ଘରଠାରୁ ୫ ଶହ ମିଟର ଦୂରରେ  ଚାହିଁ  ରହିଥିଲା ମୃତ୍ୟୁ:  ଚାଲିଗଲା ଯୁବକଙ୍କ ଜୀବନ

ଭଞ୍ଜନଗର,୪।୧୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଦଶପଲ୍ଲା ମୁଖ୍ୟ ରାସ୍ତାର କୁଲାଡ ଉପର ବାଗ୍‌ଦେବୀ ମନ୍ଦିର ସମ୍ମୁଖରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବାଇକ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ  କୁଲାଡର ଶଙ୍କର ମହାରଣା (୪୦) ମୃତ୍ୟୁବରଣ କରିଛନ୍ତି । ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି। ଏଥିସହ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଦିଆଯାଇଛି।

ଘଟଣାରୁ ପ୍ରକାଶ ଯେ, ଶଙ୍କର ସନ୍ଧ୍ୟାରେ ବାଇକରେ ଭଞ୍ଜନଗରରୁ ଗ୍ରାମ ଅଭିମୁଖେ ଫେରୁଥିଲେ। ଘର ଠାରୁ ମାତ୍ର ୫୦୦ ମିଟର ଦୂରରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଗ୍ରାମବାସୀ ଶଙ୍କରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ନେଇଥିଲେ। ମେଡ଼ିକାଲରେ ଶଙ୍କରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩ ସନ୍ତାନ ପ୍ରସବ କଲେ ମହିଳା

ମୋହନା,୯ା୧୦(ମନ୍ମଥ ମିଶ୍ର ): ଗଜପତି ଜ଼ିଲା ମୋହନା ବ୍ଲକ ଖାରିଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିରି ଗାଁର ଜଣେ ମହିଳା ରବିବାର ୩ଟି ସନ୍ତାନ ପ୍ରସବ କରିଛନ୍ତି...

ଦିଗପହଣ୍ଡି ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ: ଜଣେ ଅଟକ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମ ପୋଲିସ ଫାଣ୍ଡି ନିକଟରୁ ରବିବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏକ...

ଦିଗପହଣ୍ଡିରେ ଜାତୀୟ ଆଇନ ସେବା ଦିବସ ପାଳିତ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ରବିବାର ଆଙ୍କୋରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଜାତୀୟ ଆଇନ...

କଲେଜ୍ ଛାତ୍ରୀ ଅପହରଣ ପରେ ବଳାତ୍କାର ମାମଲା: ୩ ମାସ ପରେ ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା କଲେଜ୍ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର...

କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ତେଲ ଟିଣ ଡୁମେରପିଟାରୁ ଜବତ

ବଲାଙ୍ଗିର,୯।୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଡୁମେରପିଟା ଗାଁରୁ କଣ୍ଟାବାଞ୍ଜିରୁ ଚୋରି ହୋଇଥିବା ବିପୁଳ ପରିମାଣର ତେଲ ଟିଣକୁ କଣ୍ଟାବାଞ୍ଜି ପୋଲିସ...

କାହିଁକି ସରୁନି ପ୍ରକଳ୍ପ ପଚାରି ବୁଝିଲେ ସଚିବ

ଗଞ୍ଜାମ,୯ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ଅନ୍ତର୍ଗତ ମଲାଡ଼ରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ପଞ୍ଚାୟତରାଜ ବିଭାଗ ସଚିବ ତଥା କମିଶନର ଗିରିଶ ଏସ୍‌.ଏନ୍‌ ପରିଦର୍ଶନ...

ନୂଆପଡ଼ା ଉପନିର୍ବାଚନ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆପଡ଼ା,୯।୧୧: ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏନେଇ ରବିବାର ଅପରାହ୍ନ ୪ଟାରୁ ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଯାଇଛି। ଏପରିକି...

ନୂଆପଡ଼ା ଉପନିର୍ବାଚନକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୯।୧୧: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍‌. ଗୋପାଳନ ରବିବାର ନୂଆପଡ଼ା ଉପନିର୍ବାଚନକୁ ନେଇ ବଡ଼ ସୂଚନା ଦେଇଛନ୍ତି। ନୂଆପଡ଼ାରେ ଅପରାହ୍ନ ୪ରୁ ନୀରବ ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri