‘ଆନିମଲ’ର ଶୁଟିଂ ଆରମ୍ଭ କଲେ ରଣବୀର

ମୁମ୍ବାଇ: ବଲିଉଡ ଷ୍ଟାର କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବିବାହକୁ ମାତ୍ର ୯ ଦିନ ହୋଇଥିବା ବେଳେ ଉଭୟ କିନ୍ତୁ ବିବାହ ପରେ ଏବେ କର୍ମକ୍ଷେତ୍ରକୁ ବାହାରି ପଡିଛନ୍ତି । ଗୋଟିଏ ପଟେ ଆଲିଆ ମୁମ୍ବାଇରୁ ରାଜସ୍ଥାନ ଯାଇଥିବା ବେଳେ ଅନ୍ୟପଟେ ରଣବୀର ମୁମ୍ବାଇରୁ ମନାଲି ପହଞ୍ଚିଛନ୍ତି । ରଣବୀର ସେଠାରେ ତାଙ୍କ ଫିଲ୍ମ ‘ଆନିମଲ’ର ଶୁଟିଂ ଆରମ୍ଭ କରିଛନ୍ତି । ରଣବୀର ପହଞ୍ଚିବା ପରେ ସେଟରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଫିଲ୍ମର ଶୁଟିଂ ଆରମ୍ଭରୁ କରୋନା ମହାମାରୀ ଯୋଗୁ ବିଳମ୍ବ ହୋଇଥିବା ବେଳେ ଏପଟେ ରଣବୀରଙ୍କ ବିବାହ ଯୋଗୁ ବି ଏହା କିଛି ବିଳମ୍ବ ହୋଇଛି । ଫିଲ୍ମର ଘୋଷଣା ୧ ଜାନୁୟାରୀ, ୨୦୨୧ରେ ହୋଇଥିଲା, ହେଲେ କରୋନା ମହାମାରୀ ଓ ରଣବୀର ସମୟ ନ ଦେଇପାରିବାରୁ ଏହାର ଶୁଟିଂ ହୋଇପାରୁ ନ ଥିଲା । ଏବେ ଏହି ଫିଲ୍ମ ୧୧ ଅଗଷ୍ଟ ୨୦୨୩ରେ ରିଲିଜ୍ ହେବ । ଏହାକୁ କବିର ସିଂଙ୍କ ନିର୍ଦ୍ଦେଶକ ସନ୍ଦିପ ରେଡ୍ଡି ୱାଙ୍ଗା ନିର୍ଦ୍ଦେଶନା ଦେବେ । ପୂର୍ବରୁ ଶୁଣିବାକୁ ମିଳିଥିଲା କି ଏହି ଫିଲ୍ମରେ ରଣଦୀପଙ୍କ ସହ ପରିଣିତି ଚୋପ୍ରା ନଜର ଆସିବେ । ହେଲେ ପରିଣିତି ଏଥିରୁ ନିଜେ ନିଜେ ବାହାରି ଯାଇଛନ୍ତି । ଏବେ ସେ ଇମ୍‌ତିୟାଜ ଅଲିଙ୍କ ଫିଲ୍ମରେ କାମ କରୁଛନ୍ତି । ଏଥିରେ ସେ ଦିଲଜିତ ଦୋସାଂଝଙ୍କ ସହ କାମ କରୁଛନ୍ତି । ଏହା ପଞ୍ଜାବର ଲିଜେଣ୍ଡ ସିଙ୍ଗର ଅମର ସିଂ ଚମକିଲାଙ୍କ ବାୟୋପିକ ହେବ ।
ଅନ୍ୟପଟେ ପରିଣିତି ‘ଆନିମଲ’ରୁ ବାହାରିବା ପରେ ଫିଲ୍ମରେ ସାଉଥ୍ ଷ୍ଟାର ରଶ୍ମିକା ମଂନ୍ଦାନାଙ୍କର ଏଣ୍ଟ୍ରି ହୋଇଛି । ଏବେ ଏହି ଫିଲ୍ମରେ ରଶ୍ମିକା-ରଣବୀର ନଜର ଆସିବେ । ଏହା ବ୍ୟତୀତ ଫିଲ୍ମର ଲିଡ ରୋଲରେ ଅଛନ୍ତି ଅନିଲ କପୁର ଓ ବବି ଦେୱଲ । ଏଥିରେ ଅନିଲ ରଣବୀରଙ୍କ ବାପା ଭୂମିକାରେ ଆସିବେ ଏହାସହ ଏଥିରେ ବାପା- ପୁଅଙ୍କର ସମ୍ପର୍କ ଭଲ ନ ଥିବା ଦେଖାଯାଇଥିବା ଟିଜରରୁ ଅନୁମାନ କରାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri