ପୁଣି ଲ୍ୟାବ୍‌ରୁ ଲିକ୍‌ ହେଲା ମାରାତ୍ମକ ଭାଇରସ୍‌, ଦେଶରେ ହାଇ ଆଲର୍ଟ!

କ୍ୱିନସଲ୍ୟାଣ୍ଡ,୧୨।୧୨: ପୁଣି ଲ୍ୟାବ୍‌ରୁ ଲିକ୍‌ ହୋଇଛି ମାରାତ୍ମକ ଭାଇରସ୍‌। ଅଷ୍ଟ୍ରେଲିଆର ଏକ ଲାବରୋଟରୀରୁ ଶତାଧିକ ଘାତକ ଭାଇରସ ନମୁନା ନିଖୋଜ ହୋଇଯାଇଛି। କ୍ୱିନସଲ୍ୟାଣ୍ଡ ସରକାର ଏହି ଦାବି କରିଛନ୍ତି। ଏହା ଏକ ଗୁରୁତର ଘଟଣା ବୋଲି ସରକାର କହିଥିବା ବେଳେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କ୍ୱିନସଲ୍ୟାଣ୍ଡ ସ୍ବାସ୍ଥ୍ୟ ବିଭାଗ ଅଷ୍ଟ୍ରେଲିଆ ସାର୍ବଜନିକ ସ୍ବାସ୍ଥ୍ୟ ବିଭାଗକୁ ଏହି ମାମଲାର ତଦନ୍ତ ଆରମ୍ଭ କରିବାକୁ କହିଛି। କୁହାଯାଇଛି କ୍ୱିନସଲ୍ୟାଣ୍ଡର ସାର୍ବଜନିକ ସ୍ବାସ୍ଥ୍ୟ ଭାଇରୋଲଜି ଲ୍ୟାବ୍‌ରୁ ଏହି ନମୁନା ଗାୟବ ହୋଇଛି।

ଏଥିରେ ଅନେକ ସଂକ୍ରାମକ ଭାଇରସ ଯେପରିକି ହେଣ୍ଡ୍ରା ଭାଇରସ, ଲିସା ଭାଇରସ ଓ ହଣ୍ଟାଭାଇରସ ନମୁନା ମଧ୍ୟ ସାମିଲ ଅଛି। ଏଥିରୁ ୨୩୨ଟି ଶିଶି ହଜି ଯାଇଛି। ହେଣ୍ଡ୍ରା ପଶୁଙ୍କଠୁ ମନୁଷ୍ୟକୁ ବ୍ୟାପୁଥିବା ଭୂତାଣୁ, ଯାହା କେବଳ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ। ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ଅନୁସାରେ ହଣ୍ଟା ଭାଇରସ ଏକ ଏପରି ଭୂତାଣୁ ପରିବାର ଯାହା ଗୁରୁତର ରୋଗ ଓ ମୃତ୍ୟୁର କାରଣ ହୋଇପାରେ। ସେହିପରି ଲିସା ଭାଇରସ ରେବିଜର କାରଣ ହୋଇପାରେ।

ବୟାନରେ କୁହାଯାଇଛି ଯେ ସଂକ୍ରାମକ ନୁମନାଗୁଡିକ ଚୋରି ହୋଇଯାଇଛି ନା ନଷ୍ଟ ହୋଇଯାଇଛି ତାହା ଜଣା ନାହିଁ। ତେବେ ସରକାର ମାମଲାରେ ତାଙ୍କ ଆଡୁ ତଦନ୍ତ ଆରମ୍ଭ କରିଦେଇଛନ୍ତି। ମନ୍ତ୍ରୀ ଟିମୋଥି ନିକୋଲସ ବିଜ୍ଞପ୍ତିରେ କହିଛନ୍ତି ଯେ ଜୈବ ସୁରକ୍ଷା ପ୍ରୋଟକଲର ଏହା ଗୁରୁତର ଉଲ୍ଲଂଘନ।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?