିରେ ପ୍ରାଣ ହରାଇଛନ୍ତି। ସେହିପରି ୧୯୭୧ର ସୋୟୁଜ୍‌ ୧୧ ମିଶନରେ ୩ ଏବଂ ୧୯୬୭ରେ ଆପୋଲୋ ୧ ଲଞ୍ଚ ପ୍ୟାଡ୍‌ରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା।

୨୦୨୫ରେ ନାସା ପକ୍ଷରୁ ଚନ୍ଦ୍ରକୁ ଜଣେ ମଣିଷଙ୍କୁ ପଠାଇବା ଯୋଜନା ଚାଲିଛି। ସେହିପରି ମଙ୍ଗଳ ଗ୍ରହକୁ ମଧ୍ୟ ମହାକାଶଚାରୀଙ୍କୁ ପ୍ରେରଣ ଯୋଜନା ରହିଛି। ବ୍ୟବସାୟିକ ସ୍ପେସ୍‌ଫ୍ଲାଇଟ୍‌ର ଲୋକପ୍ରିୟତା ମଧ୍ୟ ବଢ଼ୁଛି। ଟ୍ରାନ୍ସଲେଶନାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ଜଣେ ସ୍ପେସ୍‌ ମେଡିକାଲ ଡାକ୍ତର କହିଛନ୍ତି, ମୁଁ ଓ ମୋର ଟିମ୍‌ ସ୍ପେସ୍‌ ଏକ୍ସପ୍ଲୋରରମାନଙ୍କ ସ୍ବାସ୍ଥ୍ୟକୁ ଧ୍ୟାନ ଦେଇଥାଉ। ତେବେ ମହାକାଶ ଯାତ୍ରାରେ ଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ କ’ଣ କରାଯିବ। ଲୋ-ଅର୍ବିଟ୍‌ ମିଶନରେ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ ଅଭିଯାନ ବେଳେ ଘଟିଲେ କ୍ରିଉ ତାଙ୍କ ମୃତଦେହକୁ ଏକ କ୍ୟାପ୍‌ସୁଲରେ ପୃଥିବୀକୁ କିଛି ଘଣ୍ଟା ଭିତରେ ପଠାଇପାରିବେ। ଚନ୍ଦ୍ରରେ ମୃତ୍ୟୁ ହେଲେ କ୍ରିଉ ତାଙ୍କ ମରଶରୀରକୁ କିଛି ଦିନ ମଧ୍ୟରେ ପୃଥିବୀକୁ ପଠାଇପାରିବେ। ଏସମ୍ପର୍କିତ ପ୍ରୋଟୋକଲର ବିସ୍ତୃତ ବିବରଣୀ ନାସା ପକ୍ଷରୁ ପ୍ରଦାନ କରାଯାଇଛି।

ମହାକାଶରେ ମୃତକଙ୍କ ଶରୀରକୁ ଫେରାଇଆଣିବାକୁ ନାସା ସେତେ ଗୁରୁତ୍ୱ ଦେଇ ଥାଏ, ବରଂ ଅନ୍ୟ ମହାକାଶ ଯାତ୍ରୀମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଏହି ଏଜେନ୍ସିର ସର୍ବାଧିକ ପ୍ରାଥମିକତା। ୩୦୦ ନିୟୁତ ମାଇଲ ଯାତ୍ରା କରି ମଙ୍ଗଳରେ ପହଞ୍ଚତ୍ବାବେଳେ ଭିନ୍ନ ଉପାୟ ଆପଣାଯିବ। ଏଭଳି ସ୍ଥିତିରେ କ୍ରିଉ ତତ୍କାଳ ମୃତଦେହ ଧରି ଫେରିଆସିବା ପାଇଁ ସକ୍ଷମ ହେବେ ନାହିଁ। ବର୍ଷେ ହେଉ କି ଦୁଇବର୍ଷ ମିଶନ ଶେଷ ହେବା ପରେ ହିଁ ସେ ମୃତକଙ୍କ ମରଶରୀର ଧରି ପୃଥିବୀକୁ ଫେରିବେ। ସେତେଦିନ ଯାଏ ମୃତକଙ୍କ ଶବକୁ ଏକ ଭିନ୍ନ ଚାମ୍ବରରେ ସୁରକ୍ଷିତ ରଖାଯିବ। ମହାକାଶ ଯାନରେ ତାପମାତ୍ରା ଓ ଆର୍ଦ୍ରତା ଏଥିରେ ସହାୟକ ହେବ ବୋଲି ନାସା ପକ୍ଷରୁ ପ୍ରକାଶ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ପୁଣି ଘନେଇଲା ଯୁଦ୍ଧ: ମଧ୍ୟପ୍ରାଚ୍ୟକୁ ଯୁଦ୍ଧ ଜାହାଜ, ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ,୨ା୧୦: ଆମେରିକା ସେନା ମଧ୍ୟପ୍ରାଚ୍ୟକୁ ତୃତୀୟ ଯୁଦ୍ଧବିମାନବାହୀ ଜାହାଜ ଏବଂ ପାଖାପାଖି ୧୦,୦୦୦ ସୈନ୍ୟ ପଠାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ନଭେମ୍ବର ୩ରେ ଆମେରିକାରେ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?