Posted inଜାତୀୟ

ପ୍ରାଣନାଶକ ସୂକ୍ଷ୍ମ ବାୟୁ ପ୍ରଦୂଷକ: ଘଣ୍ଟାଏରେ ହୋଇପାରେ ହୃଦ୍‌ଘାତ

ନୂଆଦିଲ୍ଲୀ, ୨୪।୪: ସମ୍ପ୍ରତି ବାୟୁ ପ୍ରଦୂଷଣର ବିପଜ୍ଜନକ ସ୍ତର ବୈଶ୍ୱିକସ୍ତରରେ ଚିନ୍ତାର ବିଷୟ। ପ୍ରଦୂଷିତ ବାୟୁକୁ ନିଃଶ୍ୱାସପ୍ରଶ୍ୱାସରେ ଗ୍ରହଣ କଲେ କିଛି ସମୟ ମଧ୍ୟରେ ତାହା ପ୍ରାଣନାଶକ ସାଜିପାରେ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏୟାର କ୍ୱାଲିଟି ଗାଇଡ୍‌ଲାଇନ୍‌ ଅନୁସାରେ ଧାର୍ଯ୍ୟ ସ୍ତରଠାରୁ ନିମ୍ନସ୍ତରର ବାୟୁକୁ ଶ୍ୱାସକ୍ରିୟାରେ ଗ୍ରହଣ କଲେ ମାତ୍ର ଘଣ୍ଟାଏରେ ଜଣଙ୍କୁ ହୃଦ୍‌ଘାତ ହୋଇପାରେ ବୋଲି ଆମେରିକାନ୍‌ ହାର୍ଟ ଆସୋସିଏଶନର ସର୍କୁଲାର ଜର୍ନାଲରେ ଏକ ନୂଆ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି।
ପ୍ରମୁଖ ବାୟୁ ପ୍ରଦୂଷକ ଯଥା ସୂକ୍ଷ୍ମ କଣିକା ପଦାର୍ଥ, ନାଇଟ୍ରୋଜେନ୍‌ ଡାଇଅକ୍ସସାଇଡ୍‌, ସଲ୍‌ଫର ଡାଇଅକ୍ସସାଇଡ ଏବଂ କାର୍ବନ ମନୋକ୍ସସାଇଡ ସଂସ୍ପର୍ଶରେ ଆସିବା ଫଳରେ ତାହା ଆକ୍ୟୁଟ୍‌ କରୋନାରି ସିଣ୍ଡ୍ରୋମ୍‌ (ଏସିଏସ୍‌)କୁ ଟ୍ରିଗର କରିଥାଏ। ଅର୍ଥାତ ଏହା ଦ୍ୱାରା ଜଣଙ୍କ ଶରୀରରେ ହୃତ୍‌ପିଣ୍ଡକୁ ହଠାତ୍‌ ରକ୍ତପ୍ରବାହ ବନ୍ଦ ହୋଇଯାଏ କିମ୍ବା ଅସ୍ଥାୟୀ ଭାବେ ଧମନୀରେ ରକ୍ତ ଜମାଟ ବାନ୍ଧି ହୋଇଯାଇଥାଏ। ଅନ୍ୟ ବାୟୁ ପ୍ରଦୂଷକ ତୁଳନାରେ ନାଇଟ୍ରୋଜେନ୍‌ ଡାଇଅକ୍ସସାଇଡ ଅଧିକ କ୍ଷତିକାରକ ହୋଇଥାଏ। ଏହା ସଂସ୍ପର୍ଶରେ ଆସିବାରେ ମାତ୍ର ଘଣ୍ଟାଏ ଭିତରେ ହୃଦ୍‌ଘାତ ହୋଇପାରେ। ବିଶେଷ କରି ୬୫ କିମ୍ବା ଊର୍ଦ୍ଧ୍ୱ ବୟସ ବର୍ଗର ଲୋକଙ୍କ କ୍ଷେତ୍ରରେ ଏହି ଆଶଙ୍କା ଅଧିକ ରହିଛି। ଧୂମପାନ କିମ୍ବା ଶ୍ୱାସକ୍ରିୟା ସମ୍ପର୍କିତ ସମସ୍ୟା ନ ଥିଲେ ମଧ୍ୟ ଜଣେ ଏଥିଯୋଗୁ ହୃଦ୍‌ଘାତର ଶିକାର ହୋଇପାରନ୍ତି। ଶୀତଦିନେ ପ୍ରଦୂଷିତ ବାୟୁ ଅଧିକ କ୍ଷତିକାରକ ହୋଇଥାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ତେବେ ଯେ କୌଣସି ବାୟୁ ପ୍ରଦୂଷକ ହୃଦ୍‌ଘାତର କାରଣ ପାଲଟିପାରେ ବୋଲି ସାଂଘାଇସ୍ଥିତ ଫୁଡାନ୍‌ ୟୁନିଭର୍ସିଟିର ସ୍କୁଲ ଅଫ୍‌ ପବ୍ଲିକ ହେଲ୍‌ଥର ପ୍ରଫେସର ହାଇଡଙ୍ଗ୍‌ କାନ୍‌ କହିଛନ୍ତି। ଅଟୋମୋବାଇଲ ଶିଳ୍ପ, ପାଓ୍ବାର ପ୍ଲାଣ୍ଟ, ନିର୍ମାଣ ସାଇଟ୍‌ ଆଦିରୁ ବାହାରୁଥିବା ସୂକ୍ଷ୍ମ କଣିକା ଯଥା ମାଇକ୍ରୋସ୍କୋପିକ୍‌ ସଲିଡ୍‌ କିମ୍ବା ଲିକ୍ୟୁଡ୍‌ ଡ୍ରପ୍‌ଲେଟ୍‌ ମଧ୍ୟ ଅନୁରୂପ ଭାବେ ହୃଦ୍‌ଘାତ ତଥା ଅନ୍ୟ ହୃଦ୍‌ରୋଗ ପାଇଁ ଦାୟୀ। ଏହି କଣିକାଗୁଡ଼ିକ ଏତେ କ୍ଷୁଦ୍ର ଯେ ଆମେ ପ୍ରଶ୍ୱାସରେ ଗ୍ରହଣ କଲାପରେ ବି ଶରୀର ଜାଣିପାରି ନ ଥାଏ ଏବଂ ତାହା ସିଧାସଳଖ ଫୁସ୍‌ଫୁସ୍‌ରେ କିମ୍ବା ରକ୍ତପ୍ରବାହରେ ମିଶିଯାଇଥାଏ।
ହୃଦ୍‌ରୋଗ ଯୋଗୁ ବିଶ୍ୱରେ ବାର୍ଷିକ ୪୨ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ଘଟୁଛି। ଅଧ୍ୟୟନ ଅନୁସାରେ, ୨୦୧୫ରୁ ୨୦୨୦ ମଧ୍ୟରେ ଚାଇନାର ୩୧୮ ସହରରେ ପ୍ରାୟ ୧୩ ଲକ୍ଷ ଲୋକ ଏଥିଜନିତ ହୃଦ୍‌ଘାତ ଯୋଗୁ ଚିକିତ୍ସିତ ହୋଇଛନ୍ତି। ସେହିପରି ଅଳ୍ପ ସମୟ ପାଇଁ ମଧ୍ୟ ଏଭଳି ଘାତକ ପ୍ରଦୂଷକ ସଂସ୍ପର୍ଶରେ ରହିବା ଫଳରେ ହୃଦ୍‌ରୋଗ ସହ ଅନ୍ୟ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିବା ଆଶଙ୍କା ଯଥେଷ୍ଟ ବଢ଼ିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri