Posted inଜାତୀୟ

ପ୍ରେମୀ ଯୁଗଳଙ୍କୁ ହତ୍ୟା: ଭାଇଙ୍କୁ ଫାଶୀ, ୨ ପୋଲିସ ସମେତ ୧୨ ଜଣଙ୍କୁ ଆଜୀବନ

ଚେନ୍ନାଇ,୨୪।୯: ୨୦୦୩ରେ ଅନ୍ୟ ଜାତିରେ ବିବାହ କରିବାରୁ ଦମ୍ପତିଙ୍କୁ ହତ୍ୟା କରିଥିଲେ ଯୁବତୀଙ୍କ ପରିବାର ଲୋକେ। ଏହି ଅନର କିଲିଂ ମାମଲାର ଶୁଣାଣି କରି ତାମିଲନାଡୁର କୁଡାଲୋର ଜିଲାର ଏକ କୋର୍ଟ ଶୁକ୍ରବାର ଜଣଙ୍କୁ ଫଶି ଦଣ୍ଡାଦେଶ ଦେଇଛନ୍ତି। ମାମଲାରେ ଜଡ଼ିତ ୨ ପୋଲିସ କର୍ମୀଙ୍କ ସମେତ ୧୨ ଜଣଙ୍କୁ ଆଜୀବନ ଦଣ୍ଡ ଶୁଣାଇଛନ୍ତି କୋର୍ଟ।

୧୮ ବର୍ଷ ତଳେ ୨୨ ବର୍ଷୀୟା ଡି କାନାଗି ଓ ଏସ୍‌ ମୁରୁଗେସେନ ୨୦୦୩ରେ ପ୍ରେମ ବିବାହ କରିଥିଲେ। ଘର ଲୋକଙ୍କ ଭୟରେ ସେମାନେ ବାହାରେ ରହୁଥିଲେ। କିନ୍ତୁ ସେମାନଙ୍କ ବିବାହକୁ ଗ୍ରହଣ କରି ନ ଥିଲେ ଯୁବତୀଙ୍କ ପରିବାର ଲୋକେ। ସେମାନେ ଗ୍ରାମବାସିଙ୍କ ଆଗରେ ଦମ୍ପତିଙ୍କୁ ନିର୍ଯାତନା ଦେଇଥିଲେ। ତା’ ପରେ ପ୍ରେମି ଯୋଡ଼ାଙ୍କ ନାକରେ ବେଷ ପୂରାଇ ହତ୍ୟା କରିବା ପରେ ସେମାନଙ୍କ ମୃତଦେହକୁ ଜାଳି ଦେଇଥିଲେ। ସେହି ସମୟରେ ଗାଁର ମୁଖିଆ ଥିଲେ ଡି କାନାଗିଙ୍କ ବାପା।

ଏହି ହତ୍ୟାକାଣ୍ଡକୁ ପ୍ରଥମେ ଲୁଚାଇବାକୁ ଉଦ୍ୟମ କରିଥିଲା ସ୍ଥାନୀୟ ପୋଲିସ। ଏପରି କି ଏସ୍‌ ମୁରୁଗେସେନଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯିବା ପରେ ମଧ୍ୟ ପୋଲିସ ମାମଲା ଦାୟର କରି ନ ଥିଲା। ୨୦୦୪ରେ ଏହି ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା ସିବିଆଇକୁ। ସିବିଆଇ ତା’ର ରିପୋର୍ଟରେ ୧୫ ଅଭିଯୁକ୍ତଙ୍କ ନାମରେ ମାମଲା ଦାୟର କରିବା ସହ ୮୧ ଜଣ ସାକ୍ଷୀଙ୍କ ନାମ ଉଲ୍ଲେଖ କରିଥିଲା। ୪୬ ଜଣ ସାକ୍ଷୀ ନିଜ ବୟାନରୁ ଓହରି ଯିବା କାରଣରୁ ମୁରୁଗେସେନଙ୍କ ପରିବାରକୁ ନ୍ୟାୟ ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା ୨ ଦଶନ୍ଧି।

ଶୁକ୍ରବାର ମାମଲାର ଶୁଣାଣି କରିଥିବା ସ୍ବତନ୍ତ୍ର କୋର୍ଟ ପୀଡ଼ିତାଙ୍କ ଭାଇଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ତାଙ୍କ ବାପା, ସେତେବେଳର ଇନ୍ସପେକ୍ଟର, ସବ ଇନ୍ସପେକ୍ଟରଙ୍କୁ ଆଜୀବନ ଜେଲ ଦଣ୍ଡ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ବନମହୋତ୍ସବ ପାଳିତ : “ଗଛ ବଞ୍ଚିଲେ ଆମେ ବଞ୍ଚିବା”

ଗଞ୍ଜାମ, ୧୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତସ୍ଥିତ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର ପରିସରରେ ଶନିବାର ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳନ କରାଯାଇଛି।…

ତାର ବାଡ଼ରେ ଫସିଯାଇଥିଲା ଭାଲୁ , ଉଦ୍ଧାର କଲା ବନ ବିଭାଗ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କିନେରକେଲା ଗ୍ରାମରେ ଜଣେ ଚାଷୀଙ୍କ ତାର ବାଡ଼ରେ ଶନିବାର ସକାଳେ ଏକ ଭାଲୁ ଫସିଯାଇଥିବା…

ମଣିଷ ସୁରକ୍ଷାକୁ ଫୁ’: ଗୋଟିଏ କୂଅରେ ଖୋଲାରେ ଲାଗିଛି ୧୩ ପାଣି ପମ୍ପ୍‌, ଆଖି ପିଛୁଳାକେ ଘଟିପାରେ….

ଛତ୍ରପୁର,୧୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାହେବଜେନାପଲ୍ଲୀଠାରେ ଥିବା ଗୋଟିଏ କୂଅରୁ ପାଣି ଟାଣୁଛନ୍ତି ୧୩ଟି ପମ୍ପ। ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ସେହି ପମ୍ପଗୁଡ଼ିକ କୂଅର…

ଝାରସୁଗୁଡ଼ାରେ ଭାଜପାର ତୀବ୍ର ଗୋଷ୍ଠୀ କନ୍ଦଳ : ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଅଟକାଇଲେ କର୍ମୀ ମା’ ସମଲେଇ ଦର୍ଶନ ନକରି ଫେରିଲେ…

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଭାଜପାର ଗୋଷ୍ଠୀ କନ୍ଦଳ ଏବେ ଚରମ ସୀମାରେ ପହଞ୍ଚିଛି। ବିଶେଷକରି ଜିଲାର ଦୁଇ ପ୍ରମୁଖ ନେତା—ରାଜସ୍ୱ ଓ…

ଇରାନ ଯୁଦ୍ଧ ସମୟରେ ଭାରତୀୟ ନୌସେନା କରିଥିଲା ଶକ୍ତି ପ୍ରଦର୍ଶନ; ୧୮ଟି ଜାହାଜକୁ ସୁରକ୍ଷିତ ଭାରତକୁ ନେଇଆସିଥିଲା

ନୂଆଦିଲ୍ଲୀ,୧୧।୭: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର (୧୧ ଜୁଲାଇ) କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମୟରେ, ଭାରତୀୟ ନୌସେନା ପ୍ରାୟ ୯,୦୦୦ କୋଟି ଟଙ୍କାର ମାଲ…

ଗୁଡାରିରେ କଡ଼ାକଡ଼ି ଗାଡ଼ି ଯାଞ୍ଚ: ୭ ହଜାର ଟଙ୍କାର ଚାଲାଣ କାଟିଲା…

ଗୁଡାରି, ୧୧।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଏସ୍‌ପି) ରାଜ ପ୍ରସାଦଙ୍କ ନିର୍ଦ୍ଦେଶକ୍ରମେ ଗୁଡାରି ଥାନା ଅଧିକାରିଣୀ ବିଶ୍ୱବନ୍ଦିନୀ ବାଗଙ୍କ ନେତୃତ୍ୱରେ ଶନିବାର…

ରାଜନୈତିକ ରାଲିରେ ସ୍କୁଲ ଛାତ୍ରୀଛାତ୍ରଙ୍କ ସାମିଲ: ୭ ଦିନ ମଧ୍ୟରେ ଜବାବ ତଲବ

ଝାରସୁଗୁଡ଼ା, ୧୧।୭ (ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ଆୟୋଜିତ ଏକ ରାଜନୈତିକ ପ୍ରତିବାଦ ସଭାରେ ସ୍କୁଲ ସମୟରେ ନାବାଳକ ଓ ନାବାଳିକା ଛାତ୍ରୀଛାତ୍ରଙ୍କୁ ସାମିଲ କରାଯାଇଥିବା…

ରାତିରେ ମହିଳାଙ୍କ ଘରେ ପ୍ରବେଶ କରୁଥିଲେଏଏସଆଇ: ଧରିପକାଇ ପିଟିଦେଇଗଲେ ଲୋକେ, ଭିଡିଓ ଭାଇରାଲ୍

ନୟାଗଡ, ୧୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ରଣପୁର ଥାନା ଅଞ୍ଚଳରେ ଜଣେ ଏଏସଆଇଙ୍କୁ ଅଟକ ରଖି ମାଡ଼ ମରାଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri