Posted inଜାତୀୟ

ପୋଲିସ କର୍ମଚାରୀଙ୍କ ଝିଅ ଏବେ ମୋଷ୍ଟ ଓ୍ବାଣ୍ଟେଡ, ଅତିକ ଗ୍ୟାଙ୍ଗର ‘ଗଡ଼ ମଦର’ ଶାହିସ୍ତା ପରଓ୍ବିନ…

ପ୍ରୟାଗରାଜ,୧୯।୪ : ଏପ୍ରିଲ ୧୫ ତାରିଖ ରାତିରେ ପୋଲିସ ହେପାଜତରେ ଗୁଳି ଚଳାଇ ହତ୍ୟା କରାଯାଇଥିବkା ମାଫିଆ-ରାଜନେତା ଅତିକ ଅହମ୍ମଦଙ୍କ ୫୧ ବର୍ଷିୟା ସ୍ତ୍ରୀ ଶାହିସ୍ତା ପରଓ୍ବିନ ବର୍ତ୍ତମାନ ଉତ୍ତରପ୍ରଦେଶ ପୋଲିସର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଅଛନ୍ତି। ଯେକେହି ଅତିକଙ୍କ ଅପରାଧ ଜଗତର ରାଣୀଙ୍କ ବିଷୟରେ କୌଣସି ସୂଚନା ଦେବେ ତାଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ମାତ୍ର ଦୁଇ ଦିନ ମଧ୍ୟରେ ଶାହିସ୍ତା ତାଙ୍କ ପୁଅ ଆସାଦ ଏବଂ ସ୍ବାମୀ ଅତିକଙ୍କୁ ହରାଇଥିଲେ।

ଏପ୍ରିଲ ୧୩ ରେ, ପୋଲିସର ଏନକାଉଣ୍ଟରରେ ଅସଦଙ୍କୁ ହତ୍ୟା କରାଯିବାର ଦୁଇ ଦିନ ପରେ, ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ପ୍ରୟାଗରସ୍ଥିତ ମୋତି ଲାଲ ନେହେରୁ ଡିଭିଜନାଲ ହସ୍ପିଟାଲ (କାଲିଭିନ ହସ୍ପିଟାଲ) ବାହାରେ ଅତିକ ଏବଂ ତାଙ୍କ ଭାଇ ଶଶ୍ରଫଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କଳ୍ପନା ଜଳ୍ପନା ଥିଲା ଯେ ଶାହିସ୍ତା ଅତିକଙ୍କ ଅନ୍ତିମ ସଂସ୍କାରରେ ଆତ୍ମସମର୍ପଣ କରିବେ, କିନ୍ତୁ ସେ ଏପର୍ଯ୍ୟନ୍ତ ଫେରାର ଅଛନ୍ତି।
ଶାହିସ୍ତାଙ୍କ ପିତା ପୋଲିସରେ ଥିଲେ। ୧୯୯୬ମସିହାରେ ସେ ଅତିକଙ୍କୁ ବିବାହ କରିବା ପୂର୍ବରୁ ତାଙ୍କ ଜୀବନ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି । ଅତିକଙ୍କ ସ୍ତ୍ରୀ ହେବା ପୂର୍ବରୁ ତାଙ୍କର କୌଣସି ବେଆଇନ କାର୍ଯ୍ୟକଳାପ ସହିତ ସମ୍ପର୍କ ନ ଥିଲା ।
ବର୍ତ୍ତମାନ ତାଙ୍କ ନାମରେ ପ୍ରୟାଗରାଜରେ ୪ ଟି ମାମଲା ପଞ୍ଜିକୃତ ହୋଇଛି। ସେଥିମଧ୍ୟରେ ୩ ଠକେଇ ଏବଂ ଗୋଟିଏ ହତ୍ୟା ମାମଲା ରହିଛି। ପ୍ରଥମ ୩ ମାମଲା୨୦୦୯ ରେ କର୍ନେଲଗଞ୍ଜ ପୋଲିସ ଷ୍ଟେଶନରେ ପଞ୍ଜୀକୃତ ହୋଇଥିଲା। ଧାରା ୪୨୦ (ପ୍ରତାରଣା), ୪୬୭ (ଜାଲିଆତି), ୪୬୮ (ପ୍ରତାରଣାର ଉଦ୍ଦେଶ୍ୟରେ ଜାଲିଆତି) ଏବଂ ଅସ୍ତ୍ରଶସ୍ତ୍ର ଅଧିନିୟମର ୪୭୧ (ଜାଲ ଡକ୍ୟୁମେଣ୍ଟ ବ୍ୟବହାର) ଧାରା ୩୦ ( ଅସ୍ତ୍ରଶସ୍ତ୍ର ଲାଇସେନ୍ସ କିମ୍ବା ନିୟମ ଉଲ୍ଲଂଘନ) ଆଦି ମାମଲା ରହିଛି।
ଉମେଶ ପାଲ ହତ୍ୟା ମାମଲା ପରେ ଏହି ହତ୍ୟା ମାମଲା ରୁଜୁ ହୋଇଛି। ଉମେଶ ପାଲ ହତ୍ୟା ମାମଲାରେ ଶାହିସ୍ତା ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନ୍ୟତମ। ଶାହିସ୍ତା ୨୦୨୧ ରେ ଆସାଦୁଦ୍ଦିନ ଓୱାଇସିଙ୍କ ପାର୍ଟି ଏଆଇଏମଆଇଏମରେ ଯୋଗ ଦେଇଥିଲେ। ଜାନୁଆରୀ ୨୦୨୩ରେ, ସେ ବିଏସପିରେ ଯୋଗ ଦେଇଥିଲେ। ଯେତେବେଳେ ଶାହିସ୍ତା ବିଏସପିରେ ଯୋଗ ଦେଇଥିଲେ, ସେତେବେଳେ ସେ କହିଥିଲେ, ଏସପି ସୁପ୍ରିମୋ ମୁଲାୟମ ସିଂ ଯାଦବଙ୍କ ସହ ତାଙ୍କର ବନ୍ଧୁତା ଯୋଗୁ ମୋ ସ୍ବାମୀ ଅତିକ ଅନୁଶାସନ ଶିଖିପାରିଲେ ନାହିଁ। ମୋ ସ୍ବାମୀ ସର୍ବଦା ବିଏସପିକୁ ପସନ୍ଦ କରୁଥିଲେ ଏବଂ ଦଳର ଶୀର୍ଷ ନେତାମାନଙ୍କୁ ମଧ୍ୟ ସାହାଯ୍ୟ କରୁଥିଲେ ।

ତେବେ ଉମେଶ ପାଲ ହତ୍ୟା ମାମଲାରେ ତାଙ୍କ ନାମ ପଦାକୁ ଆସିବା ପରେ ମାୟାବତୀ ମେୟର ନିର୍ବାଚନରେ ଶାହିସ୍ତାଙ୍କୁ ପ୍ରୟାଗରାଜ ନିର୍ବାଚନରେ ସ୍ଥାନ ନଦେବାକୁ ନିଷ୍ପତ୍ତି ନେଇଥିଲେ। ପୋଲିସର ରିପୋର୍ଟରେ କୁହାଯାଇଛି, ଉମେଶ ପାଲଙ୍କ ହତ୍ୟା ଯୋଜନା ତଥା କାର୍ଯ୍ୟକାରୀର ଏକ ଅଂଶ ଶାହିସ୍ତା ଥିଲେ। ଯେତେବେଳେ ଅତିକ ଜେଲରେ ଥିଲେ, ଶାହିସ୍ତା ତାଙ୍କ ସିଣ୍ଡିକେଟ ଚଳାଇବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।
ଏହି ଗ୍ୟାଙ୍ଗରେ ଶାହିସ୍ତା ଗଡ଼ ମଦର ଭାବରେ ଜଣାଶୁଣା।
ପୋଲିସ ଶାହିସ୍ତାଙ୍କୁ ଖୋଜୁଥିବା ବେଳେ ରିପୋର୍ଟରେ ଦର୍ଶାଯାଇଛି, ତାଙ୍କୁ ଖୋଜିବା ବର୍ତ୍ତମାନ ଏକ କଷ୍ଟସାଧ୍ୟ କାର୍ଯ୍ୟ ହୋଇପାରେ। କାରଣ ସ୍ବାମୀ ଅତିକଙ୍କ ମୃତ୍ୟୁ ପରେ ସେ ରୀତିନୀତି ପାଳନ କରିବେ, ଏହି ସମୟ ମଧ୍ୟରେ ତାଙ୍କୁ କାହାକୁ ଭେଟିବାକୁ ଦିଆଯିବ ନାହିଁ। ଏପରି ପରିସ୍ଥିତିରେ, ସେ କେଉଁଠାରେ ଅଛନ୍ତି ତାହା ଖୋଜିବା ଏକ କଷ୍ଟସାଧ୍ୟ କାର୍ଯ୍ୟ ହୋଇପାରେ। ପୋଲିସ ସନ୍ଦେହ କରୁଥିଲା, ସେ ବୁର୍ଖା ପିନ୍ଧି ତାଙ୍କ ପୁଅ ଅସଦଙ୍କ ଅନ୍ତିମ ସଂସ୍କାରକୁ ଗୁପ୍ତରେ ଆସିପାରନ୍ତି, କିନ୍ତୁ ସେ ତାହା କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଜିଙ୍କ୍ୟ ରାହାଣେ, ଜଣାପଡିଲା ଅସଲ କାରଣ, ଏବେ ବାଛିଛନ୍ତି…

ନୂଆଦିଲ୍ଲୀ,୮।୮: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବିଶ୍ୱର ବିଭିନ୍ନ ଲିଗରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହିତ,…

୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କେସିଙ୍ଗା,୮ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ପୋଲିସ ଦ୍ୱାରା ଜଣେ ଚୋରା ବ୍ୟବସାୟୀଙ୍କ ସହ ୪୧ କେଜି ଚୋରା ଗଞ୍ଜେଇ ଧରାଯାଇଛି। କୌଣସି ସୂତ୍ରରୁ ଖବର…

ସ୍କୁଟିରେ ଗଞ୍ଜେଇ ଚାଲାଣ କରି ଜେଲ୍‌ ଗଲେ ୨ ଅଭିଯୁକ୍ତ

ଦିଗପହଣ୍ଡି,୮ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ କର୍ମଚାରୀ ଟିମ୍‌ ସ୍ଥାନୀୟ କୃଷି ବିଭାଗ କାର୍ଯ୍ୟାଳୟ ସମ୍ମୁଖ ୧୭ ନଂ ରାଜ୍ୟ ରାଜପଥରୁ ଏକ ସ୍କୁଟି…

ଅବସର ପରେ ମଧ୍ୟ, ବିରାଟ-ଧୋନିଙ୍କୁ ଟକ୍କର ଦେଉଛନ୍ତି ସଚିନ

ନୂଆଦିଲ୍ଲୀ,୮।୮: ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଏକ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି; ସେ ନଭେମ୍ବର ୧୬, ୨୦୧୩ରେ ଖେଳକୁ ବିଦାୟ ଦେଇଥିଲେ। ବର୍ଷ…

ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପ-ପୁଅଙ୍କ ଜୀବନ, ଶେଷଯାତ୍ରାରେ ବିଧାୟକ ଯୋଗ ଦେଇ…

ସୋହେଲା,୮ା୮(ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୋହେଲାର ରୋଶନ ଅଗ୍ରଓ୍ବାଲ (୪୮) ଏବଂ ତାଙ୍କ ପୁଅ ତରୁଣ(୧୨)ଙ୍କ ମୃତ୍ୟୁ ହୋଇଯାଇଛି।…

ନାବାଳିକାଙ୍କୁ ଓଡ଼ିଶାରୁ ଅପହରଣ କରି କେରଳରେ ବଳାତ୍କାର , ଅଭିଯୋଗ ପରେ ବନ୍ଧାହେଲେ ଯୁବକ

ଜମନକିରା,୮ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଳି ଅଞ୍ଚଳର ଜନୈକା ନାବାଳିକାଙ୍କୁ ଅପହରଣ କରି କେରଳ ନେଇ ବଳାତ୍କାର କରିବା ଅଭିଯୋଗରେ ଜଣେ ଯୁବକଙ୍କୁ…

ଇରାନ ଯୁଦ୍ଧକୁ ନେଇ ପେଜେଶକିଆନଙ୍କ ବଡ଼ ବିବୃତ୍ତି: ‘ଆମେ ଏହାକୁ ଆରମ୍ଭ କରିନାହୁଁ; ୪୮ ଘଣ୍ଟା ମଧ୍ୟରେ…’

ତେହରାନ,୮।୮: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିଆନ ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଦୀର୍ଘକାଳୀନ ସଂଘର୍ଷ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ…

୧୩ ଦିନରେ ଦୁଇଟି ବଦଳି ଅର୍ଡର, ଶିକ୍ଷାବିତ୍‌ ମହଲରେ ଅସନ୍ତୋଷ

ଡେରାବିଶ, ୮ା୮(ବେବର୍ତ୍ତା ଅଜୟ ଦାସ): ରାଜ୍ୟ ଗଣଶିକ୍ଷା ବିଭାଗର କେନ୍ଦ୍ରାପଡ଼ା ଶିକ୍ଷା ଜିଲାରେ ବିଇଓଙ୍କ ଦୁଇଟି ବଦଳି ଅର୍ଡ଼ର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶିକ୍ଷାବିତ୍‌ଙ୍କ ମହଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri