ଘାତକ କୋଲେଷ୍ଟରଲ

ମାନେକା ଗାନ୍ଧୀ

ମହମ ତଥା ଚର୍ବି(ଫ୍ୟାଟ୍‌) ଭଳି ପଦାର୍ଥ କୋଲେଷ୍ଟରଲ ଆମ ଶରୀରର ସବୁ କୋଷିକାରେ ମିିଳିଥାଏ। ଶରୀରରେ ଭିଟାମିନ ଡି’, ହର୍ମୋନ ତିଆରି କରିବା ଲାଗି ଏହା ଦରକାର ହୁଏ ଓ ଖାଦ୍ୟ ହଜମ କରିବା ଲାଗି ଆବଶ୍ୟକ ତତ୍ତ୍ୱ ଯୋଗାଇଥାଏ। ଏହା ମୁଖ୍ୟତଃ ଦୁଇଟି ଉତ୍ସରୁ ମିଳିଥାଏ। ଶରୀର ପାଇଁ ଆବଶ୍ୟକ ସମସ୍ତ ପ୍ରକାର କୋଲେଷ୍ଟରଲ ଲିଭର ଯୋଗାଏ। ଅପରପକ୍ଷରେ ଶରୀର ଆବଶ୍ୟକ କରୁନଥିବା କୋଲେଷ୍ଟରଲ ପ୍ରାଣିଜ ଖାଦ୍ୟରୁ ଆସିଥାଏ। ଶରୀରରେ ଆବଶ୍ୟକତାଠାରୁ ଅଧିକ କୋଲେଷ୍ଟରଲ ରହିଲେ ତାହା ହାର୍ଟ ଡିଜିଜ୍‌ କିମ୍ବା ହାର୍ଟ ଆଟାକ୍‌ର କାରଣ ହୋଇଥାଏ। କୋଲେଷ୍ଟରଲ ବୃଦ୍ଧି ପାଇଲେ ତାହା ଧମନୀକୁ ସଙ୍କୁଚିତ କରିଦିଏ। ଏହାଦ୍ୱାରା ହାର୍ଟକୁ ରକ୍ତପ୍ରବାହ ବାଧାପ୍ରାପ୍ତ ହୁଏ। ବହୁ ସମୟରେ ଶରୀରରେ କୋଲେଷ୍ଟରଲ ସ୍ତର ଅଧିକ ରହିଥିଲେ ମଧ୍ୟ ପ୍ରଥମ ହାର୍ଟ ଆଟାକ୍‌ ନ ହେବା ଯାଏ ତାହା ସହଜରେ ଜଣାପଡ଼େନାହିଁ। ଅତ୍ୟଧିକ ଓଜନ ମଧ୍ୟ ଏକ ସମସ୍ୟା । କାରଣ ତୁମେ ଯେଉଁ ଖାଦ୍ୟ ଗ୍ରହଣ କରିଥାଅ ତାହା କୋଲେଷ୍ଟରଲ ବୃଦ୍ଧି କରିବା ସହ ଓଜନ ମଧ୍ୟ ବଢ଼ାଇଥାଏ। କିଛି କୋଲେଷ୍ଟରଲ ଲିଭର ଏବଂ ଗଲ୍‌ବ୍ଲାଡରରେ ଜମି ରହେ। କିନ୍ତୁ ଅଧିକ କୋଲେଷ୍ଟରଲ ଜମାଟ ବାନ୍ଧେ ଫ୍ୟାଟ ସେଲ୍‌ ବା କୋଷିକାରେ, ଯାହାକୁ କୁହାଯାଏ ଆଡିପୋସାଇଟ୍‌। ଶରୀରରେ ଏହା ଅତ୍ୟଧିତ୍କ ଜମାଟ ବାନ୍ଧିଲେ ଫ୍ୟାଟ ସେଲ୍‌ ଫୁଲିଯାଏ ଓ ଓଜନ ବୃଦ୍ଧି ପାଇଥାଏ। ଅତ୍ୟଧିକ ଫ୍ୟାଟ୍‌(ଚର୍ବିଜାତୀୟ) କିମ୍ବା କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଖାଇବା ଯୋଗୁ ଶରୀରରେ କୋଲେଷ୍ଟରଲ ସ୍ତର ମଧ୍ୟ ଅଧିକ ବଢ଼ିଯାଏ।
