Posted inଜାତୀୟ

ପୋଲିସ କର୍ମଚାରୀଙ୍କ ଝିଅ ଏବେ ମୋଷ୍ଟ ଓ୍ବାଣ୍ଟେଡ, ଅତିକ ଗ୍ୟାଙ୍ଗର ‘ଗଡ଼ ମଦର’ ଶାହିସ୍ତା ପରଓ୍ବିନ…

ପ୍ରୟାଗରାଜ,୧୯।୪ : ଏପ୍ରିଲ ୧୫ ତାରିଖ ରାତିରେ ପୋଲିସ ହେପାଜତରେ ଗୁଳି ଚଳାଇ ହତ୍ୟା କରାଯାଇଥିବkା ମାଫିଆ-ରାଜନେତା ଅତିକ ଅହମ୍ମଦଙ୍କ ୫୧ ବର୍ଷିୟା ସ୍ତ୍ରୀ ଶାହିସ୍ତା ପରଓ୍ବିନ ବର୍ତ୍ତମାନ ଉତ୍ତରପ୍ରଦେଶ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଅଛନ୍ତି। ଯେକେହି ଅତିକଙ୍କ ଅପରାଧ ଜଗତର ରାଣୀଙ୍କ ବିଷୟରେ କୌଣସି ସୂଚନା ଦେବେ ତାଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ମାତ୍ର ଦୁଇ ଦିନ ମଧ୍ୟରେ ଶାହିସ୍ତା ତାଙ୍କ ପୁଅ ଆସାଦ ଏବଂ ସ୍ବାମୀ ଅତିକଙ୍କୁ ହରାଇଥିଲେ।

ଏପ୍ରିଲ ୧୩ ରେ, ପୋଲିସର ଏନକାଉଣ୍ଟରରେ ଅସଦଙ୍କୁ ହତ୍ୟା କରାଯିବାର ଦୁଇ ଦିନ ପରେ, ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ପ୍ରୟାଗରସ୍ଥିତ ମୋତି ଲାଲ ନେହେରୁ ଡିଭିଜନାଲ ହସ୍ପିଟାଲ (କାଲିଭିନ ହସ୍ପିଟାଲ) ବାହାରେ ଅତିକ ଏବଂ ତାଙ୍କ ଭାଇ ଶଶ୍ରଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କଳ୍ପନା ଜଳ୍ପନା ଥିଲା ଯେ ଶାହିସ୍ତା ଅତିକଙ୍କ ଅନ୍ତିମ ସଂସ୍କାରରେ ଆତ୍ମସମର୍ପଣ କରିବେ, କିନ୍ତୁ ସେ ଏପର୍ଯ୍ୟନ୍ତ ଫେରାର ଅଛନ୍ତି।
ଶାହିସ୍ତାଙ୍କ ପିତା ପୋଲିସରେ ଥିଲେ। ୧୯୯୬ମସିହାରେ ସେ ଅତିକଙ୍କୁ ବିବାହ କରିବା ପୂର୍ବରୁ ତାଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି । ଅତିକଙ୍କ ସ୍ତ୍ରୀ ହେବା ପୂର୍ବରୁ ତାଙ୍କର କୌଣସି ବେଆଇନ କାର୍ଯ୍ୟକଳାପ ସହିତ ସମ୍ପର୍କ ନ ଥିଲା ।
ବର୍ତ୍ତମାନ ତାଙ୍କ ନାମରେ ପ୍ରୟାଗରାଜରେ ୪ ଟି ମାମଲା ପଞ୍ଜିକୃତ ହୋଇଛି। ସେଥିମଧ୍ୟରେ ୩ ଠକେଇ ଏବଂ ଗୋଟିଏ ହତ୍ୟା ମାମଲା ରହିଛି। ପ୍ରଥମ ୩ ମାମଲା୨୦୦୯ ରେ କର୍ନେଲଗଞ୍ଜ ପୋଲିସ ଷ୍ଟେଶନରେ ପଞ୍ଜୀକୃତ ହୋଇଥିଲା। ଧାରା ୪୨୦ (ପ୍ରତାରଣା), ୪୬୭ (ଜାଲିଆତି), ୪୬୮ (ପ୍ରତାରଣାର ଉଦ୍ଦେଶ୍ୟରେ ଜାଲିଆତି) ଏବଂ ଅସ୍ତ୍ରଶସ୍ତ୍ର ଅଧିନିୟମର ୪୭୧ (ଜାଲ ଡକ୍ୟୁମେଣ୍ଟ ବ୍ୟବହାର) ଧାରା ୩୦ ( ଅସ୍ତ୍ରଶସ୍ତ୍ର ଲାଇସେନ୍ସ କିମ୍ବା ନିୟମ ଉଲ୍ଲଂଘନ) ଆଦି ମାମଲା ରହିଛି।
ଉମେଶ ପାଲ ହତ୍ୟା ମାମଲା ପରେ ଏହି ହତ୍ୟା ମାମଲା ରୁଜୁ ହୋଇଛି। ଉମେଶ ପାଲ ହତ୍ୟା ମାମଲାରେ ଶାହିସ୍ତା ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନ୍ୟତମ। ଶାହିସ୍ତା ୨୦୨୧ ରେ ଆସାଦୁଦ୍ଦିନ ଓୱାଇସିଙ୍କ ପାର୍ଟି ଏଆଇଏମଆଇଏମରେ ଯୋଗ ଦେଇଥିଲେ। ଜାନୁଆରୀ ୨୦୨୩ରେ, ସେ ବିଏସପିରେ ଯୋଗ ଦେଇଥିଲେ। ଯେତେବେଳେ ଶାହିସ୍ତା ବିଏସପିରେ ଯୋଗ ଦେଇଥିଲେ, ସେତେବେଳେ ସେ କହିଥିଲେ, ଏସପି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ସହ ତାଙ୍କର ବନ୍ଧୁତା ଯୋଗୁ ମୋ ସ୍ବାମୀ ଅତିକ ଅନୁଶାସନ ଶିଖିପାରିଲେ ନାହିଁ। ମୋ ସ୍ବାମୀ ସର୍ବଦା ବିଏସପିକୁ ପସନ୍ଦ କରୁଥିଲେ ଏବଂ ଦଳର ଶୀର୍ଷ ନେତାମାନଙ୍କୁ ମଧ୍ୟ ସାହାଯ୍ୟ କରୁଥିଲେ ।

ତେବେ ଉମେଶ ପାଲ ହତ୍ୟା ମାମଲାରେ ତାଙ୍କ ନାମ ପଦାକୁ ଆସିବା ପରେ ମାୟାବତୀ ମେୟର ନିର୍ବାଚନରେ ଶାହିସ୍ତାଙ୍କୁ ପ୍ରୟାଗରାଜ ନିର୍ବାଚନରେ ସ୍ଥାନ ନଦେବାକୁ ନିଷ୍ପତ୍ତି ନେଇଥିଲେ। ପୋଲିସର ରିପୋର୍ଟରେ କୁହାଯାଇଛି, ଉମେଶ ପାଲଙ୍କ ହତ୍ୟା ଯୋଜନା ତଥା କାର୍ଯ୍ୟକାରୀର ଏକ ଅଂଶ ଶାହିସ୍ତା ଥିଲେ। ଯେତେବେଳେ ଅତିକ ଜେଲରେ ଥିଲେ, ଶାହିସ୍ତା ତାଙ୍କ ସିଣ୍ଡିକେଟ ଚଳାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।
ଏହି ଗ୍ୟାଙ୍ଗରେ ଶାହିସ୍ତା ଗଡ଼ ମଦର ଭାବରେ ଜଣାଶୁଣା।
ପୋଲିସ ଶାହିସ୍ତାଙ୍କୁ ଖୋଜୁଥିବା ବେଳେ ରିପୋର୍ଟରେ ଦର୍ଶାଯାଇଛି, ତାଙ୍କୁ ଖୋଜିବା ବର୍ତ୍ତମାନ ଏକ କଷ୍ଟସାଧ୍ୟ କାର୍ଯ୍ୟ ହୋଇପାରେ। କାରଣ ସ୍ବାମୀ ଅତିକଙ୍କ ମୃତ୍ୟୁ ପରେ ସେ ରୀତିନୀତି ପାଳନ କରିବେ, ଏହି ସମୟ ମଧ୍ୟରେ ତାଙ୍କୁ କାହାକୁ ଭେଟିବାକୁ ଦିଆଯିବ ନାହିଁ। ଏପରି ପରିସ୍ଥିତିରେ, ସେ କେଉଁଠାରେ ଅଛନ୍ତି ତାହା ଖୋଜିବା ଏକ କଷ୍ଟସାଧ୍ୟ କାର୍ଯ୍ୟ ହୋଇପାରେ। ପୋଲିସ ସନ୍ଦେହ କରୁଥିଲା, ସେ ବୁର୍ଖା ପିନ୍ଧି ତାଙ୍କ ପୁଅ ଅସଦଙ୍କ ଅନ୍ତିମ ସଂସ୍କାରକୁ ଗୁପ୍ତରେ ଆସିପାରନ୍ତି, କିନ୍ତୁ ସେ ତାହା କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘୨୦୨୫ ସୁଦ୍ଧା ଭାଜପା ସଂରକ୍ଷଣ ଉଚ୍ଛେଦ କରିବ’: ରେବନ୍ଥ ରେଡ୍ଡୀଙ୍କ ବଡ଼ ଦାବି

ହାଇଦ୍ରାବାଦ,୨୫।୪: ମୁସଲମାନମାନଙ୍କ ପାଇଁ କୋଟାକୁ ନେଇ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ରାଜନୈତିକ ଵାକଯୁଦ୍ଧ ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ ଅଭିଯୋଗ କରିଛନ୍ତି...

ପ୍ରଥମେ ଖବରଦାତା ସମ୍ମିଳନୀ-ପରେ ରାଲି, ଏବେ ରୋଡ ଶୋ’…ଏଏପିର ପ୍ରଚାର ସମ୍ଭାଳିବେ ସୁନୀତା କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗିରଫ ହୋଇ ଜେଲ୍‌ ଯିବା ପରେ ତାଙ୍କ ପତ୍ନୀ ସୁନୀତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ଆସୁଛନ୍ତି। ସେ...

ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି

ପାଟନା,୨୫ା୪: ଗୁରୁବାର ପାଟନାରେ ଥିବା ଏକ ହୋଟେଲରେ ନିଆଁ ଲାଗିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି...

ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ

ନୂଆଦିଲ୍ଲୀ,୨୫।୪: ବିହାରର ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍‌

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ...

ପ୍ରଧାନ ବିଚାରପତି କଲେ ବଡ଼ ଘୋଷଣା, ହ୍ବାଟ୍ସଆପ୍‌ରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟ ହ୍ବାଟ୍ସଆପ୍‌ ଜରିଆରେ ଓକିଲଙ୍କ ସହ ଶୁଣାଣି ହେବାକୁ ଥିବା ମାମଲା, ମାମଲା...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri