ଲୀନ ହେଉଛି ଦୟାନଦୀ

କଣାସ,୨୬ା୫(ବିଭୂତି ଭୂଷଣ ତ୍ରିପାଠୀ): ଓଡ଼ିଶା ଇତିହାସରୁ ଜଣାପଡ଼େ ଅଶୋକଙ୍କ କଳିଙ୍ଗ ବିଜୟ ସମୟରେ ଏକ ଲକ୍ଷ ସୈନ୍ୟ ନିହତ ହେବା ସହ ୫ ଲକ୍ଷ ସୈନିକ ଆହତ ହୋଇଥିଲେ। ସୈନ୍ୟମାନଙ୍କ ରକ୍ତ ସେହି ଦୟାନଦୀକୁ ରକ୍ତରଞ୍ଜିତ କରିଥିଲା। ଏବେ ସେହି ଦୟା ନଦୀର ସ୍ଥିତି ଲୋକଲୋଚନରୁ ହଜିଯିବାକୁ ବସିଲାଣି। କୂଆଖାଇ ନଦୀରୁ ସରଦେଇପୁରଠାରୁ ଦୟାନଦୀ ବାହାରି ଭୁବନେଶ୍ୱର ଉପକଣ୍ଠ ଦେଇ ଧଉଳି ପାଦଦେଶରେ ପ୍ରବାହିତ ହୋଇ କଣ୍ଟି, ତିରିମଲ୍ଲ, ଘୋରଡ଼ିଆ, କଣାସ, ଜଙ୍କିଆ, ଗଡ଼ିଶାଗୋଦା ଦେଇ ଚିଲିକାରେ ମିଶିଛି।
ତିରିମଲ୍ଲଠାରେ ଦୟାନଦୀରୁ ରାଜୁଆ ନଦୀ ବାହାରି ପୁନଶ୍ଚ ନୂଆ ଦୋକନ୍ଦାଠାରେ ଦୟାରେ ମିଶିଛି। ରାଜୁଆ ନଦୀ ବର୍ତ୍ତମାନ ଚିରସ୍ରୋତା ହୋଇପଡ଼ିଥିବା ବେଳେ କିମ୍ବଦନ୍ତୀ ଦୟାନଦୀ ଶଯ୍ୟା ପୋତିହୋଇ ହଜିଯିବାକୁ ବସିଲାଣି। ଦୟାନଦୀର ଉପକୂଳବାସୀ ପୂର୍ବରୁ ଟ୍ରକ୍‌ ଟ୍ରକ୍‌ ଆଳୁ, ବାଇଗଣ, କଲରା, ପୋଟଳ, ଜହ୍ନି, କାକୁଡ଼ି, କଖାରୁ, ଲଙ୍କା ଚାଷକରି ରାଜ୍ୟର ବିଭିନ୍ନ ସହର ଓ ବାହାର ରାଜ୍ୟକୁ ପଠାଉଥିଲେ। ଦୀର୍ଘ ୨୦ ବର୍ଷ ହେଲା ତାହା ଆଉ ଦେଖିବାକୁ ମିଳୁନି। ଆଗରୁ ବର୍ଷସାରା ଜଳ ପ୍ରବାହିତ ହେଉଥିଲା, ବର୍ତ୍ତମାନ ବର୍ଷକୁ ୮ ମାସ ଜଳ ପ୍ରବାହିତ ହେଉ ନ ଥିବାରୁ ଦୟାନଦୀ କୂଳିଆ ଚାଷୀମାନେ ପରିବା ଚାଷରୁ ବଞ୍ଚତ୍ତ ହେଉଛନ୍ତି। ଦୟାନଦୀରୁ ବାହାରିଥିବା ରାଜୁଆ ଖାଲୁଆ ହୋଇଥିବାବେଳେ ଦୟାନଦୀ ମୁହଁ ପୋତିହୋଇ ଢିପ ହୋଇଯାଇଥିବାରୁ ବର୍ଷକରେ ୮ ମାସ ଜଳ ପ୍ରବାହିତ ହେଉନାହିଁ। ନଦୀଶଯ୍ୟା ଖନନ ପାଇଁ ନୀଳାଚଳ କୃଷକ ମହାସଂଘ ଓ ଅନ୍ୟାନ୍ୟ ସଂଗଠନ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ଆଗାମୀ ଦିନରେ ଦୟା ନଦୀ ଯେ ବିଲୁପ୍ତ ନ ହେବ ସମୟ ତାହା କହିବ।


Enter your email to get our daily news in your inbox.

All Right Reserved By Dharitri.Com

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

ନିର୍ମାଣର ୫ମାସ ମଧ୍ୟରେ ରାସ୍ତାରୁ ଉଠି ଗଲାଣି ପିଚୁ, ଭିଜିଲାନ୍ସ ତଦନ୍ତ ପାଇଁ ଦାବି

କୋକସରା,୧୯।୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦୀର୍ଘ ବର୍ଷରୁ ମରାମତି ଅଭାବ କାରଣରୁ କୋକସରା ବ୍ଲକ ବଡ଼କେନ୍ଦୁଗୁଡା ବଜାର ପଡିଆ ଛକ ବିଜୁ ଏକ୍ସପ୍ରେସୱେରୁ ବିଜମରା ଭାୟା ବୋବରିଆ…

ନିୟମ କଡ଼ାକଡ଼ି କଲେ ଉପଜିଲାପାଳ; ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ମନା, ପାଳନ ନକଲେ….

ଗୁଣପୁର,୧୯।୮(ସୁଜାତା ପାଢ଼ୀ)- ସାର୍ବଜନୀନ ସ୍ଥାନରେ ନିଶାଦ୍ରବ୍ୟ ସେବନ ଉପରେ କଟକଣା ଜାରି କରାଯାଇଛି । ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡର ବିଭିନ୍ନ ସାର୍ବଜନୀନ ସ୍ଥାନ, ସରକାରୀ କାର୍ଯ୍ୟାଳୟ…

କର୍କ ଆଣିବାକୁ ଯାଇଥିବା ବେଳେ ନାବାଳିକାଙ୍କୁ ବଳାତ୍କାର, ୨୦ ବର୍ଷ…

କଟକ,୧୯।୮(ପ୍ରଭୁକଲ୍ୟାଣ ପାଲ୍): ବ୍ୟାଡମିଣ୍ଟନ ଖେଳ ସମୟରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଦୋଷୀଙ୍କୁ ସଜା ଶୁଣାଇଲେ କଟକ ସ୍ୱତନ୍ତ୍ର ପକ୍ସୋ ଅଦାଲତ । ଆସାମୀ ଜନ୍ମେଜୟ ମଲ୍ଲିକ ଓରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri