Posted inଖେଳ

ଦିବାରାତ୍ର ଓ୍ବାର୍ମଅପ୍‌ ମ୍ୟାଚ୍‌ : ପ୍ରଥମ ଦିନରେ ପଡ଼ିଲା ୨୦ ଉଇକେଟ

ସିଡ୍‌ନୀ, ୧୧।୧୨(ପି.ଟି.)-
ଶୁକ୍ରବାର ଏଠାରେ ଆରମ୍ଭ ହୋଇଯାଇଛି ଭାରତ ଓ ଅଷ୍ଟ୍ରେଲିଆ ‘ଏ’ ଦିବାରାତ୍ର ଓ୍ବାର୍ମଅପ୍‌ କ୍ରିକେଟ ମ୍ୟାଚ। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ପଡ଼ିଛି ୨୦ଟି ଉଇକେଟ। ଭାରତ ପ୍ରଥମ ଇନିଂସରେ ୧୯୪ ରନ କରିଥିବାବେଳେ ଅଷ୍ଟ୍ରେଲିଆ ‘ଏ’ ୧୦୮ରେ ଅଲଆଉଟ ହୋଇଛି। ଫଳରେ ଭାରତ ୮୬ ରନରେ ଅଗ୍ରଣୀଲାଭ କରିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦଳର ସମସ୍ତ ତାରକା ବ୍ୟାଟ୍ସମ୍ୟାନ ଫେଲ୍‌ ମାରିଥଲେ। ହେଲେ ଦେଖିବାକୁ ମିଳିଥିଲା ଯଶପ୍ରୀତ୍‌ ବୁମ୍‌ରା ଚମକ। ସେ ୫୭ ବଲରୁ ୫୫ ରନରେ ଅପରାଜିତ ରହି ଦଳ ପାଇଁ ସର୍ବାଧିକ ରନ୍‌ ସ୍କୋର କରିଥିଲେ। ପ୍ରଥମଶ୍ରେଣୀ କ୍ରିକେଟରେ ଏହା ଥିଲା ତାଙ୍କ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ। ଇନିଂସରେ ସାମିଲ ଥିଲା ୬ ଚୌକା ଓ ୨ ଛକା । ୨୭ ବର୍ଷୀୟ ବୁମ୍‌ରା ଛକା ମାରି ପୂରଣ କରିଥିଲେ ଅର୍ଦ୍ଧଶତକ । ବୁମ୍‌ରା ଓ ମହମ୍ମଦ ସିରାଜ ୧୦ମ ଉଇକେଟରେ ଯୋଡ଼ିଥିଲେ ୭୧ ରନ। ଫଳରେ ସମ୍ମାନଜନକ ସ୍ଥିତିରେ ପହଞ୍ଚତ୍ ପାରିଥିଲା ଟିମ୍‌ ଇଣ୍ଡିଆ। ସିରାଜ ୨୨, ପୃଥ୍ବୀ ଶ’ ୪୦ ଓ ଶୁବମନ ଗିଲ୍‌ ୪୩ ରନ କରିଥିଲେ। ଅଷ୍ଟ୍ରେଲିଆ ‘ଏ’ ପକ୍ଷରୁ ସିଅନ ଆବୋଟ ଓ ଜ୍ୟାକ୍‌ ଓ୍ବାଇଲ୍ଡରମୁଥ ନେଇଥିଲେ ୩ଟି ଲେଖାଏ ଉଇକେଟ।
ଭାରତ ଇନିଂସ ଶେଷ ହେବାପରେ ଅଷ୍ଟ୍ରେଲିଆ ‘ଏ’ ଦଳର ବ୍ୟାଟ୍ସମ୍ୟାନମାନେ ସମ୍ମୁଖୀନ ହୋଇ ପାରି ନ ଥିଲେ ଭ୍ରମଣକାରୀ ଦଳର ବୋଲରଙ୍କ ଘାତକ ବୋଲିଂ। ଫଳରେ ମାତ୍ର ୩୨.୨ ଓଭରରେ ଦଳ ଅଲ୍‌ଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ‘ଏ’ ପକ୍ଷରୁ ଆଲେକ୍ସ କାରେ ସର୍ବାଧିକ ୩୨ ଓ ମାର୍କୁସ ହାରିସ ୨୬ ରନ କରିବାକୁ ସକ୍ଷମ ହୋଇଥିଲେ। ଦୁଇଅଙ୍କ ଛୁଇଁପାରି ନ ଥିଲେ ୭ ଜଣ ଖେଳାଳି। ଭାରତୀୟ ବୋଲରଙ୍କ ମଧ୍ୟରେ ମହମ୍ମଦ ସାମି ଓ ନବଦୀପ ସଇନୀ ୩ଟି ଲେଖାଏ, ବୁମ୍‌ରା ୨ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?