ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ପହଞ୍ଚି ଗଲେ ମୃତବ୍ୟକ୍ତି, ଚକିତ ହେଲେ କର୍ମଚାରୀ; ଆଉ ତା’ ପରେ..

ପାଟଣା: କେବେ ଆପଣ ଶୁଣିଛନ୍ତି ଅଥବା ଦେଖିଛନ୍ତି କି ମୃତଦେହ(ଶବ) ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ପହଞ୍ଚିଛି। ହୁଏତ ନା। କିନ୍ତୁ ଏପରି ଏକ ସତ୍ୟ ଘଟଣା ବିହାରର ପାଟଣାରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମୃତବ୍ୟକ୍ତି ନିଜର ଅନ୍ତିମ ସଂସ୍କାର ପାଇଁ ଟଙ୍କା ଉଠାଇବା ଲାଗି ବ୍ୟାଙ୍କରେ ପହଞ୍ଚିଥିଲେ। ଏହା ଦେଖି ବ୍ୟାଙ୍କରେ ଥିବା କର୍ମଚାରୀ ଚମକି ପଡ଼ିଥିଲେ। ଏପରିକି ବ୍ୟାଙ୍କରେ ହୋ-ହଲ୍ଲା ହୋଇଥିଲା। ପରେ ବହୁତ କଷ୍ଟରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ସମ୍ପୂର୍ଣ୍ଣ ଘଟଣାଟି ଏପରି। ମଙ୍ଗଳବାର ପାଟଣା ସହରର ଶାହଜହାଁପୁରର ସିଗରିୟାବା ଗାଁର ମହେଶ ଯାଦବ(୫୫)ଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଗାଁଲୋକେ ଅନ୍ତିମ ସଂସ୍କାର ପାଇଁ ଏକାଠି ହୋଇଥିଲେ। ହେଲେ ତାଙ୍କ ଘରେ ଟଙ୍କାଟିଏ ବି ନ ଥିଲା। କିଭଳି ଭାବେ ଶେଷକୃତ୍ୟ କରାଯିବ ସେ ନେଇ ଚିନ୍ତା ବଢ଼ିଥିଲା। ଏହାପରେ ମହେଶଙ୍କ ବ୍ୟାଙ୍କ ଖାତାରେ ଥିବା ଟଙ୍କାକୁ ଉଠାଇବାକୁ ପରିବାରଲୋକେ ଯୋଜନା କରିଥିଲେ। ଗ୍ରାମବାସୀ ବ୍ୟାଙ୍କରେ ପହଞ୍ଚି ମ୍ୟାନେଜରଙ୍କୁ ଟଙ୍କା ଦେବାକୁ କହିଥିଲେ। ହେଲେ ସେ ତାଙ୍କ ଖାତାରେ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏହାପରେ ଗ୍ରାମବାସୀ ରାଗି ଯାଇଥିଲେ। ସମସ୍ତେ ମିଶି ମହେଶଙ୍କ ମୃତଦେହ ନେଇ ବ୍ୟାଙ୍କରେ ପହଞ୍ଚିଯାଇଥିଲେ।

ପରେ ଗ୍ରାମବାସୀ ସମସ୍ତଙ୍କ ସମ୍ମୁଖରେ ମରଶରୀରକୁ ରଖି ଦେଇଥିଲେ। ଏହା ଦେଖି ସେଠାରେ ଥିବା କର୍ମଚାରୀ ଆଶ୍ଚର୍ଯ୍ୟ ହେବା ସହ ଡରି ଯାଇଥିଲେ। କ’ଣ ଘଟୁଛି କେହି ଜାଣିପାରି ନ ଥିଲେ। ତିନି ଘଣ୍ଟା ଧରି ମହେଶଙ୍କ ମୃତଦେହ ସେଭଳି ପଡ଼ି ରହିଥିଲା। ଗ୍ରାମବାସୀ ବ୍ୟାଙ୍କରେ ମଧ୍ୟ ବସି ରହିଥିଲେ। ଘଟଣା ଚିନ୍ତାର କାରଣ ପାଲଟିବା ପରେ ମ୍ୟାନେଜରଜଣଙ୍କ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ। ହେଲେ ସେ ମାନି ନ ଥିଲେ। ଶେଷରେ ନିଜ ପକେଟରୁ ସେ ୧୦ହଜାର ଟଙ୍କା କାଢ଼ି ଲୋକମାନଙ୍କୁ ଦେଇଥିଲେ। ଏହାପରେ ସେମାନେ ମୃତଦେହକୁ ଅନ୍ତିମସଂସ୍କାର ପାଇଁ ନେଇଥିଲେ।

ଅପରପକ୍ଷେ ମହେଶ ଅବିବାହିତ ଥିବା କୁହାଯାଉଛି। ତାଙ୍କର ପରିବାରରେ କେହି ନ ଥିବାରୁ ଶେଷକୃତ୍ୟ କରିବା କଷ୍ଟକର ହୋଇଥିଲା। ହେଲେ ତାଙ୍କ ବ୍ୟାଙ୍କ ଖାତାରେ ୧୮ହଜାର ଟଙ୍କା ଥିବାରୁ ସେହି ଟଙ୍କା ଉଠାଇବାକୁ ଗ୍ରାମବାସୀ ଯାଇଥିଲେ। ନୋମିନି ନ ଥିବାରୁ ତାହା ସମ୍ଭବ ନୁହେଁ ବାଲି ମ୍ୟାନେଜର କହିଥିଲେ। ଏହାପରେ ଯାହା ଘଟିଲା ତାହା ଏବେ ଚିନ୍ତାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri