Posted inଜାତୀୟ

ଦେଶର ଝିଅମାନେ ଆଜି ରାଫାଲ ଯୁଦ୍ଧ ବିମାନ ଉଡ଼ାଉଛନ୍ତି: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ ,୧୨।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ୨୦୦ ତମ ଜନ୍ମ ବାର୍ଷିକୀରେ ଆୟୋଜିତ କାର୍ଯ୍ୟକ୍ରମର ଉଦଘାଟନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ କରିଛନ୍ତି। ଏହି ସମୟରେ ସେ ଦିୟାନନ୍ଦ ସରସ୍ବତୀଙ୍କ ସମାଜ ପାଇଁ କରିଥିବା କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ ଏହି ଉତ୍ସବ ଐତିହାସିକ ଏବଂ ଭବିଷ୍ୟତରେ ଇତିହାସ ସୃଷ୍ଟି କରିବ। ଆଜି ଏକବିଂଶ ଶତାବ୍ଦୀରେ ଯେତେବେଳେ ବିଶ୍ୱ ଅନେକ ବିବାଦରେ ଛନ୍ଦି ହୋଇ ହିଂସା ଏବଂ ଅସ୍ଥିରତା ମଧ୍ୟରେ ଜଡିତ ରହିଛି ସେତେବେଳେ ଦୟାନନ୍ଦଙ୍କ ଦ୍ୱାରା ପ୍ରଦର୍ଶିତ ପଥ କୋଟି କୋଟି ଲୋକଙ୍କ ମଧ୍ୟରେ ଭରସା ସୃଷ୍ଟି କରିଛି।

ଯେତେବେଳେ ଦାୟନ୍ଦଙ୍କ ଜନ୍ମ ହୋଇଥିଲେ ଦେଶ ପରାଧୀନ ଦ୍ୱାରା ଦୁର୍ବଳ ହେବା ପରେ ନିଜର ଗୌରବ, ଆତ୍ମବିଶ୍ୱାସ ଏବଂ ସବୁକିଛି ହରାଉଥିଲା। ପ୍ରତ୍ୟେକ ମୁହୂର୍ତ୍ତରେ ଆମର ମୂଲ୍ୟବୋଧ ଏବଂ ଆଦର୍ଶକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା। ଏପରି ସମୟରେ ସାମାଜିକ ଭେଦଭାବ, ଉଚ୍ଚ-ନିମ୍ନ, ଅସ୍ପୃଶ୍ୟତା ଭଳି ସାମାଜିକ ଦୁଷ୍କର୍ମ ବିରୋଧରେ ଦୟାନନ୍ଦ ଏକ ଶକ୍ତିଶାଳୀ ଅଭିଯାନ ଆରମ୍ଭ କରିଥିଲେ ।

ମହିଳାମାନଙ୍କ ସମ୍ବନ୍ଧରେ ସମାଜରେ ବୃଦ୍ଧି ପାଇଥିବା ପାରମ୍ପରିକ ପ୍ରଥା ବିରୋଧରେ ଦାୟାନନ୍ଦ ଯୁକ୍ତିଯୁକ୍ତ ଏବଂ ପ୍ରଭାବଶାଳୀ ସ୍ବର ଉତ୍ତୋଳନ କରିଥିଲେ। ସେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବକୁ ବିରୋଧ କରି ମହିଳା ଶିକ୍ଷା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ଏହାର ଫଳ ସ୍ବରୂପ ଆଜି ଦେଶର ଝିଅମାନେ ରାଫାଲ ଯୁଦ୍ଧ ବିମାନ ଉଡ଼ାଉଛନ୍ତି। ଗରିବ ଏବଂ ଅଧିବାସୀମାନଙ୍କର ଉନ୍ନତିକୁ ହେଉଛିପ୍ରାଥମିକତା ପ୍ରଦାନ କରାଯାଇଛି।

ଦୟାନନ୍ଦ ଜୀ କେବଳ ତାଙ୍କ ଜୀବନରେ ଏକ ପଥ ପରିଷ୍କାର କରିନାହାଁନ୍ତି, ବରଂ ଅନେକ ଅନୁଷ୍ଠାନ ମଧ୍ୟ ସୃଷ୍ଟି କରିଛନ୍ତି। ସେ ତାଙ୍କ ଜୀବନ କାଳରେ ବୈପ୍ଳବିକ ଚିନ୍ତାଧାରା ବହନ କରି ଲୋକଙ୍କୁ ବଞ୍ଚିବାର ପ୍ରେରଣା ଦେଇଥିଲେ। ସେ ପ୍ରତ୍ୟେକ ଚିନ୍ତାଧାରାକୁ ସାମାଜିକ ବ୍ୟବସ୍ଥା ସହିତ ଯୋଡିଥିଲେ। ତାଙ୍କ ଦ୍ୱାରା ରୋପଣ କରାଯାଇଥିବା ଚାରା ଆଜି ଏକ ବିରାଟ ବଟବୃକ୍ଷ ଆକାରରେ ସମଗ୍ର ମାନବିକତାକୁ ଛାଇ ପ୍ରଦାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?