ପୋଲିସକୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର,୨୪ା୧୦ (ବ୍ୟୁରୋ): ଭୁବନେଶ୍ୱର ସାଲିଆସାହିରେ ଦାଦାବଟି ମାଗୁଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବା ନୟାପଲ୍ଲୀ ଥାନାର ପୋଲିସ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଅଭିଯୁକ୍ତର ମା’ ଓ ଭଉଣୀ ମିଳିତ ଭାବେ ବିଧା ଗୋଇଠା ମାରିବା ସହ କାଠ ଫାଳିଆରେ ନିର୍ଘାତ ପିଟିବାରୁ ଏସ୍‌ଆଇ ବିଜୟ କୁମାର ବାରିକ, କନ୍‌ଷ୍ଟେବଳ ଜ୍ୟୋତ୍ସ୍ନାରାଣୀ ସାହୁ, ହୋମ୍‌ଗାର୍ଡ ଦୀପ୍ତିରଞ୍ଜନ ପାଟଶାଣୀ ଆହତ ହୋଇଛନ୍ତି। ଏସ୍‌ଆଇ ବିଜୟଙ୍କ ଅଭିଯୋଗକ୍ରମେ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ସେଠୀ, ମା’ ଅନ୍ନପୂର୍ଣ୍ଣା ଓ ଭଉଣୀ ବିଷ୍ଣୁପ୍ରିୟାଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ସାଲିଆସାହି ତାରିଣୀ ନଗରରେ ରହୁଥିବା ରିଆସତ ଖାନ୍‌ ଗତ ୨୦ ତାରିଖ ରାତି ପ୍ରାୟ ୧୦ଟାରେ ସ୍କୁଟିରେ ସ୍ତ୍ରୀଙ୍କୁ ବସାଇ ଘରକୁ ଫେରୁଥିଲେ। ଉକ୍ତ ଅଞ୍ଚଳର ସଞ୍ଜୟ ତାଙ୍କ ସ୍କୁଟିକୁ ଅଟକାଇ ୩୦ ହଜାର ଟଙ୍କା ଦାଦାବଟି ମାଗିଥିଲେ। ରିଆସତ ଟଙ୍କା ଦେବାକୁ ମନା କରିବାରୁ ସେ ତାଙ୍କ ସ୍କୁଟିକୁ ଛଡ଼ାଇ ରଖିଥିଲେ। ଏନେଇ ରିଆସତ ଥାନାରେ ଅଭିଯୋଗ କରିବା ପରେ ଏସ୍‌ଆଇ ବିଜୟ ବାରିକ ମାମଲାର ତଦନ୍ତ କରୁଥିଲେ। ଗୁରୁବାର ଅପରାହ୍ନ ୨ଟାରେ ପୋଲିସ ଟିମ୍‌ ସହ ସଞ୍ଜୟଙ୍କ ଘରେ ପହଞ୍ଚତ୍ ଘଟଣା ସଂକ୍ରାନ୍ତରେ ପଚାରିଥିଲେ। ହେଲେ ବିଷ୍ଣୁପ୍ରିୟା ଏବଂ ଅନ୍ନପୂର୍ଣ୍ଣା ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ। ଟିମ୍‌ର ଅନ୍ୟ ସଦସ୍ୟଙ୍କୁ କାଠ ଫାଳିଆରେ ପିଟିଥିଲେ। ଏପରି କି ବିଜୟଙ୍କ ବେକରୁ ସୁନାଚେନ୍‌କୁ ମଧ୍ୟ ଲୁଟି ନେଇଥିଲେ। ଜୀବନକୁ ବାଜି ଲଗାଇ ପୋଲିସ ଟିମ୍‌ ସଞ୍ଜୟଙ୍କୁ କାବୁ କରିନେଇଥିବା ଦେଖି ତାଙ୍କ ମାଆ ଓ ଭଉଣୀ ପନିକିରେ ଆକ୍ରମଣ କରିବାକୁ ଗୋଡ଼ାଇଥିଲେ। କାଠଫାଳିଆ ମାଡ଼ରେ କନ୍‌ଷ୍ଟେବଳ ଦୀପ୍ତିରଞ୍ଜନଙ୍କ ହାତରେ ଗଭୀର ଆଘାତ ଲାଗିଛି। ଶେଷରେ ଜୀବନ ବଞ୍ଚାଇବାକୁ ଯାଇ ପୋଲିସ ସେଠାରୁ ପଳାଇ ଆସିଥିଲା। ଶୁକ୍ରବାର ଅଧିକ ଫୋର୍ସ ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସ୍କୁଟିକୁ ଉଦ୍ଧାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

କେରଳକୁ ଦାଦନ ଖଟି ଯାଇଥିଲେ, କୁଅରୁ ଉଦ୍ଧାର ହେଲା ଶ୍ରମିକଙ୍କ ମୃତଦେହ: ଅର୍ଥ ଅଭାବ ଯୋଗୁ ଚିନ୍ତାରେ ପରିବାର

ଦାରିଙ୍ଗବାଡ଼ି,୩୦।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତ କୁନ୍ଦୁପାଙ୍ଗା ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତଦେହକୁ ନିଜ…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ବରଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ୧୦୮ ଆମ୍ବୁଲାନ୍ସ ଚାଳକଙ୍କ ଜୀବନ

ବରଗଡ଼,୩୦।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି-ଅମ୍ବାଭୋନା ରାସ୍ତା ତରାଜୁଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍କୁଲ ବସ୍ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri