Posted inଖେଳ

ଇତିହାସ ରଚିଲେ ଓ୍ବାର୍ନର

ମେଲବୋର୍ନ,୨୭।୧୨:ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ଡେଭିଡ ୱାର୍ନର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇତିହାସ ସୃଷ୍ଟି କରିଛନ୍ତି। ୱାର୍ନର ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚରେ ଦ୍ୱିଶତକ ହାସଲ କରିଛନ୍ତି। ସେ ତାଙ୍କ ଇନିଂସରେ ୨୫୪ ବଲରେ ୨୦୦ ରନ କରିଥିଲେ। ଏହି ସମୟ ମଧ୍ୟରେ ସେ ୧୬ଟି ଚୌକା ଓ ୨ଟି ଛକା ମାରିଥିଲା। ଦ୍ୱିଶତକ ହାସଲ କରିବା ମାତ୍ରେ ୱାର୍ନର ତାଙ୍କ ନାମରେ ଅନେକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି।
୧୦୦ତମ ଟେଷ୍ଟ ମ୍ୟାଚରେ ଦ୍ୱିଶତକ ହାସଲ କରିବାରେ ୱାର୍ନର ପ୍ରଥମ ଅଷ୍ଟ୍ରେଲୀୟ ତଥା ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ତାଙ୍କ ପୂର୍ବରୁ କେବଳ ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଜୋ ରୁଟ ଏହି କୀର୍ତ୍ତିମାନ ହାସଲ କରିବାରେ ସକ୍ଷମ ହୋଇଥିଲେ। ସେ ଭାରତ ବିପକ୍ଷରେ ୨୦୨୧ରେ ନିଜର ୧୦୦ତମ ଟେଷ୍ଟରେ ୨୧୮ ରନର ଏକ ଇନିଂସ ଖେଳିଥିଲେ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଓପନର୍‌ ଭାବରେ ଡେଭିଡ ୱାର୍ନର ୪୫ତମ ଶତକ ହାସଲ କରିଥିଲେ। ଏହି ଶତକ ସହିତ ସେ ଭାରତର ମହାନ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସହ ସମକକ୍ଷ ହୋଇଛନ୍ତି। ସଚିନ ମଧ୍ୟ ଓପନର୍‌ ଭାବରେ ତାଙ୍କ କ୍ୟାରିୟରରେ ୪୫ ଶତକ ସ୍କୋର କରିଛନ୍ତି। ଯଦିଓ ସଚିନ ଦିନିକିଆରେ ଏହି ସବୁ ଶତକ ସ୍କୋର କରିଛନ୍ତି। ଅନ୍ୟପକ୍ଷରେ ୱାର୍ନର ଦିନିକିଆ, ଟେଷ୍ଟ ଏବଂ ଟି-୨୦ ମ୍ୟାଚ ସମେତ ଓପନର୍‌ ଭାବରେ ୪୫ ଶତକ ହାସଲ କରିଛନ୍ତି।
ଟେଷ୍ଟ ପୂର୍ବରୁ ତାଙ୍କ ୧୦୦ତମ ଦିନିକିଆରେ ଡେଭିଡ ୱାର୍ନର ମଧ୍ୟ ଏକ ଶତକ ହାସଲ କରିଥିଲେ। ସେ ୨୦୧୭ରେ ବେଙ୍ଗାଲୁରୁରେ ଭାରତ ବିପକ୍ଷରେ ଶତକ ହାସଲ କରିଥିଲେ। ଏଥି ସହିତ, ପାଞ୍ଚ ବର୍ଷ ପରେ ସେ ନିଜର ୧୦୦ତମ ଟେଷ୍ଟ ମ୍ୟାଚରେ ଦ୍ୱିଶତକ ସ୍କୋର କରି ଇତିହାସ ସୃଷ୍ଟି କରିଛନ୍ତି। ଏହା କରିବାରେ ସେ ଅଷ୍ଟ୍ରେଲିଆର ପ୍ରଥମ ବ୍ୟାଟ୍ସମ୍ୟାନ ଏବଂ ବିଶ୍ୱରେ ଦ୍ୱିତୀୟ।
ଏହି ସ୍ମରଣୀୟ ଇନିଂସ ସମୟରେ ୱାର୍ନର ମଧ୍ୟ ତାଙ୍କ ଟେଷ୍ଟ କ୍ୟାରିୟରରେ ୮୦୦୦ ରନ ପୂରଣ କରିଥିଲେ। ଅବଶ୍ୟ, ୱାର୍ନର ୨୦୦ ରନ ସ୍କୋର କରିବା ମାତ୍ରେ ସେ କ୍ରାମ୍ପର ଶିକାର ହୋଇଥିଲେ। ପରେ ରିଟାର୍ଟ ହର୍ଟ ହୋଇ ପାଭିଲିୟନକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?