ଝିଅ ଜନମ ପର ଘରକୁ

ଡ. ଶ୍ରୀହରି ପଣ୍ଡା

 

କୁହାଯାଏ ଭାଗ୍ୟବାନଙ୍କୁ କନ୍ୟା ମିଳିଥାଏ ା କାରଣ ଦୁନିଆରେ ଯେତେ ଦାନ ଅଛି ସବୁଠାରୁ ବଡ଼ ଦାନ କନ୍ୟାଦାନ ା କନ୍ୟା କେବଳ ବାପଘରକୁ ଆନନ୍ଦ ଦିଏନି ପରନ୍ତୁ ତା’ର ସେବାଯତ୍ନରେ ଶ୍ୱଶୁର ଘରକୁ ମଧ୍ୟ ସ୍ବର୍ଗରେ ପରିଣତ କରିଥାଏ ା ଦୁହିତା ଦୁଇ କୁଳକୁ ହିତା ା ଏଣୁ ଝିଅଟିଏ ଜନ୍ମ ହେଲେ ଉପଯୁକ୍ତ ସମୟରେ ବିବାହ କରି ବାପଘରୁ ପରଘରକୁ ଚାଲିଯାଏ, ସେଇଥିପାଇଁ ତାକୁ ପରଘରୀ ବୋଲି ମଧ୍ୟ କୁହାଯାଏ ା ‘ଝିଅ ଜନମ ପର ଘରକୁ ’ -ଏହି ଓଡ଼ିଆ ଢଗଟି ମୂଳରେ ରହିଛି ଓଡିଆ ନାରୀର ସମ୍ପୂର୍ଣ୍ଣ ଜୀବନଦର୍ଶନ ଓ ଜୀବନାଦର୍ଶ ା ଏହାର ଆକ୍ଷରିକ ଅର୍ଥ ଏହା ଯେ ଝିଅ ଯେତେ ପଢିଥିଲେ କି ଯୋଗ୍ୟା ହୋଇଥିଲେ ମଧ୍ୟ ତା’ର ସ୍ଥାନ ପରଘରେ ା ଝିଅ ମାତାପିତାଙ୍କର ଅଶେଷ ସ୍ନେହ ପ୍ରେମର ପିତୁଳାଟିଏ ା ଛୋଟ ହେଉ ବା ବଡ଼ ହେଉ, ବିବାହିତା ହେଉ ବା ଅବିବାହିତା ହେଉ ସେ ମାତାପିତାଙ୍କର ଅମାପ ଶ୍ରଦ୍ଧାର ଅଧିକାରିଣୀ ା
ସେ ମଧ୍ୟ ପିତାମାତାଙ୍କ ପାଇଁ ଅଧିକ ଆକୁଳ ହୋଇଥାଏ ା ପ୍ରଥମାବସ୍ଥାରୁ ମା’ର ହାତ ଧରି ଚାଲିଶିଖିବା ପରଠାରୁ ବୟସ ବଢିବା ସହିତ ମା’ର ସାହାଯ୍ୟକାରିଣୀ ପାଲଟିଯାଏ ା ଝିଅ ଉପରେ ମା’ର ଯେତିକି ଅଧିକାର ସେତିକି ପୁଅ ଉପରେ ନ ଥାଏ ା ପ୍ରତ୍ୟେକଟି କଥାରେ ଝିଅକୁ ଆଗ ଲୋଡା ।
ଝିଅଟିଏ ଜନ୍ମ ହେଲେ ମା’ ମନରେ ଅଜଣା ଭୟ ସଂଚାର ହୁଏ। ଏଣୁ ଝିଅ ନୁହେଁ ବରଂ ପୁଅଟିଏ ପାଇବା ପାଇଁ ସେ କେତେ ଠାକୁରଙ୍କୁ ପ୍ରାର୍ଥନା କରେ, ଉପବାସ ରହି ମାନସିକ କରେ । ଆଜି ସମୟ ବଦଳିଲାଣି ା ଏବେ ଅବଶ୍ୟ ଝିଅଟିଏ ଜନ୍ମ ନେଲେ ମା’ ଆଉ ଭୟଭୀତ ହେଉନି କି ଶାଶୁ ଝିଅ ଜନ୍ମ କରିଥିବା ଅପରାଧରେ ତାକୁ ବାପଘରକୁ ପଠାଇ ଦେଉନି ା ସ୍ବାମୀ ମଧ୍ୟ ଗାଳି ଦେଉନି ା ବୋଧହୁଏ ଆଜିର ସୀମିତ ପରିବାରରେ ଝିଅଟିଏ ଦରକାର ବୋଲି ସମସ୍ତେ ଚିନ୍ତା କଲେଣି କିଛି ବିକୃତ ମାନସିକ ରୋଗଗ୍ରସ୍ତ ମନୁଷ୍ୟଙ୍କ ଛଡ଼ା ା
କନ୍ୟାଟିଏ ବାପଘରେ ଲାଳିତପାଳିତ ହୋଇ, ଶିକ୍ଷା ସଂସ୍କାର ନେଇ ଶ୍ୱଶୁର ଘରକୁ ସଂସ୍କାରିତ, ସମୃଦ୍ଧ କରେ ା ନିଜ ପରିବାରକୁ ଛାଡ଼ି ଅନ୍ୟ ଏକ ପରିବାରକୁ ଆପଣେଇ ନିଏ ା ନିଜର ପରିଚିତି ହରାଇ ଏକ ନୂଆ ପରିଚୟରେ ବଞ୍ଚେ ା ବାପଘରର ହସଖୁସିରେ ସମୟ କାଟୁଥିବା କନ୍ୟାଟି ଶ୍ୱଶୁର ଘରେ ଗୃହିଣୀ ପାଲଟି ଯାଏ ା ପୁରୁଷ ବାହାରର ସମସ୍ତ ଦାୟିତ୍ୱ ନେଲାବେଳେ ସେ ଘରର ଯାବତୀୟ କାମର ଦାୟିତ୍ୱ ନିଏ ା ପରିବାରର ବୃଦ୍ଧି ଏବଂ ଭାବୀ ବଂଶଧରକୁ ଉନ୍ନତମାନର ମଣିଷ କରି ଗଢି ତୋଳିବା କାର୍ଯ୍ୟ ତା’ ମଧ୍ୟରୁ ଅନ୍ୟତମ ା
ସେ କାହା ପ୍ରତି ଅବହେଳା ପ୍ରଦର୍ଶନ କରି ନ ଥାଏ ା ଯେତେ ଦୁଃଖ ଆସିଲେ ମଧ୍ୟ ତାକୁ ପଛରେ ପକାଇ ନିଜର କର୍ମରେ ସଦା ନିୟୋଜିତ ଥାଏ ା ସୁଦୀର୍ଘ ଦଶମାସ ଗର୍ଭଧାରଣଠାରୁ ବକ୍ଷନିଗାଡ଼ି ଶିଶୁ ମୁଖରେ ଅମୃତ ଢାଳିଦେବା ଯାଏ ଥାଏ ମାତୃତ୍ୱର ପରାକାଷ୍ଠା ା ସେଥିରେ ତା’ର ଦୁଃଖ ନାହିଁ କି ଅନୁଶୋଚନା ନାହିଁ; ଅଛି କେବଳ ଆମତ୍ତୃପ୍ତି, ମାତୃତ୍ୱର ସ୍ବାଭିମାନ ା କିନ୍ତୁ ଏବେ ବି ଏହି ତ୍ୟାଗର ମୂର୍ତ୍ତିକୁ ବୁଝିବାକୁ କିଛି ଅହଂକାରୀ ପୁରୁଷ ଅସମର୍ଥ ା ନିଜ ଘରର ଭାବୀ ନିର୍ମାତ୍ରୀକୁ ଅପମାନିତ, ଲାଞ୍ଛିତ କରିବାକୁ କୁଣ୍ଠା କରନ୍ତି ନାହିଁ ା ତାଙ୍କ ଦୃଷ୍ଟିରେ ନାରୀ ଏକ ଚାବିଦିଆ କଣ୍ଢେଇ। ଯେତେ ମୋଡିଲେ ସେତେ ଚାଲିବ। ସେ ଯେ ରକ୍ତ,ମାଂସର ମଣିଷଟିଏ। ତା’ର ବି ସାନ୍ତ୍ୱନା ଦରକାର, ଆଶ୍ୱାସନାର ହାତଟିଏ ଦରକାର। ସେମାନେ ଏହାକୁ ଭୁଲିଯାଇ କଥାକଥାକେ ଅତ୍ୟାଚାର କରିବାକୁ ପଶ୍ଚାଦପଦ ନୁହନ୍ତି। ସେଇଥିପାଇଁ ଏବେ ବହୁ ବାହାଘର ଅଳ୍ପ କେଇଟା ଦିନ ପରେ ଭାଙ୍ଗି ଯାଉଥିବା ଦେଖାଯାଉଛି ା ଝିଅ ଶ୍ୱଶୁରଘର ଛାଡି ବାପଘରେ ରହୁଛି ା ଏଥିରେ ଝିଅର ଭୁଲ୍‌ ଅପେକ୍ଷା ପୁରୁଷଙ୍କର ଅହଂକାର ଯଥେଷ୍ଟ ପରିମାଣରେ ଦାୟୀ ା ପରଘରୁ ଆସିଥିବା କନ୍ୟାଟିକୁ ନିଜଘର ସ୍ନେହ, ଆଦରରେ ନ ବାନ୍ଧି ଯେଉଁ ଘର ଘୃଣା ଓ ତିରଷ୍କାରରେ ବାନ୍ଧିବାର ଚେଷ୍ଟା କରୁଛି ସେହି ଘରର ଏ ଅବସ୍ଥା ା ଯେତେଦିନ ଯାଏ ଏ ମାନସିକତାର ପରିବର୍ତ୍ତନ ନ ହୋଇଛି ପରଝିଅ ନିଜଘରର ସମ୍ମାନ ବୋଲି ସମାଜ ନ ବୁଝିଛି, ସେତେଦିନ ଯାଏ ଏ ରୋଗ ବଢିବ ପଛେ କମିବାର ନାମ ନେବ ନାହିଁ ା
ନାରୀର ସୁଖରେ ଦେବତାମାନେ ସୁଖୀ ହୋଇଥାନ୍ତି ଏବଂ ସେହି ଘରକୁ ତ୍ୟାଗ କରନ୍ତି ନାହିଁ ବୋଲି ଜନଶ୍ରୁତି ଅଛି ା ସ୍ତ୍ରୀକୁ ସମ୍ମାନ ପ୍ରଦର୍ଶନ କଲେ ଦେବତା ଆପ୍ୟାୟିତ ହୁଅନ୍ତି ା ସେ ହିଁ ହେଉଛି ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧିର ବୀଜମନ୍ତ୍ର ା ପ୍ରକୃତି ବିନା ପୁରୁଷ ଅସମାପ୍ତ, ଶକ୍ତି ବିନା ଶିବ ଅପୂର୍ଣ୍ଣ ା ନାରୀ ବିନା ସମାଜ ଅସଙ୍ଗତ, ଅସୁନ୍ଦର ା ସେଥିପାଇଁ ସମସ୍ତ ଶାସ୍ତ୍ର ପୁରାଣରେ ନାରୀର ଜୟଗାନ ହୋଇଛି ା ଏହାକୁ ବୁଝିବା ଦରକାର, ଚିନ୍ତିବା ଦରକାର ା ସେ ଜାୟା ହେଉ ବା ଭଗ୍ନୀ ହେଉ, ତା’ର ସ୍ବାର୍ଥତ୍ୟାଗ, ବଳିଦାନ ଓ ଜୀବନକୁ ମନୋଜ୍ଞ ସୁନ୍ଦର କରିବାର ପରିକଳ୍ପନା ସର୍ବଦା ସ୍ବୀକାର୍ଯ୍ୟ ା ସେଥିପାଇଁ ତ କୁହାଯାଏ ଯେଉଁ ଘରେ ନାରୀମାନଙ୍କର ପୂଜା ହୁଏ ସେହିଘରେ ଦେବତାମାନେ ବାସ କରନ୍ତି ା ”ଯତ୍ର ନାଯର୍‌ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତା ା“
ଗୌଡ଼ଗାଁ, କପ୍ତିପଦା, ମୟୂରଭଞ୍ଜ
ମୋ-୯୮୫୩୯୪୮୪୫୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri