ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ପଡ଼ୋଶୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ଗ୍ରାମର ଅଶୋକ ବେହେରା ଏବଂ ତାଙ୍କ ସାନ ଭାଇ କୈଳାସ ବେହେରାଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି । ଥାନା ମାମଲା ନଂ.୧୦୯/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି ।
ଗତ ୨୦୨୫ ମାର୍ଚ୍ଚ ୧୫ ତାରିଖ ରାତି ପ୍ରାୟ ସାଢେ ୯ ଟାରେ ଘରର ଆବର୍ଜନା ନାଳ ପାଣି ନିଷ୍କାସନକୁ କେନ୍ଦ୍ରକରି କୈଳାସଙ୍କ ସ୍ତ୍ରୀ ଏବଂ ତାଙ୍କ ପଡୋଶୀ ମହେନ୍ଦ୍ର ବେହେରାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ତାହା ଉଗ୍ର ରୂପ ନେଇଥିଲା। ଅଶୋକ ଏବଂ କୈଳାସ ଘଟଣାସ୍ଥଳରେ ପହଞ୍ଚି ମହେନ୍ଦ୍ର ଏବଂ ତାଙ୍କ ସ୍ତ୍ରୀ ରଶ୍ମିତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଘଟଣାର ପରଦିନ ଏନେଇ ମହେନ୍ଦ୍ର ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ମକଦ୍ଦମା ରୁଜୁ କରିଥିଲେ।

