ଘଟଣାରୁ ପ୍ରକାଶ ଯେ, ଶଙ୍କର ସନ୍ଧ୍ୟାରେ ବାଇକରେ ଭଞ୍ଜନଗରରୁ ଗ୍ରାମ ଅଭିମୁଖେ ଫେରୁଥିଲେ। ଘର ଠାରୁ ମାତ୍ର ୫୦୦ ମିଟର ଦୂରରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଗ୍ରାମବାସୀ ଶଙ୍କରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ନେଇଥିଲେ। ମେଡ଼ିକାଲରେ ଶଙ୍କରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