ଦୁଇ ପ୍ରକାର କୋଲେଷ୍ଟରଲ ରହିଛି। ହାଇ ଡେନ୍‌ସିଟି ଲିପୋପ୍ରୋଟିନ(ଏଚ୍‌ଡିଏଲ୍‌) ଶରୀର ପାଇଁ ଭଲ। ଏହା ଶରୀରରୁ କ୍ଷତିକାରକ କୋଲେଷ୍ଟରଲ ନିଷ୍କାସନ କରି ହାର୍ଟ ଆଟାକ୍‌ ଏବଂ ଷ୍ଟ୍ରୋକ୍‌ରୁ ରକ୍ଷା କରେ। ଲୋ ଡେନ୍‌ସିଟି ଲିପୋପ୍ରୋଟିନ (ଏଲ୍‌ଡିଏଲ୍‌) ଏକ କ୍ଷତିକାରକ କୋଲେଷ୍ଟରଲ। ଏହା ରକ୍ତ ପ୍ରବାହରେ ବାଧା ଦିଏ। ଷ୍ଟ୍ରୋକ୍‌ ଓ ହାର୍ଟ ଆଟାକ୍‌ର କାରଣ ହୋଇଥାଏ। ଏଲ୍‌ଡିଏଲ୍‌ ଲିଭରରୁ କୋଲେଷ୍ଟରଲକୁ ଶରୀରର ସବୁଆଡ଼େ ରହିଥିତ୍ବା ସେଲ୍‌କୁ ନେଇଥାଏ । ଶରୀରରେ ଅତ୍ୟଧିକ ଏଲ୍‌ଡିଏଲ ରହିଲେ ଏହା ଧମନୀର ଭିତର ପାଖରେ ଅଠାଭଳି ଲାଗି ରହେ ଓ ଧୀରେ ଧୀରେ ଜମାଟ ବାନ୍ଧି ଚର୍ବିଭଳି ପଦାର୍ଥ (ଆଥେରୋମା) ସୃଷ୍ଟି କରେ। ଏହି ପ୍ରକ୍ରିୟାକୁ କୁହାଯାଏ ଆଥେରୋସ୍କ୍ଲେରୋସିସ୍‌।
କୋଲେଷ୍ଟରଲ ଆନିମଲ ଫୁଡ୍‌, ମାଂସ, ଦୁଗ୍ଧ, ଲହୁଣି ଓ ଛେନାରୁ ମିଳିଥାଏ। ସାଚୁରେଟେଡ ଏବଂ ଟ୍ରାନ୍ସ ଫ୍ୟାଟ୍‌ ରକ୍ତରେ କୋଲେଷ୍ଟରଲ ବୃଦ୍ଧି କରିଥାଏ । ମାଂସ, ଦୁଗ୍ଧଜାତୀୟ ଖାଦ୍ୟ, ଚକୋଲେଟ, ବିସ୍କୁଟ୍‌ ଏବଂ ପପକର୍ନ, କୃତ୍ରିମ ଲହୁଣି, ଅତ୍ୟଧିତ୍କ ତେଲଭାଜି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ମୁଖ୍ୟତଃ ଜଙ୍କ୍‌ଫୁଡରୁ ସାଚ୍ୟୁରେଟେଡ ଫ୍ୟାଟ୍‌ ମିଳିଥାଏ। ଫ୍ରାଏଡ୍‌ ଏବଂ ପ୍ରୋସେସ୍‌ଡ ଫୁଡ୍‌ ଓ ଜଙ୍କ୍‌ଫୁଡରୁ ଟ୍ରାନ୍ସଫ୍ୟାଟ୍‌ ମିଳେ। ବୟସ୍କମାନଙ୍କ ପାଇଁ କୋଲେଷ୍ଟରଲ ସ୍ତର ୨୦୦ ମିଲିଗ୍ରାମ ପର୍‌ ଡେସିଲିଟର (ଏମ୍‌ଜି/ଡିଏଲ୍‌) ରହିଲେ ଏହା ସ୍ବାସ୍ଥ୍ୟ ପାଇଁ ଭଲ। ୨୦୦- ୨୩୯ ଏମ୍‌ଜି/ଡିଏଲ୍‌ ମଧ୍ୟରେ ରହିଲେ ଚଳିବ। କିନ୍ତୁ ୨୪୦ ଏମ୍‌ଜି/ଡିଏଲ୍‌ କିମ୍ବା ଏହାଠାରୁ ଅଧିକ କ୍ଷତିକାରକ। ଏଲ୍‌ଡିଏଲ୍‌ କୋଲେଷ୍ଟରଲ ସ୍ତର ୧୦୦ ଏମ୍‌ଜି/ଡିଏଲ୍‌ରୁ କମ୍‌ ରହିବା ଉଚିତ। ତେବେ କଥା ହେଉଛି, କୋଲେଷ୍ଟରଲ ସ୍ତର ଉଚ୍ଚ ରହିଥିଲେ ନିଦ୍ଦିର୍ର୍ିଷ୍ଟ ଭାବେ ତାହାର କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ। ଏଣୁ ଏହା ଜାଣିବାକୁ ହେଲେ ତୁମକୁ ପରୀକ୍ଷା କରିବା ଉଚିତ। କୋଲେଷ୍ଟରଲ ଶରୀରରେ ଲୁଚି ରହି ଘାତକ ସାଜେ। ଏହା ଚରମ ସୀମାରେ ନ ପହଞ୍ଚିବା ଯାଏଁ ଆମେ ଜାଣିପାରୁନାହଁୁ। ବିଶେଷ କରି କୋଲେଷ୍ଟରଲ ବୃଦ୍ଧି ହେଲେ ଅନେକଙ୍କ ଆଖି ଚାରିପାଖି ତ୍ୱଚାରେ କୋମଳ, ହଳଦିଆ ରଙ୍ଗର ମାଂସ ବୃଦ୍ଧି କିମ୍ବା ଦାଗ ଦେଖାଯାଏ। ଏହାକୁ ଜାନ୍ଥୋମାସ କୁହାଯାଏ। ବାମ ପାର୍ଶ୍ୱ ଛାତିରେ ଯନ୍ତ୍ରଣା, ଚାପ ପ୍ରକାଶ ପାଏ, ମୁଣ୍ଡ ବୁଲାଇବା,ଚାଲିିବାରେ ଅସନ୍ତୁଳନ, କଥା ଅସ୍ପଷ୍ଟ ରହିବା କିମ୍ବା ଆଣ୍ଠୁତଳେ ଯନ୍ତ୍ରଣା ଅନୁଭବ ହେବା ଭଳି ଲକ୍ଷଣ ମଧ୍ୟରୁ ଯେ କୌଣସି ଗୋଟିଏ ଥିଲେ ଶରୀରରେ ଅଧିକ କୋଲେଷ୍ଟରଲ ରହିଛି ବୋଲି ଜଣାଯାଏ।
କୋଲେଷ୍ଟରଲ ସ୍ତର କମାଇବାକୁ ହେଲେ ମାଂସ ଖାଇବା ଓ କ୍ଷୀର ପିଇବା ବନ୍ଦ କର। ଘିଅ, ଲହୁଣି ଏବଂ ପନିର ଖାଇବା ଛାଡ଼। ସାମୁଦ୍ରିକ କଙ୍କଡ଼ା, ଚିଙ୍ଗୁଡ଼ି ଖାଅନାହିଁ। ଧୂମପାନ କର ନାହିଁ। ନିୟମିତ ବ୍ୟାୟାମ କର। ମଇଦା ଭଳି ରିଫାଇନ୍‌ଡ ଶସ୍ୟଜାତୀୟ ଖାଦ୍ୟ ଖାଇବା କମାଇଦିଅ। କୋଲେଷ୍ଟରଲ ଅଧିକ ରହିଥିତ୍ଲେ ଆଳୁ, ପାଉଁରୁଟି, ଅରୁଆ ଭାତ ଓ ପ୍ରୋସେସ୍‌ଡ ସୁଗାର ଠାରୁ ଦୂରେଇ ରହିବା ଦରକାର। ଫ୍ରାଏଡ୍‌ ଫୁଡ୍‌ ଏବଂ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଜାତୀୟ ଖାଦ୍ୟ ଠାରୁ ଦୂରେଇ ରୁହ । ଫଳ, ପରିବା ଏବଂ ଶସ୍ୟଜାତୀୟ ଖାଦ୍ୟ ପ୍ରତିଦିନ ଖାଇବା ଉଚିତ। କେଉଁ ସବୁ ଖାଦ୍ୟ କୋଲେଷ୍ଟରଲ ହ୍ରସ କରିବାରେ ପ୍ରମୁଖ ଭୂମିକା ନିଏ ସେ ସମ୍ପର୍କରେ ହାଭାର୍ଡ ହେଲ୍‌ଥ ଏକ ଉପାଦେୟ ରିପୋର୍ଟରେ ପ୍ରକାଶ କରିଛି। ଏଥି ମଧ୍ୟରେ ରହିଛି ଓଟ୍‌, ବାର୍ଲି, ଶସ୍ୟଜାତୀୟ ଖାଦ୍ୟ, ବିନ୍‌, ବାଇଗଣ ଓ ଭେଣ୍ଡି, ବିଭିନ୍ନ ପ୍ରକାର କୋଳି, ଭେଜିଟେବଲ ଅଏଲ୍‌ (କାନୋଲା ଓ ସନ୍‌ଫ୍ଲାଓ୍ବାର), ଫଳ(ମୁଖ୍ୟତଃ ସେଓ,ଅଙ୍ଗୁର, ଷ୍ଟ୍ରବେରି ଓ କଣ୍ଟାଜାତୀୟ ଫଳ), ସୋୟା ଏବଂ ସୋୟାଜାତୀୟ ଖାଦ୍ୟ ।
ଦିନକୁ ଅଧା କିମ୍ବା ଗୋଟିଏ କପ୍‌ ରନ୍ଧା ଓଟ୍‌ମିଲ ୫ରୁ ୮% କୋଲେଷ୍ଟରଲ କମାଇପାରିବ। ଓଟ୍‌ମିଲରୁ ଶରୀର ପାଇଁ ଉପକାରୀ ଦ୍ରବଣୀୟ ଓ ଅଦ୍ରବଣୀୟ ଫାଇବର୍‌ ବା ତନ୍ତୁ ମିଳିଥାଏ। ଜୁନ୍‌ ୨୦୨୦ ଇମ୍ପେରିଆଲ କଲେଜ ଲଣ୍ଡନର ଗବେଷକ ମାଜିଦ ଇଜାତି ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା କରାଯାଇଥିବା ଗବେଷଣା ସମ୍ପର୍କିତ ରିପୋର୍ଟ ନେଚର ଜର୍ନାଲରେ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିତ୍ଲା ଯେ, ଉଚ୍ଚ ଆୟକାରୀ ଦେଶ, ବିଶେଷକରି ୟୁରୋପୀୟ ଦେଶଗୁଡ଼ିକରେ ୧୯୮୦ରୁ କୋଲେଷ୍ଟରଲ ସ୍ତର କମିଯାଇଥିବାବେଳେ ଏସିଆର ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଏହା ଅତ୍ୟଧିକ ବୃଦ୍ଧି ପାଇଥିତ୍ଲା। ମୁଖ୍ୟତଃ ଦକ୍ଷିଣ ଏସୀୟ ରାଷ୍ଟ୍ରଗୁଡ଼ିକ ଏବେ କୋଲେଷ୍ଟରଲ ସ୍ତର ବୃଦ୍ଧିରେ ଢ଼େର ଆଗରେ ରହିଛନ୍ତି। ଆନିମଲ ଫୁଡ୍‌, ରିଫାଇନ୍‌ଡ କାର୍ବୋହାଇଡ୍ରେଟ(ମଇଦା) ଏବଂ ପାମ୍‌ ଅଏଲ୍‌ କୋଲେଷ୍ଟରଲ ବୃଦ୍ଧିର ମୁଖ୍ୟ କାରଣ ରହିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ଉଚ୍ଚ କୋଲେଷ୍ଟରଲଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ହାର୍ଟ ଆଟାକ୍‌ ଏବଂ ଷ୍ଟ୍ରୋକ୍‌ର ଆଶଙ୍କା ରହିଥିବା ଏହି ଗବେଷଣାରୁ ପୁନଃ ନିର୍ଦ୍ଧାରିତ ହୋଇପାରିଛି।
୧୯୮୦ରୁ ୨୦୧୮ ଯାଏ କୋଲେଷ୍ଟରଲ ସ୍ତରର ବୈଶ୍ୱିକ ଟ୍ରେଣ୍ଡ୍‌ ଆକଳନ କରିବା ଲାଗି ପାଖାପାଖି ୧୦୦୦ ଗବେଷକ ୧୦୨.୬ ମିଲିୟନ ବୟସ୍କଙ୍କୁ ନେଇ ଗବେଷଣା କରିଥିଲେ। ବେଲ୍‌ଜିୟମ, ସ୍ବିଡେନ, ସ୍ବିଜରଲାଣ୍ଡ (ମାଂସ ଓ ଦୁଗ୍ଧ ଜାତୀୟ ଖାଦ୍ୟର କେନ୍ଦ୍ର) ଏବଂ ଆଇସ୍‌ଲାଣ୍ଡରେ ଉଚ୍ଚ ସ୍ତରରେ ଥିବା କୋଲେଷ୍ଟରଲ ଶୀଘ୍ର ହ୍ରାସ ପାଇଥିବା ଏହି ରିପୋର୍ଟରେ ପ୍ରକାଶ କରାଯାଇଥିଲା । ବ୍ରିଟିଶ ହାର୍ଟ ଫାଉଣ୍ଡେଶନ ମତରେ, ଇଂଲଣ୍ଡରେ ଏଲ୍‌ଡିଏଲ୍‌ ସ୍ତର ମଧ୍ୟ ଖୁବ୍‌ ହ୍ରାସ ପାଇଛି। ୧୯୮୦ରେ କୋଲେଷ୍ଟରଲ ସ୍ତର ସବୁଠୁ କମ୍‌ ରହିଥିତ୍ଲା ଚାଇନାରେ । କିନ୍ତୁ ୨୦୧୮ରେ ଏହା ସର୍ବାଧିକ ସ୍ତରରେ ପହଞ୍ଚିଥିଲା। ଭାରତ, ମାଲେସିଆ, ଫିଲିପାଇନ୍ସ ଏବଂ ଥାଇଲାଣ୍ଡ ଏହି ସ୍ତର କମାଇ ପାରିନାହାନ୍ତି। ୧୯୮୦ରେ ବଶ୍ୱର କୋଲେଷ୍ଟରଲ ସ୍ତର ତାଲିକାରେ ଅଷ୍ଟ୍ରେଲୀୟ ମହିଳାମାନେ ସବୁଠୁ ଉଚ୍ଚ ୩୨ତମ ସ୍ଥାନରେ ରହିଥିଲେ। ଏବେ ସେମାନେ ୧୪୬ତମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲୀୟ ପୁରୁଷମାନେ ସେତେବେଳର ୩୧ତମ ସ୍ଥାନରୁ ଆସି ପହଞ୍ଚିଛନ୍ତି ୧୧୬ରେ।
ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ନ୍ୟୁଟ୍ରିଶନର ରିସର୍ଚ୍ଚ ପେପର୍‌ର ଲେଖକ ଡ.ଅଭୁଲା ଲକ୍ଷ୍ମୈହା କହିଛନ୍ତି ଯେ, ୧୯୮୦ରେ ବିଶ୍ୱରେ ଭାରତୀୟ ପୁରୁଷମାନଙ୍କର ଏଲ୍‌ଡିଏଲ୍‌ କୋଲେଷ୍ଟରଲ ସ୍ତର ୧୨୮ ର଼୍ୟାଙ୍କରେ ରହିଥିଲା ଓ ୨୦୧୮ରେ ମଧ୍ୟ ସେହି ର଼୍ୟାଙ୍କରେ ରହିଛି । ମହିଳାମାନେ ବୈଶ୍ୱିକ ର଼୍ୟାଙ୍କରେ ଏବେ ୧୩୯ ତମ ସ୍ଥାନରେ ରହିଛନ୍ତି। ଡାଇବେଟିସ ଓ୍ୟଷଧ ଯଥା ପ୍ରୋଜେଷ୍ଟିନ, ଆନାବୋଲିକ ଷ୍ଟିରଏଡ ଏବଂ କୋର୍ଟିକୋଷ୍ଟିରଏଡ ଏଲ୍‌ଡିଏଲ କୋଲେଷ୍ଟରଲ ବୃଦ୍ଧି କରେ ଏବଂ ଏଚ୍‌ଡିଏଲ କୋଲେଷ୍ଟରଲ ହ୍ରାସ କରିଥାଏ। ଭାରତରେ ଷ୍ଟିରଏଡର ବହୁଳ ବ୍ୟବହାର ହୋଇଥାଏ। ଏହାକୁ ସିଧାସଳଖ ଗ୍ରହଣ ନ କରି କୁକୁଡ଼ାଙ୍କୁ ଦିଆଯାଉଥିତ୍ବା ଷ୍ଟିରଏଡ୍‌କୁ ଆମେ ଖାଦ୍ୟ ମାଧ୍ୟମରେ ଗ୍ରହଣ କରିଥାଉ। ଏସିଆର ପ୍ରତ୍ୟେକ ଦେଶରେ ମାଂସ କିମ୍ବା ଚିକେନ ଓ କ୍ଷୀରର ଅଧିକ ମୂଲ୍ୟ ଖାଇବାରେ ବାଧା ଦେଇ ପାରିନାହିଁି । ଏଣୁ ଲେଖକ ପରାମର୍ଶ ଦେଇଛନ୍ତି ଯେ, କୋଲେଷ୍ଟରଲ ସ୍ତର କମାଇବା ପାଇଁ କେଉଁ ଖାଦ୍ୟ ଗ୍ରହଣ କରିବ, ସେଥିପାଇଁ ତୁମର ତଥା ପରିବାର ସଦସ୍ୟଙ୍କ ଜୀବନର ମୂଲ୍ୟକୁ ବିଚାରକୁ ନେଇ ତୁମକୁ ହିଁ ନିଷ୍ପତ୍ତି ନେବାକୁ ପଡ଼ିବ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri