କାଜୁ ବଣରୁ ମୃତଦେହ ଜବତ ମାମଲା: ମୃତଦେହ ସ୍ଥାନାନ୍ତର ଅଭିଯୋଗରେ ୨ ଗିରଫ, ଏବେବି ମୃତ୍ୟୁକୁ ନେଇ ସସପେନ୍ସ…

ହିଞ୍ଜିଳିକାଟୁ,୨୭।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖରିଡା ଗାଁ ନିକଟ ଋଷିକୂଲ୍ୟା ନଦୀ ନିକଟ କାଜୁ ତୋଟାରୁ ଶୁକ୍ରବାର ଖରିଡା ଗାଁର ଶ୍ରମିକ ଶ୍ରୀକାନ୍ତ ସେଠୀଙ୍କ ଗଳିତ ମୃତଦେହ ଜବତ ପରେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇ ପାରି ନାହିଁ। ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଫସଲକୁ ବାରହା ଉପଦ୍ରବରୁ ରକ୍ଷା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ଲାଗି ଶ୍ରୀକାନ୍ତଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରୁଛି।

ହେଲେ ଏହି ଘଟଣାରେ ଜମି ମାଲିକ ଓ ଅନ୍ୟ ଜଣକୁ ପୋଲିସ ପ୍ରମାଣ ନତ ଓ ମୃତଦେହକୁ ଉଠାଇ କାଜୁ ତୋଟାରେ ଫୋପାଡ଼ି ଦେବା ଆରୋପରେ ଶନିବାର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ହିଞ୍ଜିଳିକାଟୁ ଥାନାତୋଟା ସାହିର ତଥା ଖରିଡା ଗାଁରେ ଇଟାଭାଟି କରିଥିବା ଦାମ ପାଣିଗ୍ରାହୀ ଓ ପୁରୁଷୋତ୍ତମପୁର ଥାନା ନରସିଂହପୁର ଗ୍ରାମର ତଥା ଇଟାଭାଟିରେ ରାତି ଜଗୁଆଳୀ ଥିବା ଡି. ସଞ୍ଜୟ ରେଡ୍ଡୀ ।

ପ୍ରକାଶ ଯେ, ସବୁଦିନ ପରି ୪ ଜଣ ଶ୍ରମିକଙ୍କୁ ନେଇ ଜଣେ ଟ୍ରାକ୍ଟର ଡ୍ରାଇଭର ବୁଧବାର ରାତିରେ ଋଷିକୂଲ୍ୟା ନଦୀକୁ ବାଲି ଉଠାଇବାକୁ ଯାଇଥିଲେ। ସେଠାରେ ଶ୍ରୀକାନ୍ତଙ୍କୁ ଛାଡି ଅନ୍ୟମାନେ ଗାଁକୁ ଫେରି ଆସିଥିଲେ। ଶ୍ରୀକାନ୍ତଙ୍କ ନିଖୋଜ ନେଇ ଫେରିଥିବା ଅନ୍ୟମାନେ ପରିବାର ଲୋକଙ୍କୁ ସ୍ପଷ୍ଟ କରି ନ ଥିଲେ। ଫଳରେ ବାଲି ମାଫିଆଙ୍କ ଆକ୍ରମଣ କିମ୍ବା ପୂର୍ବଶତ୍ରୁତାରୁ ସୁଚିନ୍ତିତ ଯୋଜନାରେ ଶ୍ରୀକାନ୍ତଙ୍କୁ ଆକ୍ରମଣ ନେଇ ସନ୍ଦେହ ଉପୁଜିଛି।

ଗୁରୁବାର ଶ୍ରୀକାନ୍ତଙ୍କ ବାପା ଦୀନବନ୍ଧୁ ସେଠୀ ପୁଅର ନିଖୋଜ ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୭୮୩/୨୫ରେ ଏକ ମାମଲା ରୁଜୁ କରି ନୀରବ ରହିଥିଲା। ତେବେ ଘଟଣାକୁ ପୋଲିସ ଗୁରୁତ୍ୱ ନ ଦେବାରୁ ଶୁକ୍ରବାର ଖରିଡା ଗାଁର ଶତାଧିକ ମହିଳା ପୁରୁଷଙ୍କ ସମେତ ପରିବାର ଲୋକେ ହିଞ୍ଜିଳି ଥାନା ଘେରାଉ କରିଥିଲେ। ପରେ ପୋଲିସ ଖରିଡା ନିକଟ ମଶାଣିକୁ ଲାଗିଥିବା କାଜୁ ବଗିଚାରୁ ଶ୍ରୀକାନ୍ତଙ୍କ ଗଳିତ ମୃତଦେହ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri