Posted inଜାତୀୟ

ପ୍ରାଣନାଶକ ସୂକ୍ଷ୍ମ ବାୟୁ ପ୍ରଦୂଷକ: ଘଣ୍ଟାଏରେ ହୋଇପାରେ ହୃଦ୍‌ଘାତ

ନୂଆଦିଲ୍ଲୀ, ୨୪।୪: ସମ୍ପ୍ରତି ବାୟୁ ପ୍ରଦୂଷଣର ବିପଜ୍ଜନକ ସ୍ତର ବୈଶ୍ୱିକସ୍ତରରେ ଚିନ୍ତାର ବିଷୟ। ପ୍ରଦୂଷିତ ବାୟୁକୁ ନିଃଶ୍ୱାସପ୍ରଶ୍ୱାସରେ ଗ୍ରହଣ କଲେ କିଛି ସମୟ ମଧ୍ୟରେ ତାହା ପ୍ରାଣନାଶକ ସାଜିପାରେ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏୟାର କ୍ୱାଲିଟି ଗାଇଡ୍‌ଲାଇନ୍‌ ଅନୁସାରେ ଧାର୍ଯ୍ୟ ସ୍ତରଠାରୁ ନିମ୍ନସ୍ତରର ବାୟୁକୁ ଶ୍ୱାସକ୍ରିୟାରେ ଗ୍ରହଣ କଲେ ମାତ୍ର ଘଣ୍ଟାଏରେ ଜଣଙ୍କୁ ହୃଦ୍‌ଘାତ ହୋଇପାରେ ବୋଲି ଆମେରିକାନ୍‌ ହାର୍ଟ ଆସୋସିଏଶନର ସର୍କୁଲାର ଜର୍ନାଲରେ ଏକ ନୂଆ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି।
ପ୍ରମୁଖ ବାୟୁ ପ୍ରଦୂଷକ ଯଥା ସୂକ୍ଷ୍ମ କଣିକା ପଦାର୍ଥ, ନାଇଟ୍ରୋଜେନ୍‌ ଡାଇଅକ୍ସସାଇଡ୍‌, ସଲ୍‌ଫର ଡାଇଅକ୍ସସାଇଡ ଏବଂ କାର୍ବନ ମନୋକ୍ସସାଇଡ ସଂସ୍ପର୍ଶରେ ଆସିବା ଫଳରେ ତାହା ଆକ୍ୟୁଟ୍‌ କରୋନାରି ସିଣ୍ଡ୍ରୋମ୍‌ (ଏସିଏସ୍‌)କୁ ଟ୍ରିଗର କରିଥାଏ। ଅର୍ଥାତ ଏହା ଦ୍ୱାରା ଜଣଙ୍କ ଶରୀରରେ ହୃତ୍‌ପିଣ୍ଡକୁ ହଠାତ୍‌ ରକ୍ତପ୍ରବାହ ବନ୍ଦ ହୋଇଯାଏ କିମ୍ବା ଅସ୍ଥାୟୀ ଭାବେ ଧମନୀରେ ରକ୍ତ ଜମାଟ ବାନ୍ଧି ହୋଇଯାଇଥାଏ। ଅନ୍ୟ ବାୟୁ ପ୍ରଦୂଷକ ତୁଳନାରେ ନାଇଟ୍ରୋଜେନ୍‌ ଡାଇଅକ୍ସସାଇଡ ଅଧିକ କ୍ଷତିକାରକ ହୋଇଥାଏ। ଏହା ସଂସ୍ପର୍ଶରେ ଆସିବାରେ ମାତ୍ର ଘଣ୍ଟାଏ ଭିତରେ ହୃଦ୍‌ଘାତ ହୋଇପାରେ। ବିଶେଷ କରି ୬୫ କିମ୍ବା ଊର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କ କ୍ଷେତ୍ରରେ ଏହି ଆଶଙ୍କା ଅଧିକ ରହିଛି। ଧୂମପାନ କିମ୍ବା ଶ୍ୱାସକ୍ରିୟା ସମ୍ପର୍କିତ ସମସ୍ୟା ନ ଥିଲେ ମଧ୍ୟ ଜଣେ ଏଥିଯୋଗୁ ହୃଦ୍‌ଘାତର ଶିକାର ହୋଇପାରନ୍ତି। ଶୀତଦିନେ ପ୍ରଦୂଷିତ ବାୟୁ ଅଧିକ କ୍ଷତିକାରକ ହୋଇଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ତେବେ ଯେ କୌଣସି ବାୟୁ ପ୍ରଦୂଷକ ହୃଦ୍‌ଘାତର କାରଣ ପାଲଟିପାରେ ବୋଲି ସାଂଘାଇସ୍ଥିତ ଫୁଡାନ୍‌ ୟୁନିଭର୍ସିଟିର ସ୍କୁଲ ଅଫ୍‌ ପବ୍ଲିକ ହେଲ୍‌ଥର ପ୍ରଫେସର ହାଇଡଙ୍ଗ୍‌ କାନ୍‌ କହିଛନ୍ତି। ଅଟୋମୋବାଇଲ ଶିଳ୍ପ, ପାଓ୍ବାର ପ୍ଲାଣ୍ଟ, ନିର୍ମାଣ ସାଇଟ୍‌ ଆଦିରୁ ବାହାରୁଥିବା ସୂକ୍ଷ୍ମ କଣିକା ଯଥା ମାଇକ୍ରୋସ୍କୋପିକ୍‌ ସଲିଡ୍‌ କିମ୍ବା ଲିକ୍ୟୁଡ୍‌ ଡ୍ରପ୍‌ଲେଟ୍‌ ମଧ୍ୟ ଅନୁରୂପ ଭାବେ ହୃଦ୍‌ଘାତ ତଥା ଅନ୍ୟ ହୃଦ୍‌ରୋଗ ପାଇଁ ଦାୟୀ। ଏହି କଣିକାଗୁଡ଼ିକ ଏତେ କ୍ଷୁଦ୍ର ଯେ ଆମେ ପ୍ରଶ୍ୱାସରେ ଗ୍ରହଣ କଲାପରେ ବି ଶରୀର ଜାଣିପାରି ନ ଥାଏ ଏବଂ ତାହା ସିଧାସଳଖ ଫୁସ୍‌ଫୁସ୍‌ରେ କିମ୍ବା ରକ୍ତପ୍ରବାହରେ ମିଶିଯାଇଥାଏ।
ହୃଦ୍‌ରୋଗ ଯୋଗୁ ବିଶ୍ୱରେ ବାର୍ଷିକ ୪୨ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ଘଟୁଛି। ଅଧ୍ୟୟନ ଅନୁସାରେ, ୨୦୧୫ରୁ ୨୦୨୦ ମଧ୍ୟରେ ଚାଇନାର ୩୧୮ ସହରରେ ପ୍ରାୟ ୧୩ ଲକ୍ଷ ଲୋକ ଏଥିଜନିତ ହୃଦ୍‌ଘାତ ଯୋଗୁ ଚିକିତ୍ସିତ ହୋଇଛନ୍ତି। ସେହିପରି ଅଳ୍ପ ସମୟ ପାଇଁ ମଧ୍ୟ ଏଭଳି ଘାତକ ପ୍ରଦୂଷକ ସଂସ୍ପର୍ଶରେ ରହିବା ଫଳରେ ହୃଦ୍‌ରୋଗ ସହ ଅନ୍ୟ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିବା ଆଶଙ୍କା ଯଥେଷ୍ଟ ବଢ଼ିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri